ପାନିର୍‌ ଲାଗି ବଡା ଗୁଲ୍‌ଗୁଲା, ଠେଲାପେଲା

ବଲାଙ୍ଗୀର ଅଫିସ, ୧ା୫ – ବଲାଙ୍ଗୀର ମ୍ୟୁନିସିପାଲିଟି ଅଧୀନ ୧୭ ନମ୍ବର ୱାର୍ଡ ଅନ୍ତର୍ଗତ ବିଷ୍ଣୁମୁଣ୍ଡା ଓ ଖଲିଆପାଲି ଅଞ୍ଚଳରେ ପାନୀୟ ଜଳସମସ୍ୟା ଏକ ସାଧାରଣ କଥା|  ପ୍ରତିବର୍ଷ ଖରାଦିନେ ଏଠାରେ ଉତ୍କଟ ଜଳ ସମସ୍ୟା ଦେଖା ଦେଇଥାଏ ା ଚଳିତବର୍ଷ ମଧ୍ୟ ଖରା ବଢ଼ିବା ପରେ ଏଠାରେ ପାନୀୟ ଜଳର କଷ୍ଟ ବଢ଼ିବାରେ ଲାଗିଛି ା ଏହି ଅଞ୍ଚଳର ଜଳସମସ୍ୟାକୁ ନେଇ ଗତ ୨୬ ତାରିଖ ବିଷ୍ଣୁମୁଣ୍ଡା ଓ ଖଲିଆପାଲିର ମହିଳା ଓ ପୁରୁଷମାନେ ବଲାଙ୍ଗୀର-ଆଟଗଁା ରାସ୍ତା ଅବରୋଧ କରିଥିଲେ ା ରାସ୍ତାରୋକୋ ପରେ ବିଭାଗୀୟ ଯନ୍ତ୍ରୀ ଆସି ନିୟମିତ ପାନୀୟ ଜଳଯୋଗାଣର ପ୍ରତିଶ୍ରୁତି ଦେଇଥିଲେ ା ତେବେ କିଛି ଦିନ ହେଲା ଏହି ଅଞ୍ଚଳକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି ଟ୍ୟାଙ୍କର ପଠାଯାଉଥିଲେ ମଧ୍ୟ ଏଠାକାର ଜନସଂଖ୍ୟା ମୁତାବକ ପାଣି ମିଳୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ା ରାସ୍ତାରୋକୋ ସମୟରେ ଖରାଦିନରେ ଅନ୍ତତଃ ପକ୍ଷେ ଦିନକୁ ଦୁଇଥର ପାଣି ଟ୍ୟାଙ୍କର ଯୋଗେ ଜଳଯୋଗାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିଲେ ା ତେବେ ଏ ପର୍ଯ୍ୟନ୍ତ ଏହି ଦାବି ପୂରଣ ହୋଇନାହିଁ ା ଏହି ପଡାରେ ପିଏଚ୍‌ଡି ପାଣି ପାଇପ ବିଛା ଯାଇ ଘରକୁ ପାଇପ ସଂଯୋଗ କରାଯାଇଥିଲେ ମଧ୍ୟ ଏଥିରେ ପାଣି ଆସୁନାହିଁ ା ଅଳ୍ପ କାମ ବାକି ଅଛି । ଖୁବ୍‌ ଶୀଘ୍ର ଏହି ପାଇପରେ ପାଣି ଯୋଗାଣ କରାଯିବ ବୋଲି କିଛି ମାସ ହେଲା ବିଭାଗୀୟ ଯନ୍ତ୍ରୀମାନେ କହୁଥିଲେ ମଧ୍ୟ ଏହା ଫଳପ୍ରଦ ହୋଇନାହିଁ ା ବଲାଙ୍ଗୀର ମ୍ୟୁନିସିପାଲିଟିର ୧୭ ନମ୍ବର ୱାର୍ଡରେ ବିଷ୍ଣୁମୁଣ୍ଡା ଓ ଖଲିଆପାଲି ରହିଥିଲେ ମଧ୍ୟ ଏହା ଯେକୌଣସି ଗ୍ରାମାଞ୍ଚଳଠାରୁ ମଧ୍ୟ ଅନୁନ୍ନତ ହୋଇପଡିଛି ବୋଲି ପଡାବାସୀ ଅଭିଯୋଗ କରିଛନ୍ତି ା ଆଜିବି ଏହି ଅଞ୍ଚଳକୁ ଗଁା ବୋଲି ଲୋକେ କହୁଛନ୍ତି ା ସାଧାରଣ ମୌଳିକ ସୁବିଧାରୁ ଏହି ପଡାବାସୀ ସମ୍ପୂର୍ଣ୍ଣ ବଞ୍ଚତ୍ତ ହୋଇଛନ୍ତି ା ପାନୀୟ ଜଳ ସମସ୍ୟା ସହ ଏହି ଉଭୟ ଗଁାରେ ଗାଧୋଇବା ପାଇଁ ଏବେ ପାଣିନାହିଁ କହିଲେ ଚଳେ ା ବିଷ୍ଣୁମୁଣ୍ଡା ହରିଜନପଡାର ଲୋକେ ନିକଟସ୍ଥ ପଥର ଖାଦାନ ଗର୍ତ୍ତରେ ଜମା ପାଣିରେ ସେମାନଙ୍କ ଗାଧୋଇବା ଓ ଶୌଚ କାର୍ଯ୍ୟ କରିଥାନ୍ତି ା ଏବେ ଖରାଦିନରେ ଏହି ପଥର ଖାଦାନ ପାଣି ଅତ୍ୟନ୍ତ ମଇଳା ଓ ପରିତ୍ୟକ୍ତ ହୋଇପଡିଥିଲେ ବି ଏଠାରେ ଲୋକେ ବାଧ୍ୟ ହୋଇ ଗାଧୋଉଛନ୍ତି ା ଫଳରେ ଲୋକଙ୍କ ମଧ୍ୟରେ ଜଳଜନିତ ରୋଗ ଓ ଚର୍ମରୋଗ ଦେଖା ଦେଉଥିବା କହିଛନ୍ତି ା ଏହି ପାଣିରୁ ଏବେ ଦୁର୍ଗନ୍ଧ ବାହାରୁଥିବା ମହିଳାମାନେ କହିଛନ୍ତି। ହରିଜନପଡାରେ ଏକମାତ୍ର ନଳକୂଅ ରହିଛି ା ଏଠାରେ ପ୍ରାୟ ପ୍ରତିଦିନ ପାଣି ସଂଗ୍ରହ ବେଳେ ଠେଲାପେଲା ଓ ଉଚ୍ଚବାଚ ହେଉଥିବା ମହିଳାମାନେ କହିଛନ୍ତି ା ପାଣି ଅଭାବ କାରଣରୁ ସେମାନଙ୍କ ପାରିବାରିକ ସମ୍ପର୍କରେ ତିକ୍ତତା ଆସୁଥିବା କହିଛନ୍ତି ା ଏପରିସ୍ଥଳେ ପ୍ରତିଶ୍ରୁତି ମୁତାବକ ଦିନକୁ ଦୁଇଥର ପାଣି ଯୋଗାଣ ନ କଲେ ଏବଂ ତୁରନ୍ତ ପାଇପ ପାଣି ସଂଯୋଗ ନ କଲେ ସେମାନେ ପୁଣି ଥରେ ରାସ୍ତାରୋକୋ ସହ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟହେବେ ବୋଲି ହରିଜନପଡା ମହିଳାମାନେ କହିଛନ୍ତି ା