ପାରାଦୀପରେ ପ୍ରଦୂଷଣ ନିୟନ୍ତ୍ରଣ ଚିନ୍ତା : ରୁଦ୍ଧଦ୍ୱାର ବୈଠକରେ ହେଲା ସମୀକ୍ଷା

ପାରାଦୀପ,୭ା୮(ସ୍ବ.ପ୍ର.): ବନ୍ଦର ଭିତ୍ତିକ ଶିଳ୍ପ ସହର ପାରାଦୀପ ଦେଶର ଅତ୍ୟଧିକ ପ୍ରଦୂଷିତ ସହର ତାଲିକାରେ ରହିଛି। ପାରାଦୀପକୁ ଯୋଗାଣ ହେଉଥିବା ପାଣି ପିଇବା ଓ ଗାଧୋଇବା ଅନୁପଯୁକ୍ତ। ଏଠାରେ ଧୂଳି ଧୂଅଁା ଆସ୍ତରଣ ଧାର୍ଯ୍ୟ ପାରାମିଟର (ପିଏମ୍‌-୧୦)ଠାରୁ ଦଶଗୁଣା ଅଧିକ ବୋଲି ଖୋଦ୍‌ କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୨୦୧୭ ଅକ୍ଟୋବରରୁ ଘୋଷଣା କରାଯାଇଛି। ଏଭଳି କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ନିୟନ୍ତ୍ରଣ ଦାବିରେ ସ୍ବେଚ୍ଛାସେବୀ ସଙ୍ଗଠନ ପାରାଦୀପ ନାଗରିକ ମଞ୍ଚ ପକ୍ଷରୁ ଗତ ଫେବୃୟାରୀ ୮ରୁ ୧୨ ପର୍ଯ୍ୟନ୍ତ ଧୂଳି ସତ୍ୟାଗ୍ରହ କରାଯାଇଥିଲା। ପ୍ରକୃତିବନ୍ଧୁ ଅୟସକାନ୍ତ ରାୟ ଅନଶନ କରିବାରୁ ଜିଲା ପ୍ରଶାସନ ୨ ମାସ ମଧ୍ୟରେ ଏକ କମିଟି ଗଠନ କରି ସମୀକ୍ଷା କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ତେବେ ଏହାର ୭ମାସ ପରେ ମଙ୍ଗଳବାର ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ପାରାଦୀପରେ ରୁଦ୍ଧଦ୍ୱାର ବୈଠକ କରାଯାଇଛି। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଡିଏମ୍‌ କାହ୍ନୁଚରଣ ଧିର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ରମେଶ ଚନ୍ଦ୍ର ଏକ୍କା, ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧି ଓ କମିଟିରେ ସଦସ୍ୟ ହୋଇଥିବା ୩ ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ବୈଠକ ଶେଷରେ ଜିଲାପାଳ ମହାପାତ୍ର କହିଲେ ଯେ, ପାରାଦୀପରେ ପ୍ରଦୂଷଣ କମୁଛି। ତଥାପି ନିୟମିତ ଯାଞ୍ଚ ପାଇଁ ଏହି କମିଟି ପ୍ରତି ମାସରେ ଥରେ ବସିବ ଓ ପ୍ରଦୂଷଣ ମାତ୍ରା ସମୀକ୍ଷା କରାଯିବ। ପାରାଦୀପ ଦେଶର ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ରହିଥିବା