Posted inଖେଳ

‘ପାଠ୍ୟକ୍ରମରେ କ୍ରୀଡ଼ାର ଆବଶ୍ୟକତା ରହିଛି’

ରାଜ୍ୟରେ ଏବେ କ୍ରୀଡ଼ାର ଗୁରୁତ୍ୱ ବହୁପରିମାଣରେ ବଢ଼ି ଯାଇଥିବାବେଳେ ଆପଣ କ୍ରୀଡ଼ା ସହିତ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ଅଛନ୍ତି। ଦୁଇ ବିଭାଗ ମଧ୍ୟରେ କେମିତି ସମନ୍ବୟ ରକ୍ଷା କରୁଛନ୍ତି?
ରାଜ୍ୟପାଇଁ ୨ଟି ଯାକ ବିଭାଗ ଗୁରୁତ୍ୱପୂର୍ଣ୍ଣ। ଭାରତ ସରକାର କହୁଛନ୍ତି ଆମେ ୨୦୨୮ ଓ ୨୦୩୨ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ସଂଖ୍ୟା ବଢ଼ାଇବାକୁ ଚାହୁଁଛୁ। ତେଣୁ ୧୦ରୁ ୧୪ ବର୍ଷ ମଧ୍ୟରେ ଯେଉଁ କ୍ରୀଡ଼ା ପ୍ରତିଭା ଅଛନ୍ତି ଆମେ ତାଙ୍କୁ ଟାର୍ଗେଟ କରୁଛୁ। ଅଲିମ୍ପିକ୍ସକୁ ଲକ୍ଷ୍ୟରେ ରଖି ସେମାନଙ୍କୁ ଟ୍ରେନିଂ ଦିଆଯିବ। ଆଇଟିରେ ମଧ୍ୟ ଇଷ୍ଟର୍ନ ଜୋନରେ ଆମେ ସବୁଠାରୁ ବଡ଼ ଆଇଟି ହବ୍‌ ହେବାପାଇଁ ଚେଷ୍ଟା କରୁଛୁ। ବାଙ୍ଗାଲୋର, ହାଇଦ୍ରାବାଦ, ପୁଣେ କିମ୍ବା ଗୁରଗାଁଓପରି ଅଞ୍ଚଳରେ ଆଇଟି ହବ୍‌ସବୁ ହୋଇଛି। ସେ ତୁଳନାରେ ଓଡ଼ିଶାରେ ଆଇଟି ହବ୍‌ ନାହିଁ। ଇକୋ ସିଷ୍ଟମକୁ ଆମେ ବର୍ତ୍ତମାନ ସପୋର୍ଟ ଦେଉଛୁ। ଆଗାମୀ ଦିନରେ ଭୁବନେଶ୍ୱରରେ ମଧ୍ୟ ଆଇଟି ହବ୍‌ ପ୍ରତିଷ୍ଠା କରିବାକୁ ଆମେ ଚେଷ୍ଟା କରୁଛୁ।
ମନ୍ତ୍ରୀଭାବେ ଦାୟିତ୍ୱ ନେବାବେଳେ କ’ଣ ସବୁ ଲକ୍ଷ୍ୟ ଥିଲା। ବର୍ତ୍ତମାନ ସୁଦ୍ଧା କେତେ ପରିମାଣରେ ପୂରଣ ହୋଇଛି?
ଦାୟିତ୍ୱ ନେବାର ମୋର ମାତ୍ର ୫-୬ ମାସ ହୋଇଛି। ପୂର୍ବରୁ ମଧ୍ୟ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କ୍ରୀଡ଼ାର ବ୍ୟାପକ ଉନ୍ନତି ହୋଇଛି। ୨୦୧୮ରେ ହକି ବିଶ୍ୱକପ ଆୟୋଜିତ ହୋଇଛି। ମଁୁ ଦାୟିତ୍ୱ ନେବାପରେ ଅଲିମ୍ପିକ୍ସ କ୍ୱାଲିଫାୟର ହକି, ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ହୋଇଛି। ଆଗାମୀ ଦିନରେ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ହେବାକୁ ଯାଉଛି। ରେସଲିଂ ଚାମ୍ପିୟନଶିପ୍‌ ମଧ୍ୟ ରହିଛି। ଅନେକ ବିଶ୍ୱସ୍ତରୀୟ ଇଭେଣ୍ଟ ଆୟୋଜନ ପାଇଁ ଭୁବନେଶ୍ୱର ଏବେ ଭାରତର କ୍ରୀଡ଼ା ରାଜଧାନୀଭାବେ ବିବେଚିତ ହେଉଛି।
ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବ୍ୟାପକ ଉନ୍ନତି ଘଟିଛି। ଏହାର ସୁଫଳ ଆମ ରାଜ୍ୟକୁ କିପରି ମିଳିଛି ବୋଲି ଆପଣ ଭାବୁଛନ୍ତି ?
ପୂର୍ବରୁ ଅଳ୍ପ କେତୋଟି ଅଞ୍ଚଳରେ ଖେଳାଳିଙ୍କର ନିର୍ଦ୍ଦିଷ୍ଟ ଖେଳପ୍ରତି ଆଗ୍ରହ ଥିଲା, ତାକୁ ଦେଖି ପିଲାଙ୍କୁ ଗ୍ରୁମ୍‌ କରାଯାଉଥିଲା। ମାତ୍ର ବର୍ତ୍ତମାନ ପ୍ରତି ବ୍ଲକର ମୁଖ୍ୟକାର୍ଯ୍ୟାଳୟରେ ଆମେ ଗୋଟିଏ ଲେଖାଏ ମିନି ଷ୍ଟାଡିୟମ ନିର୍ମାଣ କରୁଛୁ। ଆମେ ୩୧୪ ବ୍ଲକ ଏବଂ ୧୪୯ ଅର୍ବାନ ବଡି(ଏନ୍‌ଏସ୍‌ସି ହେଉ କିମ୍ବା ମ୍ୟୁନିସିପାଲିଟି)ରେ ମିନି ଷ୍ଟାଡିୟମ ପାଇଁ ଟାର୍ଗେଟ ରଖିଛୁ। ଏହା ଫଳରେ ସ୍ଥାନୀୟ ଖେଳାଳି ଆଗାମୀ ଦିନରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଅଭ୍ୟାସର ସୁଯୋଗ ପାଇବେ। ଆଗାମୀ ଦିନରେ ଯେଉଁ ପିଲାମାନେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଥିବା କ୍ରୀଡ଼ା ଛାତ୍ରାବାସରେ ରଖାଯାଇ ଗ୍ରୁମିଂ କରାଯିବ।
୨୦୨୩ ହକି ବିଶ୍ୱକପ ଏଠାରେ ହେବ ବୋଲି ଘୋଷଣା କରାଯାଇଛି। ଓଡ଼ିଶାକୁ ଦ୍ୱିତୀୟ ଥର ପାଇଁ ଏହି ମେଗା ଇଭେଣ୍ଟ ମିଳିବା ପଛର କାରଣ କ’ଣ?
୪-୫ଟି ଦେଶ ଆୟୋଜନ ଦୌଡ଼ରେ ଥିଲେ। ବେଲଜିୟମ, ମାଲେସିଆ ଓ ଭାରତ ଚୂଡ଼ାନ୍ତ ଆୟୋଜନ ଦୌଡ଼ରେ ରହିଥିଲେ। ଭାରତରେ ଯେଉଁ କ୍ରୀଡ଼ା ଭିତ୍ତିଭୂମି ଅଛି ତାହା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ। ତେଣୁ ଅନ୍ତର୍ଜାତୀୟ ହକି ଫେଡେରେଶନ ଭାରତକୁ ହିଁ ଚୟନ କଲା। ୨୦୧୮ ବିଶ୍ୱକପ ଆୟୋଜନରେ ହକି ଇଣ୍ଡିଆ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଥିଲା। ଏଠାରେ ସେତେବେଳେ କେବଳ ଖେଳ ନୁହେଁ ସ୍ପୋଟର୍‌ସ ଟୁରିଜମ୍‌ର ଏକ ଇକୋ ସିଷ୍ଟମ ତିଆରି ହୋଇଥିଲା। ଏହାକୁ ଏବଂ ଭିତ୍ତିଭୂମିକୁ ଲକ୍ଷ୍ୟକରି ଓଡ଼ିଶାକୁ ପୁଣି ଆୟୋଜନ ଅଧିକାର ମିଳିଛି। ବର୍ତ୍ତମାନ ଆମ ଆଗରେ ଏକ ଚ୍ୟାଲେଞ୍ଜ ଅଛି। ପୂର୍ବରୁ କେବଳ ଏହା ଭୁବନେଶ୍ୱରରେ ଆୟୋଜନ ହୋଇଥିଲା, ଏବେ ରାଉରକେଲାରେ ମଧ୍ୟ ଆୟୋଜନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତେଣୁ ରାଉରକେଲାରେ ଯେଉଁଭଳି ଭିତ୍ତିଭୂମି ଆବଶ୍ୟକ ତାକୁ ଆମେ ୨୦୨୩ ପୂର୍ବରୁ ତିଆରି କରିଦେବାକୁ ଆଶା ରଖିଛୁ।
ରାଜ୍ୟରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଅଛି, ମାତ୍ର ତାହା ଆମ ରାଜ୍ୟର ଖେଳାଳିଙ୍କ ପାଇଁ ଉପଲବ୍ଧ ହେଉନାହିଁ ବୋଲି ଅଭିଯୋଗ ହେଉଛି?
ଖେଳାଳିମାନଙ୍କଠାରୁ ସେଭଳି କୌଣସି ଅଭିଯୋଗ ଆମ ନିକଟକୁ ଆସିନାହିଁ। ପୂର୍ବରୁ ଧାରଣା ଥିଲା ଯେ, ସୁନ୍ଦରଗଡ଼ ପିଲା କେବଳ ହକି, ପୁରୀ ପିଲା କୁସ୍ତି, ବାଲେଶ୍ୱର ପିଲା ଭଲିବଲ ଖେଳିବେ, ମାତ୍ର ଆମେ ଏହି ଧାରାକୁ ଭାଙ୍ଗି ଦେଇଛୁ। ସୁନ୍ଦରଗଡ଼ରେ ହକି ପ୍ରତି ଅଧିକ ଆଗ୍ରହ ଥିବାରୁ ସେହି ଜିଲାର ୧୭ଟି ଯାକ ବ୍ଲକ ହେଡ୍‌କ୍ୱାର୍ଟରରେ ଆମେ ଆଷ୍ଟ୍ରୋଟର୍ଫ ଷ୍ଟାଡିୟମ ନିର୍ମାଣ କରୁଛୁ। ସବୁ ପିଲା ଯେପରି ନିଜ ପସନ୍ଦର ଖେଳ ଖେଳିପାରିବ ତା’ ଉପରେ ଗୁରୁତ୍ୱ ଦେଉଛୁ।
ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର କ’ଣ ସବୁ ଯୋଜନା ହାତକୁ ନେଉଛନ୍ତି?
ଏବେ ଆମର ଯେଉଁ ପ୍ରତିଭା ସନ୍ଧାନ ପ୍ରକ୍ରିୟା ଚାଲିଛି ତାହା ଗ୍ରାମାଞ୍ଚଳରୁ ହିଁ ହେଉଛି। ସେଠାରୁ ପିଲା ବଛାହୋଇ ବ୍ଲକସ୍ତରକୁ ଆସିବେ। ବ୍ଲକସ୍ତରରୁ ଜିଲାସ୍ତରକୁ ଏବଂ ସେଠାରେ ଭଲ ପ୍ରଦର୍ଶନ କଲେ ରାଜ୍ୟସ୍ତରକୁ ଆସିବେ। ତାକୁ ଛାଡ଼ି ଖେଲୋ ଇଣ୍ଡିଆ ପ୍ରୋଗ୍ରାମରେ ସ୍କୁଲ କଲେଜରେ ମଧ୍ୟ ପ୍ରତିଭା ଠାବ କରାଯାଉଛି।
ବିଦ୍ୟାଳୟ ସ୍ତରରେ କ୍ରୀଡ଼ାକୁ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ କି ?
ବିଦ୍ୟାଳୟସ୍ତରୀୟ କ୍ରୀଡ଼ାକୁ ଗୁରୁତ୍ୱ ଦିଆଯାଉଛି। ମାତ୍ର ବର୍ତ୍ତମାନ ଏକାଡେମୀ ପାଠ୍ୟକ୍ରମରେ କ୍ରୀଡ଼ାପାଇଁ ନିର୍ଦ୍ଦିଷ୍ଟ ମାପ ରଖାଯାଇନାହିଁ। ତେଣୁ ଆମେ ଚାହୁଁଛୁ ଉଚ୍ଚ ଶିକ୍ଷା ବିଭାଗ ହେଉ କିମ୍ବା ଗଣଶିକ୍ଷା ବିଭାଗ ପକ୍ଷରୁ ଯଦି ପାଠ୍ୟକ୍ରମରେ ଏହାକୁ ରଖାଯିବ ଏବଂ ସେଥିପାଇଁ କ୍ରେଡିଟ୍‌ କିମ୍ବା ମାର୍କ ରହିବ ତେବେ ଏଥିପ୍ରତି ଅଧିକ ଫୋକସ ଦିଆଯାଇପାରିବ। ପିଲାମାନେ ଏଥିପ୍ରତି ଅଧିକ ଧ୍ୟାନ ମଧ୍ୟ ଦେଇପାରିବେ।
ସବୁ ଖେଳକୁ ଲୋକପ୍ରିୟ କରିବା ପାଇଁ କିଛି ଯୋଜନା ଅଛି କି ?
ପାରମ୍ପରିକ ଖେଳକୁ ଆମେ ଗୁରୁତ୍ୱ ଦେଇ ଆସୁଛୁ। ଭଲିବଲ, କବାଡ଼ି ହେଉ କିମ୍ବା ଖୋ ଖୋ ଆଜି ମଧ୍ୟ ତା’ର ଅନେକ ଗୁରୁତ୍ୱ ରହିଛି। ମାତ୍ର କମର୍ସିଆଲ ଦୃଷ୍ଟିକୋଣରୁ ଆପଣ ଯେମିତି ଆଶା କରୁଛନ୍ତି ଆମେ ଆଗାମୀ ଦିନରେ ଯେପରି ପ୍ରୋ କବାଡ଼ି ଲିଗ୍‌ ବାହାରେ ହେଉଛି ଓଡ଼ିଶାରେ ଯେପରି ତାହା ହୋଇପାରିବ ତା’ ଉପରେ ଧ୍ୟାନ ଦେବୁ।
ଆମ କ୍ରୀଡ଼ା ନୀତିରେ କିଛି ପରିବର୍ତ୍ତନ ଆବଶ୍ୟକ କି?
ଖେଳ ନୀତିରେ ଯେଉଁ ପରିବର୍ତ୍ତନ ଆବଶ୍ୟକ ଅଛି ତାହା ବର୍ତ୍ତମାନ ଡ୍ରାଫ୍ଟିଂ ଷ୍ଟେଜ୍‌ରେ ଅଛି। ଖେଳପ୍ରତି ଉତ୍ସାହୀ ବ୍ୟକ୍ତି, ବିଶେଷଜ୍ଞ କିମ୍ବା ଅତୀତରେ ଅଲିମ୍ପିକ୍ସ ଆଦିରେ ପ୍ରତିନିଧିତ୍ୱ କରିଥିବା ବିଭିନ୍ନ ଖେଳାଳିଙ୍କଠାରୁ ପରାମର୍ଶ ନେଉଛୁ। ଭାରତୀୟ କ୍ରୀଡ଼ା ନୀତିର ଯେଉଁ ନୀତି ନିୟମ ଅଛି ତାକୁ ମଧ୍ୟ ଆମେ ଅନୁସରଣ କରୁଛୁ। ଯେପରି କୌଣସି ପଏଣ୍ଟ ଛାଡ଼ି ନ ଯିବୁ ତାକୁ ଧ୍ୟାନରେ ରଖି ଆମେ କ୍ରୀଡ଼ାନୀତି ପ୍ରସ୍ତୁତ କରୁଛୁ।
କଳିଙ୍ଗ ଷ୍ଟାଡିୟମ ପୂର୍ବରୁ ସାଧାରଣ ଲୋକଙ୍କ ପାଇଁ ଉନ୍ମୁକ୍ତ ଥିଲା। ମାତ୍ର ତାହା ଏବେ ବନ୍ଦ କରି ଦିଆଯାଇଛି। କାରଣ କ’ଣ?
କେବଳ ନିରାପତ୍ତା ସମସ୍ୟା ଯୋଗୁ ଏପରି ପଦକ୍ଷେପ ନିଆଯାଇଛି। ଆମେ ଯେହେତୁ ଅନ୍ତର୍ଜାତୀୟ ମ୍ୟାଚମାନ ଆୟୋଜନ କରୁଛୁ ବିଭିନ୍ନ ଦୃଷ୍ଟିକୋଣରୁ ସୁରକ୍ଷାକୁ ଧ୍ୟାନ ଦେବାକୁ ହେଉଛି। ବାହାରଲୋକ ଷ୍ଟାଡିୟମରେ ପଶିଲେ ଯଦି କୌଣସି ଦୁର୍ଘଟଣା ଘଟେ ତେବେ ସେଥିପାଇଁ ମଧ୍ୟ ଆମେ ଉତ୍ତରଦାୟୀ ରହିବୁ।
ହାତଗଣତି କେତେଜଣ ଖେଳାଳି କୋଚ୍‌ଙ୍କ ସୁପାରିସକ୍ରମେ ଷ୍ଟାଡିୟମରେ ପ୍ରବେଶ ଅନୁମତି ପାଉଛନ୍ତି। ମାତ୍ର ଅନେକ ସ୍ଥାନୀୟ ଖେଳାଳି ଏହି ସୁଯୋଗ ପାଇପାରୁ ନାହାନ୍ତି?
ଯଦି କାହା ପାଖରେ କ୍ରୀଡ଼ା ପ୍ରତିଭା ଅଛି ଆଉ ସେ ଅଭ୍ୟାସ କରିବାକୁ ଚାହୁଁଛି ସେ ନିର୍ଦ୍ଦିଷ୍ଟ କାଟେଗୋରିପାଇଁ ଆବେଦନ କଲେ ଆମେ ତାଙ୍କୁ ଆଇ-କାର୍ଡ ଦେଉଛୁ ଏବଂ ଅନୁମତି ଦିଆଯାଉଛି। ସେହି ନିୟମ ଏବେ ବି ପ୍ରଯୁଜ୍ୟ।
ଦେଖାଯାଉଛି ବହୁ କ୍ରୀଡ଼ା ଛାତ୍ରାବାସରେ ଏବେ କୋଚ୍‌ ନାହାନ୍ତି। ମାତ୍ର ସେଠାରେ ପିଲା ଗ୍ରହଣ କରାଯାଉଛି। ଯେଉଁଠି କ୍ରୀଡ଼ାର ପ୍ରାଥମିକ ଶିକ୍ଷା ଦୁର୍ବଳ ସେଠାରେ ହାଇପରଫରମାନ୍ସ ସେଣ୍ଟର କିମ୍ବା ହଷ୍ଟେଲ କିପରି ସହାୟକ ହୋଇପାରିବ?
ହାଇପରଫରମାନ୍ସ ସେଣ୍ଟର କେବଳ ଭୁବନେଶ୍ୱରରେ ଅଛି। ଆପଣ ଯେଉଁ କଥା କହିଲେ ତାହା ଆଂଶିକ ସତ୍ୟ। କେତେକ ସ୍ଥାନରେ କୋଚ୍‌ମାନେ ଯେହେତୁ ସ୍ପୋଟର୍‌ସ ଅଫିସରଭାବେ ଅଛନ୍ତି ତାଙ୍କୁ ପିଲାମାନଙ୍କୁ ଗ୍ରୁମିଂ ପାଇଁ ସମୟ ମିଳୁନି। ଯେଉଁ ସ୍ଥାନରେ ଭ୍ୟାକେନ୍ସି ଅଛି ବହୁତ ଶୀଘ୍ର ନିଯୁକ୍ତି ଦେବୁ। ଫଳରେ ଯେଉଁ ଡିସିପ୍ଲିନରେ ଯେଉଁ ପିଲା ଅଛନ୍ତି ତାଙ୍କୁ ଗ୍ରୁମିଂ କରିବା ପାଇଁ ସେହି ଡିସିପ୍ଲିନର କୋଚ୍‌ ରହିବେ। ଆଉ କିଛି ଅସୁବିଧା ହେବନାହିଁ।
ଏବେ ରାଜ୍ୟ ଖେଳାଳିମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି। ଏଥିପାଇଁ କ’ଣ ପଦକ୍ଷେପ ନିଆଯାଉଛି?
ଏହା ଏକ ଲଙ୍ଗ ଜର୍ନିଂ। ଯଦି କିଛି ବର୍ଷ ପାଇଁ କ୍ରୀଡ଼ା ଭିତ୍ତିଭୂମିରେ କିଛି ଅଭାବ ହୋଇଛି କିମ୍ବା ଗ୍ରୁମିଂରେ କିଛି ଅସୁବିଧା ହୋଇଛି ତା’ର ଫଳାଫଳ ମିଳିବାକୁ ୮-୧୦ ବର୍ଷ ଲାଗିଯିବ। ଦୂତୀ ଚାନ୍ଦ, ପୂର୍ଣ୍ଣିମା ହେମ୍ବ୍ରମଙ୍କ ପରି ଆଥଲେଟ ଓଡ଼ିଶାକୁ ଗର୍ବିତ କରିଛନ୍ତି। ତାଙ୍କ ପରବର୍ତ୍ତୀ ପିଢ଼ିର ପିଲାଙ୍କୁ ଆମେ ଗ୍ରୁମିଂ କରୁଛୁ। ଯେପରି ଅଧିକ ସଂଖ୍ୟାରେ ଖେଳାଳି ସର୍ବଭାରତୀୟ ସ୍ତରରେ ଏବଂ ବିଶ୍ୱସ୍ତରରେ ଭଲ ପ୍ରