ପାରାଦୀପରେ କଡ଼ା ମୁକାବିଲା

ଜଗତ୍‌ସିଂହପୁର ଅଫିସ,୨୩ା୫: ଜଗତ୍‌ସିଂହପୁର ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍‌ ଗଣତି ଜାରି ରହିଛି। ଏହି ଜିଲାର ପାରାଦୀପ ବିଧାନସଭା ନିର୍ବାଚନମଣ୍ଡଳୀରେ ୫ମ ପର୍ଯ୍ୟାୟ ଗଣତି ସୁଦ୍ଧା ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେଉଥିବା ଜଣାପଡିଛି। ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ୧୦,୦୮୭, କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସର୍ଖେଲ ୯,୦୫୩ ଭୋଟ୍‌ ପାଇଛନ୍ତି। ସେହିପରିଭାଜପା ପ୍ରାର୍ଥୀ ସମ୍ପଦ ସ୍ବାଇଁ ୬,୬୭୪ ଭୋଟ ପାଇଛନ୍ତି। ତିର୍ତ୍ତୋଲରେ ୪ର୍ଥ ପର୍ଯ୍ୟାୟ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ବିଷ୍ଣୁ ଚରଣ ଦାସ ୮୮୮୯, ଭାଜପା ପ୍ରାର୍ଥୀ ରମାକାନ୍ତ ଭୋଇ ୫୦୭୬ ଓ କଂଗ୍ରେସ ପ୍ରାର୍ଥୀ ଦେବୀ ମଲ୍ଲିକ ୨୧୯୬ ଭୋଟ୍‌ ପାଇଛନ୍ତି। ଜଗତ୍‌ସିଂହପୁରରେ ୪ର୍ଥ ପର୍ଯ୍ୟାୟ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ୧୩,୦୫୭, କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳ ୯୮୫୩, ଭାଜପା ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ର ୪୨୨୮ ଭୋଟ୍‌ ପାଇଛନ୍ତି। ବାଲିକୁଦା-ଏରସମାରେ ୫ମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାଶ ୧୦୩୭୦, କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ର ୫୪୯୪ ଓ ଭାଜପା ପ୍ରାର୍ଥୀ ଦାମୋଦର ରାଉତ ୩୫୬୮ ଭୋଟ୍‌ ପାଇଛନ୍ତି।