ସମ୍ପର୍କରେ ପଚାରିବାରେ ସେ ଏ ସମ୍ପର୍କରେ ଜାଣି ନ ଥିବା ଓ ତର୍ଜମା କରିବେ ବୋଲି କହିଥିଲେ। ସୂଚନାଯୋଗ୍ୟ, ପ୍ରଦୂଷଣ ନିୟନ୍ତ୍ରଣର ପ୍ରମୁଖ ଉପାୟ ହେଲା ବୃକ୍ଷରୋପଣ। ପ୍ରତ୍ୟେକ ଶିଳ୍ପସଂସ୍ଥା ସେମାନଙ୍କ ମୂଳ ଜାଗାର ୩୩ ପ୍ରତିଶତ ଅଞ୍ଚଳରେ ସବୁଜ ବଳୟ କରିବାକୁ ନିୟମ ରହିଛି। କିନ୍ତୁ ପାରାଦୀପରେ ଥିବା ୧୫ ବୃହତ୍‌ ଶିଳ୍ପସଂସ୍ଥା ମଧ୍ୟରୁ ୨୦୧୮ ସୁଦ୍ଧା କୌଣସି ଗୋଟିଏ ବି ସଂସ୍ଥା ଏହା କାର୍ଯ୍ୟକାରୀ କରିନାହାନ୍ତି। ଏ ବିଷୟରେ ଜିଲାପାଳ କହିଲେ ଯେ ବନ ବିଭାଗକୁ କୁହାଯିବ ସେମାନେ ଆଉଥରେ ଯାଞ୍ଚ କରି ରିପୋର୍ଟ ଦେବେ। ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟାହ୍ନ ୧୨ଟାରେ ଏହି ବୈଠକ ବସିଥିଲା। ଠିକ୍‌ ସେହି ସମୟରେ ବିଧାୟକ ସମ୍ବିତ ରାଉତରାୟ ପୌର ପ୍ରଶାସନିକ ଭବନରେ ଭତ୍ତା ବାଣ୍ଟୁଥିଲେ। କିନ୍ତୁ ଉକ୍ତ ବୈଠକକୁ ବିଧାୟକଙ୍କୁ ଡକାଯାଇ ନ ଥିଲା। ପାରାଦୀପ ପୌରପାଳିକା ରାଜ୍ୟ ପ୍ରଦୂଷଣ ନିନ୍ତନ୍ତ୍ରଣ ବୋର୍ଡର ଏକ ସ୍ଥାୟୀ ସଦସ୍ୟ। ଉକ୍ତ ସଂସ୍ଥାକୁ ମଧ୍ୟ ଏହି ବୈଠକକୁ ଡକାଯାଇ ନ ଥିଲା। ଏ ସମ୍ପର୍କରେ ଜାଣିବା ପରେ ବିଧାୟକ ରାଉତରାୟ ବିରକ୍ତି ପ୍ରକାଶ କରିବା ସହ କହିଲେ ଯେ, ଏହା ପ୍ରଶାସନର ଏକପାଖିଆ ନିଷ୍ପତ୍ତି। ମୁଁ ଏ ବିଷୟ ଉଚିତ୍‌ ଜାଗାରେ ଉଠାଇବି। ଦରକାର ହେଲେ ଆଉ ଥରେ ବୈଠକ ହେବ ଓ ସମସ୍ତଙ୍କୁ ନେଇ ଆଲୋଚନା କରାଯିବ। ଅନ୍ୟ ଏକ ପ୍ରସଙ୍ଗ ହେଲା ଏଭଳି ଏକ ବୈଠକ ୨୦୧୭ ଏପ୍ରିଲ୍‌ରେ ତତ୍କାଳୀନ ଜିଲାପାଳ ୟାମିନୀ ଷଡ଼ଙ୍ଗୀ କରିଥିଲେ। ସେତେବେଳେ ପ୍ରମୁଖ ବଡ଼ କମ୍ପାନୀଗୁଡିକୁ ମୁଖ୍ୟ ରାସ୍ତାରେ ଉଡୁଥିବା ଧୂଳି ସଫା କରିବା ପାଇଁ କୁହାଯାଇଥିଲା। କିଛି ଦିନ ସଫା ହେଲା। କିନ୍ତୁ ପରେ ବନ୍ଦ ହୋଇଗଲା।
ଏବେ ପୁଣି ସେଭଳି ବୈଠକ ହେବା ପରେ ପ୍ରଦୂଷଣ ନିୟନ୍ତ୍ରଣ ହେଉଛି କି ନାହିଁ ତାହା ଦେଖିବାକୁ ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri