ପାରିବାରିକ କଳହ: ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀ ମୃତ

ପାଟଣା,୨୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରାପଡ଼ା ପଞ୍ଚାୟତ ଗାଲଫୁଲା ମୁଣ୍ଡାସାହିରେ ଶୁକ୍ରବାର ରାତିରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ସ୍ବାମୀଙ୍କ ମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବୀର ମୁଣ୍ଡାଙ୍କ ସ୍ତ୍ରୀ ବେଲ ମୁଣ୍ଡା(୪୪)। ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ବୀରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

Share