The Union Minister for Rural Development, Panchayati Raj, Drinking Water & Sanitation and Urban Development, Shri Narendra Singh Tomar and the ILO Deputy Director General (Policy) International Labour Organization, Ms. Deborah Greenfield jointly launching the Concept Note and Guidance Note Mobilizing Funds for Maintenance of Rural Road, in New Delhi on July 24, 2017.
ଭୁବନେଶ୍ୱର,୨ା୯(ବ୍ୟୁରୋ): ପିଏମ୍ କିଷାନ ଯୋଜନାକୁ ନେଇ ପୁଣିଥରେ ରାଜ୍ୟ ଓ କେନ୍ଦ୍ର ମୁହାଁମୁହିଁ ହୋଇଛନ୍ତି। ଦିନିକିଆ ରାଜ୍ୟ ଗସ୍ତରେ ଆସି ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପିଏମ୍ କିଷାନ ଯୋଜନା ପାଇଁ ରାଜ୍ୟ ତାଲିକା ନ ଦେବା କଥାକୁ ପୁଣିଥରେ ଉଠାଇଛନ୍ତି। ରାଜ୍ୟ ଯେପର୍ଯ୍ୟନ୍ତ ତାଲିକା ନ ଦେବ ସେତେବେଳେ ଯାଏ ଚାଷୀଙ୍କୁ କିପରି ଟଙ୍କା ମିଳିବ ବୋଲି ସେ କହିଛନ୍ତି। ଏପରି ସ୍ଥିତିରେ ଏହି ଯୋଜନା ଲାଗି ରାଜ୍ୟକୁ ପୁଣିଥରେ କେନ୍ଦ୍ର ସରକାର ଚାଷୀଙ୍କ ତାଲିକା ମାଗିଛନ୍ତି। ଦେଶର ସାଢେ ୧୪କୋଟି ଚାଷୀ ଏହି ଯୋଜନାରେ ଯୋଡି ହୋଇଛନ୍ତି। ମାତ୍ର ରାଜ୍ୟ ସରକାର ଯୋଗ୍ୟ ଚାଷୀଙ୍କ ତାଲିକା ନ ଦେଲା ପର୍ଯ୍ୟନ୍ତ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା କେମିତି ଆସିବ ବୋଲି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଓଡ଼ିଶାର ସମସ୍ତ ଚାଷୀଙ୍କୁ ପିଏମ୍ କିଷାନ ଯୋଜନାରେ ଅର୍ଥ ଦେବାକୁ ଚାହୁଁଛି। ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ତୁରନ୍ତ ବାକି ଚାଷୀଙ୍କ ତାଲିକା ପ୍ରଦାନ କରନ୍ତୁ, ଯେମିତି ଆମେ ତୁରନ୍ତ ସହାୟତା ଦେଇପାରିବୁ। ପିଏମ୍ କିଷାନ ଯୋଜନାରେ ସାମିଲ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ରକୁ ୩୦ଲକ୍ଷ ୮୦ ହଜାର ଚାଷୀଙ୍କ ତାଲିକା ପ୍ରଦାନ କରିଛନ୍ତି। ଏମାନଙ୍କ ମଧ୍ୟରୁ ୩୦ ଲକ୍ଷ ୨୬ ହଜାର ଚାଷୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦିଆଯାଇଛି। ୯ଲକ୍ଷ ୩୪ ହଜାର ଚାଷୀଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ଦିଆଯାଇଛି। ଅନ୍ୟପଟେ ରାଜ୍ୟ ସରକାରଙ୍କ ନିଜସ୍ବ କାଳିଆ ଯୋଜନାରେ ୫୧ଲକ୍ଷ ଚାଷୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦେଇଛନ୍ତି। ଏହି ତାଲିକାର ବାକି ୨୧ଲକ୍ଷ ଚାଷୀଙ୍କ ତାଲିକା କେନ୍ଦ୍ରକୁ ଦେଇନାହାନ୍ତି।