ପାରାଦୀପରେ ପ୍ରଦୂଷଣ ନିୟନ୍ତ୍ରଣ ଚିନ୍ତା : ରୁଦ୍ଧଦ୍ୱାର ବୈଠକରେ ହେଲା ସମୀକ୍ଷା

ପାରାଦୀପ,୭ା୮(ସ୍ବ.ପ୍ର.): ବନ୍ଦର ଭିତ୍ତିକ ଶିଳ୍ପ ସହର ପାରାଦୀପ ଦେଶର ଅତ୍ୟଧିକ ପ୍ରଦୂଷିତ ସହର ତାଲିକାରେ ରହିଛି। ପାରାଦୀପକୁ ଯୋଗାଣ ହେଉଥିବା ପାଣି ପିଇବା ଓ ଗାଧୋଇବା ଅନୁପଯୁକ୍ତ। ଏଠାରେ ଧୂଳି ଧୂଅଁା ଆସ୍ତରଣ ଧାର୍ଯ୍ୟ ପାରାମିଟର (ପିଏମ୍‌-୧୦)ଠାରୁ ଦଶଗୁଣା ଅଧିକ ବୋଲି ଖୋଦ୍‌ କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୨୦୧୭ ଅକ୍ଟୋବରରୁ ଘୋଷଣା କରାଯାଇଛି। ଏଭଳି କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ନିୟନ୍ତ୍ରଣ ଦାବିରେ ସ୍ବେଚ୍ଛାସେବୀ ସଙ୍ଗଠନ ପାରାଦୀପ ନାଗରିକ ମଞ୍ଚ ପକ୍ଷରୁ ଗତ ଫେବୃୟାରୀ ୮ରୁ ୧୨ ପର୍ଯ୍ୟନ୍ତ ଧୂଳି ସତ୍ୟାଗ୍ରହ କରାଯାଇଥିଲା। ପ୍ରକୃତିବନ୍ଧୁ ଅୟସକାନ୍ତ ରାୟ ଅନଶନ କରିବାରୁ ଜିଲା ପ୍ରଶାସନ ୨ ମାସ ମଧ୍ୟରେ ଏକ କମିଟି ଗଠନ କରି ସମୀକ୍ଷା କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ତେବେ ଏହାର ୭ମାସ ପରେ ମଙ୍ଗଳବାର ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ପାରାଦୀପରେ ରୁଦ୍ଧଦ୍ୱାର ବୈଠକ କରାଯାଇଛି। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଡିଏମ୍‌ କାହ୍ନୁଚରଣ ଧିର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ରମେଶ ଚନ୍ଦ୍ର ଏକ୍କା, ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧି ଓ କମିଟିରେ ସଦସ୍ୟ ହୋଇଥିବା ୩ ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ବୈଠକ ଶେଷରେ ଜିଲାପାଳ ମହାପାତ୍ର କହିଲେ ଯେ, ପାରାଦୀପରେ ପ୍ରଦୂଷଣ କମୁଛି। ତଥାପି ନିୟମିତ ଯାଞ୍ଚ ପାଇଁ ଏହି କମିଟି ପ୍ରତି ମାସରେ ଥରେ ବସିବ ଓ ପ୍ରଦୂଷଣ ମାତ୍ରା ସମୀକ୍ଷା କରାଯିବ। ପାରାଦୀପ ଦେଶର ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ରହିଥିବା ସମ୍ପର୍କରେ ପଚାରିବାରେ ସେ ଏ ସମ୍ପର୍କରେ ଜାଣି ନ ଥିବା ଓ ତର୍ଜମା କରିବେ ବୋଲି କହିଥିଲେ। ସୂଚନାଯୋଗ୍ୟ, ପ୍ରଦୂଷଣ ନିୟନ୍ତ୍ରଣର ପ୍ରମୁଖ ଉପାୟ ହେଲା ବୃକ୍ଷରୋପଣ। ପ୍ରତ୍ୟେକ ଶିଳ୍ପସଂସ୍ଥା ସେମାନଙ୍କ ମୂଳ ଜାଗାର ୩୩ ପ୍ରତିଶତ ଅଞ୍ଚଳରେ ସବୁଜ ବଳୟ କରିବାକୁ ନିୟମ ରହିଛି। କିନ୍ତୁ ପାରାଦୀପରେ ଥିବା ୧୫ ବୃହତ୍‌ ଶିଳ୍ପସଂସ୍ଥା ମଧ୍ୟରୁ ୨୦୧୮ ସୁଦ୍ଧା କୌଣସି ଗୋଟିଏ ବି ସଂସ୍ଥା ଏହା କାର୍ଯ୍ୟକାରୀ କରିନାହାନ୍ତି। ଏ ବିଷୟରେ ଜିଲାପାଳ କହିଲେ ଯେ ବନ ବିଭାଗକୁ କୁହାଯିବ ସେମାନେ ଆଉଥରେ ଯାଞ୍ଚ କରି ରିପୋର୍ଟ ଦେବେ। ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟାହ୍ନ ୧୨ଟାରେ ଏହି ବୈଠକ ବସିଥିଲା। ଠିକ୍‌ ସେହି ସମୟରେ ବିଧାୟକ ସମ୍ବିତ ରାଉତରାୟ ପୌର ପ୍ରଶାସନିକ ଭବନରେ ଭତ୍ତା ବାଣ୍ଟୁଥିଲେ। କିନ୍ତୁ ଉକ୍ତ ବୈଠକକୁ ବିଧାୟକଙ୍କୁ ଡକାଯାଇ ନ ଥିଲା। ପାରାଦୀପ ପୌରପାଳିକା ରାଜ୍ୟ ପ୍ରଦୂଷଣ ନିନ୍ତନ୍ତ୍ରଣ ବୋର୍ଡର ଏକ ସ୍ଥାୟୀ ସଦସ୍ୟ। ଉକ୍ତ ସଂସ୍ଥାକୁ ମଧ୍ୟ ଏହି ବୈଠକକୁ ଡକାଯାଇ ନ ଥିଲା। ଏ ସମ୍ପର୍କରେ ଜାଣିବା ପରେ ବିଧାୟକ ରାଉତରାୟ ବିରକ୍ତି ପ୍ରକାଶ କରିବା ସହ କହିଲେ ଯେ, ଏହା ପ୍ରଶାସନର ଏକପାଖିଆ ନିଷ୍ପତ୍ତି। ମୁଁ ଏ ବିଷୟ ଉଚିତ୍‌ ଜାଗାରେ ଉଠାଇବି। ଦରକାର ହେଲେ ଆଉ ଥରେ ବୈଠକ ହେବ ଓ ସମସ୍ତଙ୍କୁ ନେଇ ଆଲୋଚନା କରାଯିବ। ଅନ୍ୟ ଏକ ପ୍ରସଙ୍ଗ ହେଲା ଏଭଳି ଏକ ବୈଠକ ୨୦୧୭ ଏପ୍ରିଲ୍‌ରେ ତତ୍କାଳୀନ ଜିଲାପାଳ ୟାମିନୀ ଷଡ଼ଙ୍ଗୀ କରିଥିଲେ। ସେତେବେଳେ ପ୍ରମୁଖ ବଡ଼ କମ୍ପାନୀଗୁଡିକୁ ମୁଖ୍ୟ ରାସ୍ତାରେ ଉଡୁଥିବା ଧୂଳି ସଫା କରିବା ପାଇଁ କୁହାଯାଇଥିଲା। କିଛି ଦିନ ସଫା ହେଲା। କିନ୍ତୁ ପରେ ବନ୍ଦ ହୋଇଗଲା।
ଏବେ ପୁଣି ସେଭଳି ବୈଠକ ହେବା ପରେ ପ୍ରଦୂଷଣ ନିୟନ୍ତ୍ରଣ ହେଉଛି କି ନାହିଁ ତାହା ଦେଖିବାକୁ ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ରେ ଆସି ୫ରେ ଫେରିବେ ଶାହା: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧ା୭(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ତାରିଖ ସା ୮ଟା ୪୦ରେ ଝାରସୁଗୁଡ଼ା ଠାରେ ପହଞ୍ଚିବେ। ଏହାପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ।…

ପାଠ୍ୟପୁସ୍ତକରେ ତ୍ରୁଟି: କଂଗ୍ରେସର ୧୨ ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା: ଜନଜୀବନ ପ୍ରଭାବିତ

ନବରଙ୍ଗପୁର, ୧।୭ (ସଦାଶିବ ପ୍ରହରାଜ): ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ନବରଙ୍ଗପୁର ଜିଲାବନ୍ଦ ଡାକରାର ବୁଧବାର…

ବଙ୍ଗୋପସାଗରରେ ହଲଚଲ! ଓଡ଼ିଶା ମୁହାଁ ମାଡ଼ି ଆସୁଛି…

ଭୁବନେଶ୍ୱର,୧।୭: ଉତ୍ତରବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ବାୟୁମଣ୍ଡଳର ଦେଢ଼ରୁ ୫.୮ କିଲୋମିଟିର ଉଚ୍ଚତା ଯାଏଁ ସକ୍ରିୟ ରହିଛି ଲଘୁଚାପ। ପ୍ରଭାବରେ…

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

ଘରୋଇ ସ୍କୁଲ ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ଚାଲିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ

ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri