ପାନୀୟଜଳ ଦାବିରେ ରାସ୍ତାରୋକୋ

ଯୋଡ଼ା, ୧୩।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଜୁରୁଡିସ୍ଥିତ କ୍ରେଚ ହଟିଂ ଅଞ୍ଚଳବାସୀ ବିଦ୍ୟୁତକାଟ୍‌ ଯୋଗୁ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବାରୁ ରାସ୍ତା ଅବରୋଧ କରିଥିଲେ। ସୋମବାର ଅପରାହ୍ନ ପ୍ରାୟ ୨ ଘଟିକା ସମୟରେ ରାଜ୍ୟ ରାଜପଥ ନଂ ୨ ଜୁରୁଡି- ବାଂଶପାଣି ରାସ୍ତାର କ୍ରେଚ ହଟିଂଠାରେ ଶତାଧିକ ମହିଳା ପୁରୁଷ ପାନୀୟ ଜଳ ଉପକରଣ ରାସ୍ତା ଉପରେ ରଖି ରାସ୍ତାକୁ ଅବରୋଧ କରିଥିଲେ।  ହଟିଂବାସୀ ଲଂବୋଦର ମୁଣ୍ଡା, ରଂଜିତ ମୁଣ୍ଡା, ମଙ୍ଗଲ ମୁଣ୍ଡା, ସୁନିଲ ବାହାଦୁର ତାଙ୍କ ଅଭିଯୋଗରେ କହିଥିଲେ ଯେ, ସେମାନେ ନିକଟସ୍ଥ ଏକ ଖଣିରେ କାର୍ଯ୍ୟ କରୁଥିଲେ। କମ୍ପାନୀ ପକ୍ଷରୁ ଉକ୍ତ ହଟିଂରେ ଏକ ଡିପ୍‌ ବୋର ଓ୍ବେଲ ନିର୍ମାଣ କରାଯାଇ ବିଦ୍ୟୁତ ଚାଳିତ ପମ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଣ କରାଯାଉଥିଲା। ମାତ୍ର ଗତ ୨ ତାରିଖଠାରୁ ଉକ୍ତ ହଟିଂକୁ କମ୍ପାନୀ ପକ୍ଷରୁ ବିଦ୍ୟୁତ୍‌ ବିଛିନ୍ନ କରାଯିବାରୁ ବୋର ଓ୍ବେଲଟି ଅଚଳ ହୋଇପଡିଛି ା ଯାହା ଫଳରେ ସ୍ଥାନୀୟ ଲୋକେ ପାନୀୟ ଜଳ ପାଇଁ ହଇରାଣ ହେଉଛନ୍ତି। ଉକ୍ତ ଗ୍ରାମରେ ପାନୀୟ ଜଳର ସେପରି କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ । ଏଣୁ ସ୍ଥାନୀୟ ମହିଳାମାନେ ଦୀର୍ଘ ଦେଢ କି.ମି. ଦୂର ଚାଲି ଚାଲି ଯାଇ ସେଠାରୁ ପାଣି ସଂଗ୍ରହ କରୁଥିବା କହିଛନ୍ତି। ଜଳ ସଙ୍କଟ ଦେଖାଦେବାରୁ କମ୍ପାନୀ ପକ୍ଷରୁ ଟ୍ୟାଙ୍କର ମାଧ୍ୟମରେ ଏଠାକୁ ପାନୀୟଜଳ ଯୋଗାଣ କରାଯାଉଥିଲା। ମାତ୍ର ତାହା ମଧ୍ୟ ବନ୍ଦ କରିଦିଆଯିବାରୁ ଅଞ୍ଚଳବାସୀ ବାଧ୍ୟ ହୋଇ ଏହି ରାସ୍ତା ଅବରୋଧ କରିଥିଲେ। ରାସ୍ତା ଅବରୋଧ ପରେ ଘଟଣାସ୍ଥଳକୁ ପୋଲିସ ଆସିଲେ ଅଂଚଳବାସୀ ଏକ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ଦେବେ ବୋଲି କହିଥିଲେ। ରାସ୍ତା ଅବରୋଧ ହେବାରୁ ରାସ୍ତାରେ ଶହ ଶହ ଖଣିଜ ବୋଝେଇ ଡମ୍ପର ଓ ଟ୍ରକ ଛିଡା ହେବାରୁ ଯାତାୟାତ ଠପ୍‌ ହୋଇପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri