ପିଆଜ ଦରରେ ନିଆଁ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ରାଜ୍ୟରେ ପିଆଜ ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ବଜାରରେ ପିଆଜ ମୂଲ୍ୟ କିଲୋ ପିଛା ୮୦ରୁ ୯୦ ଟଙ୍କାରେ ବିକ୍ରି ହୋଇଥିଲା। ପ୍ରାୟ ଦେଢ଼ମାସ ଧରି ପିଆଜର ବର୍ଦ୍ଧିତ ମୂଲ୍ୟ ଯୋଗୁ ସାଧାରଣ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ହେଲେ ରାଜ୍ୟ ଯୋଗାଣ ବିଭାଗ ତରଫରୁ ଗତ ୧୧ ତାରିଖରୁ ୨୨୯ ଦୋକାନରେ ଖାଉଟିଙ୍କୁ ସୁଲଭ ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ ବିଭାଗ ପକ୍ଷରୁ ଅନୁଗୋଳଠାରେ ୧୦ଟି ସୁଲଭ ମୂଲ୍ୟ ଦୋକାନରେ ପିଆଜ କିଲୋ ପିଛା ୬୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି ା ସେହିପରି କଟକର ୩ଟି ଦୋକାନରେ କିଲୋ ପିଛା ୭୦ ଟଙ୍କାରେ, ସମ୍ବଲପୁରର ୨ ସ୍ଥାନରେ ୫୪ ଟଙ୍କାରେ, ବଲାଙ୍ଗୀରର ୫ ସ୍ଥାନରେ ୫୫ ଟଙ୍କାରେ, ଝାରସୁଗୁଡ଼ାର ୬ ସ୍ଥାନରେ ୬୦ ଟଙ୍କାରେ, ଖୋର୍ଦ୍ଧାର ୪ ସ୍ଥାନରେ ୭୦ ଟଙ୍କାରେ, ମୟୂରଭଞ୍ଜର ୬୦ ସ୍ଥାନରେ ୬୦ ଟଙ୍କାରେ, ଢେଙ୍କାନାଳର ୭ ସ୍ଥାନରେ ୭୦ ଟଙ୍କାରେ, ଭଦ୍ରକର ୭ ସ୍ଥାନରେ ୬୦ ଟଙ୍କାରେ, ନୂଆପଡ଼ାର ୨ ସ୍ଥାନରେ ୫୫ ଟଙ୍କାରେ, ଜୟପୁରର ୨ଟି ସ୍ଥାନରେ କେଜି ପିଛା ୬୫ ଟଙ୍କାରେ, ବ୍ରହ୍ମପୁରର ୬ ସ୍ଥାନରେ ୫୮ ଟଙ୍କାରେ, ଭବାନୀପାଟଣାର ୧୧ ସ୍ଥାନରେ ୫୮ ଟଙ୍କାରେ, ବାଲେଶ୍ବରର ୧୫ ସ୍ଥାନରେ ୭୨ଟଙ୍କାରେ, କେନ୍ଦ୍ରାପଡ଼ାର ୬ଟି ସ୍ଥାନରେ ୭୩ ଟଙ୍କାରେ, କେନ୍ଦୁଝରର ୧୩ ସ୍ଥାନରେ ୬୮ଟଙ୍କାରେ, ରାୟଗଡ଼ା ଓ ନୟାଗଡ଼ର ଗୋଟିଏ ଲେଖାଏ ସ୍ଥାନରେ ୭୦ ଟଙ୍କାରେ ସୁବର୍ଣ୍ଣପୁର ଓ ପୁରୀର ୫ ଲେଖାଏ ସ୍ଥାନରେ ୬୫ଟଙ୍କାରେ, ସୁନ୍ଦରଗଡ଼ର ୨୫ ସ୍ଥାନରେ ୬୭ ଟଙ୍କାରେ, ନବରଙ୍ଗପୁରର ୮ ସ୍ଥାନରେ ୭୨ ଟଙ୍କାରେ, କନ୍ଧମାଳର ଗୋଟିଏ ସ୍ଥାନରେ ୬୫ ଟଙ୍କାରେ, ବରଗଡ଼ର ୬ ସ୍ଥାନରେ ୫୫ ଟଙ୍କାରେ, ମାଲକାନଗିରିର ୪ ସ୍ଥାନରେ ୫୦ ଟଙ୍କାରେ, ଦେବଗଡ଼ର ଗୋଟିଏ ସ୍ଥାନରେ ୬୦ ଟଙ୍କାରେ, ଗଜପତିର ୧୦ ସ୍ଥାନରେ ୫୦ ଟଙ୍କାରେ ଏବଂ ଯାଜପୁରର ୩ ସୁଲଭ ମୂଲ୍ୟ ଦୋକାନରେ କିଲୋ ପିଛା ୫୫ ଟଙ୍କାରେ ପିଆଜ ବିକ୍ରି କରାଯାଉଛି। ଦରବୃଦ୍ଧିକୁ ନେଇ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ଏହା କେବଳ ରାଜ୍ୟ ସମସ୍ୟା ନୁହେଁ, ଦେଶରେ ସବୁଆଡ଼େ ପିଆଜ ଦର ବୃଦ୍ଧିପାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri