ପାସ୍‌ଧାରୀଙ୍କ ଚାଲାଣ କାଟୁଛି ପୋଲିସ: ମାଲଗୋଦାମ ବ୍ୟବସାୟୀ ହଇରାଣ

କଟକ ଅଫିସ,୨୦ା୪: ପାସ୍‌ ଦେଇଛି କମିଶନରେଟ ପୋଲିସ। ହେଲେ ପାସ୍‌ ଦେଖାଇଲେ ସୁଦ୍ଧା ପୋଲିସ ଛାଡ଼ୁନି। ଗାଡ଼ି ଅଟକାଉଛି, ଏପରି କି ଜରିମାନା ମଧ୍ୟ ଲଦୁଛି। ମାଲଗୋଦାମର ଜଣେ ବ୍ୟବସାୟୀ ପ୍ରୀତମ କୁମାର ସାହୁ ମଧୁପାଟଣା ଥାନାରେ ରବିବାର ସନ୍ଧ୍ୟାରେ ଏଭଳି ଅଭିଯୋଗ ଆଣିଛନ୍ତି। ଗୋଦାମ ଯିବା ପାଇଁ ତାଙ୍କ ନିକଟରେ ପାସ୍‌ ରହିଥିଲେ ସୁଦ୍ଧା ପୋଲିସ କାହିଁକି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ଲକଡାଉନ ଯୋଗୁ ପ୍ରତ୍ୟେକ ଛକରେ ଜଗିଛି ପୋଲିସ। ବିନା କାରଣରେ ରାସ୍ତାକୁ ଆସିଲେ ପଚରାଉଚରା କରିବା ସହ ବାଇକ ଚାଳକଙ୍କ ଉପରେ ଜରିମାନା ଲଦୁଛି। ତେଣୁ କମିଶନରେଟ ପୋଲିସ ପକ୍ଷରୁ ଜରୁରିକାଳୀନ ସେବା ଯୋଗାଉଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସ୍ବତନ୍ତ୍ର ପାସ୍‌ ବ୍ୟବସ୍ଥା କରାଯାଇଛି। ଇତିମଧ୍ୟରେ ମାଲଗୋଦାମର ବ୍ୟବସାୟୀମାନେ କଟକ ଡିସିପିଙ୍କଠାରୁ ପାସ୍‌ ସଂଗ୍ରହ କରିଛନ୍ତି। ହେଲେ ମାଲଗୋଦାମର ବ୍ୟବସାୟୀ ପ୍ରୀତମ ପାସ୍‌ ନେଇ ପ୍ରତ୍ୟେକ ଦିନ ଗୋଦାମକୁ ଯାଉଥିଲେ ସୁଦ୍ଧା ତାଙ୍କ ଉପରେ ଦୁଇଟି ପର୍ଯ୍ୟାୟରେ ୧୫୦୦ଟଙ୍କା ଫାଇନ କରିଛି ମଧୁପାଟଣା ଥାନା। ଗତ ୨୭ ତାରିଖରେ ୧୦୦୦ ଟଙ୍କା ଓ ଏପ୍ରିଲ ୧୩ରେ ୫୦୦ ଟଙ୍କାର ଇ-ଚାଲାଣ ତାଙ୍କ ନାମରେ କଟିଛି। ଗତ ୧୩ ତାରିଖରେ ପ୍ରୀତମଙ୍କ ବଡଭାଇ ଶୁଭମ ପାସ୍‌ ମିଳିଥିବା ବାଇକ୍‌ ନେଇ ଗୋଦାମକୁ ଯାଉଥିବାବେଳେ ତାଙ୍କୁ ପୋଲିସ ମଧୁପାଟଣା ଛକରେ ଅଟକାଇଥିଲା। ସେହି ସମୟରେ ସେଠାରେ ଅନ୍ୟ ବାଇକ ଚାଳକଙ୍କୁ ମଧ୍ୟ ପୋଲିସ ଅଟକାଇ ପଚରାଉଚରା କରୁଥିଲା। ଶୁଭମ ପାସ୍‌ ଦେଖାଇବାରୁ ଗାଡ଼ି ରଖିଦେଇ ଯାଅ, ଆଉ କିଛି ସମୟ ପରେ ଆସି ନେଇଯିବ ବୋଲି ଜଣେ ପୋଲିସ ଅଧିକାରୀ କହିଥିଲେ। ଶୁଭମ ଗାଡ଼ି ରଖି ଦେବା ସହ ପରଦିନ ଆସି ନେଇଥିଲେ। ହେଲେ ରବିବାର ଏମ୍‌ ପରିବହନ ଆପ୍ଲିକେଶନ ଜରିଆରେ ଯାଞ୍ଚ କରିବା ପରେ ପାସ୍‌ ଥିବା ଗାଡ଼ି ନାମରେ ମୋଟ ୧୫୦୦ ଟଙ୍କା ଇ-ଚାଲାଣ କଟିଛି ବୋଲି ସେ ଦେଖିବାକୁ ପାଇଥିଲେ। ପ୍ରୀତମ ଏ ସମ୍ପର୍କରେ ଥାନାକୁ ଯାଇ ପଚରାଉଚରା କରିବାରୁ ‘ଆମେ କିଛି ଜାଣିନାହୁଁ’ ବୋଲି ମଧୁପାଟଣା ଥାନାର ଜଣେ କର୍ମଚାରୀ କହିଥିବା ସେ ପ୍ରକାଶ କରିଛନ୍ତି। ଏ ନେଇ ଡିସିପି ଅଖିଳେଶ୍ୱର ସିଂ ଏବଂ ଟ୍ରାଫିକ ଥାନା ଏସିପି ଦିବ୍ୟଜ୍ୟୋତି ଦାସଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri