ପିଆର୍‌ଏମ୍‌ ମେଡ଼ିକାଲ୍‌ରେ ଅବ୍ୟବସ୍ଥା ନେଇ ବିକ୍ଷୋଭ

ବାରିପଦା ଅଫିସ,୨୦ା୨- ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସପିିଟାଲ୍‌ (ପିଆରଏମ୍‌)ର ଅଧୀକ୍ଷକ ବୈକୁଣ୍ଡ ନାଥ ମହାପାତ୍ରଙ୍କ ବହିଷ୍କାର ଦାବିରେ ଭଞ୍ଜସେନା ପକ୍ଷରୁ ବୁଧବାର ମେଡ଼ିକାଲ ଆଗରେ ଧାରଣା ଦିଆଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପରିକି ଅଧୀକ୍ଷକଙ୍କୁ ମେଡ଼ିକାଲ୍‌ ଭିତରକୁ ଭଞ୍ଜସେନାର କର୍ମକର୍ତ୍ତା ଛାଡ଼ି ନ ଥିଲେ। ଫଳରେ ବାଧ୍ୟ ହୋଇ ଅଧୀକ୍ଷକ ଫେରି ଯାଇଥିବା ଦେଖିବାକୁ ମିଳିଥିଲା।
ଉଲ୍ଲେଖଯୋଗ୍ୟ ଯେ, ମେଡ଼ିକାଲରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଓ ଅନିୟମିତତା ବିରୋଧରେ ଗତ ୩ ତାରିଖରେ ଅଧୀକ୍ଷକଙ୍କ ବହିଷ୍କାର ଦାବିରେ ଭଞ୍ଜସେନା ପକ୍ଷରୁ ଜିଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ସ୍ବାସ୍ଥ୍ୟସେବାରେ ୫-ଟି ଲାଗୁ ହୋଇଥିବା ବେଳେ ମେଡ଼ିକାଲର ଅଧୀକ୍ଷକ (ସୁପରିଣ୍ଟେଣ୍ଡଣ୍ଟ) ଓ କର୍ମଚାରୀ ସମୂହ ଏହାକୁ ମାନୁ ନାହାନ୍ତି। ଠିକ୍‌ ଭାବେ ମେଡ଼ିକାଲରେ କାର୍ଯ୍ୟ ହେଉ ନ ଥିବା ଯୋଗୁଁ ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ଓ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି। ସେହିଭଳି ମେଡିକାଲ୍‌ରେ ଯଦି କୌଣସି ଅବ୍ୟବସ୍ଥା ଦେଖା ଦିଏ ତାହେଲେ ଅଧୀକ୍ଷକ ଏହାର ସମାଧାନ କରୁ ନାହାନ୍ତି। ତେଣୁ ଅଧୀକ୍ଷକଙ୍କୁ ବହିଷ୍କାର ନେଇ ଭଞ୍ଜସେନା ଉଭୟ ଜିଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇ ନ ଥିବାରୁ ବୁଧବାର ସକାଳ ୯ଟାରେ ସେନାର ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତ୍ତା ମେଡ଼ିକାଲ କଲେଜ ଓ ହସ୍ପିଟାଲ୍‌ର ମୁଖ୍ୟ ଦ୍ୱାରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଧୀକ୍ଷକ ଗୋ ବ୍ୟାକ୍‌ ଗୋ ବ୍ୟାକ୍‌ ନାରାବାଜି ଦେଇଥିଲେ। ୯ଟା ୩୦ ସମୟରେ ଅଧୀକ୍ଷକ ବିରଞ୍ଚି କୁମାର ମହାପାତ୍ର ହସ୍‌ପିଟାଲ ପରିସରକୁ ଯାଉଥିବା ବେଳେ ସେନାର କର୍ମକର୍ତ୍ତା ତାଙ୍କୁ ଭିତରକୁ ଛାଡ଼ି ନ ଥିଲେ। ଆଗାମୀ ଦିନରେ ମଧ୍ୟ ଏହିଭଳି ବିକ୍ଷୋଭ କରାଯିବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି। ମୟୂରଭଞ୍ଜବାସୀ ଓ ଗରିବ ରୋଗୀମାନଙ୍କ ସାମୁହିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୫ ତାରିଖରେ ୧୨ ଘଣ୍ଟିଆ ବାରିପଦା ସହର ବନ୍ଦ କରାଯିବ ବୋଲି ସେନାର ସହର ସଭାପତି ସୌମ୍ୟରଞ୍ଜନ ମିଶ୍ର ପ୍ରକାଶ କରିଛନ୍ତି। ଯୁବ ଛାତ୍ର ସଂଯୋଜନ ରାକେଶ ବେହେରା, ସମ୍ପାଦକ ରାକେଶ ମହାନ୍ତିି, ଉପସଭାପତି ପ୍ରଶାନ୍ତ ମହାକୁଡ଼, ସାଧାରଣ ସମ୍ପାଦକ ମାନସ ବେହେରା, ସହର ଉପସଭାପତି ଏସ୍‌. କେ. ରାଜା ଖାନ, ଉପାଧ୍ୟକ୍ଷ ଲାଲ ବାହାଦୁର ମହାନ୍ତି, ଦୀପେଶ ଅଗ୍ରୱାଲ, ନିମାଇଁ ତ୍ରିପାଠୀ ପ୍ରମୁଖ ନେତୃମଣ୍ଡଳୀ ଓ କର୍ମୀମାନେ ବିକ୍ଷୋଭରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟେକ୍ସଟାଇଲ ପାର୍କ ଆଶାରେ ବଲାଙ୍ଗୀର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର): ଦାଦନପ୍ରବଣ ତଥା ଶିଳ୍ପବିହୀନ ବଲାଙ୍ଗୀର ଜିଲାରେ ଟେକ୍ସଟାଇଲ ପାର୍କ(କ୍ଲଷ୍ଟର) ପ୍ରତିଷ୍ଠା ଘୋଷଣାରେ ଅଟକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri