ପାର୍ଲାମେଣ୍ଟ,ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ: କାର୍ଯ୍ୟକାରିତା ନେଇ ପଦକ୍ଷେପ ନିଅନ୍ତୁ କେନ୍ଦ୍ର ସରକାର’

ଭୁବନେଶ୍ୱର,୯।୭(ବ୍ୟୁରୋ):ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭାଗୁଡିକରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ନେଇ ସ୍ବତନ୍ତ୍ର ଆଇନ କେନ୍ଦ୍ର ସରକାର ପ୍ରସ୍ତୁତ କରନ୍ତୁ ବୋଲି ସୋମବାର ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି। ସଦ୍ୟ ସମାପ୍ତ ନିର୍ବାଚନରେ ମହିଳା ସଶକ୍ତୀକରଣ ନେଇ ବ୍ୟାପକ ପ୍ରଚାର ହୋଇଥିଲା। ହେଲେ ଏହାକୁ କାର୍ଯ୍ୟକାରୀ କରିବା ନେଇ ଯେଭଳି ଭାବେ ପଦକ୍ଷେପ ନିଆଯିବା କଥା, ତାହା ହେଉ ନ ଥିବା ଗୃହରେ ସସ୍ମିତ କହିଛନ୍ତି। ଗତ ଲୋକ ସଭା ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ପ୍ରଦାନ କରିଥିଲା। ଏପରିକି ପଞ୍ଚାୟତ ପ୍ରତିନିଧିସ୍ତରୀୟ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ନିୟମ ଓଡ଼ିଶା କରିସାରିଛିି। ୩୩ ପ୍ରତିଶତ ସଂରକ୍ଷଣ ନେଇ ବିଭିନ୍ନ ରାଜନୈତିକ ଦଳର ସହଯୋଗ ମଧ୍ୟ ଲୋଡାଯାଇଛି। କେତେକ ଏଥିପାଇଁ ଆଗ୍ରହ ମଧ୍ୟ ପ୍ରକାଶ କରିଛନ୍ତି। ତେଣୁ କେନ୍ଦ୍ର ସରକାର ଏ ସଂକ୍ରାନ୍ତ ଆଇନ କାର୍ଯ୍ୟକାରୀ କରିବା ନେଇ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସସ୍ମିତ କହିଛନ୍ତି।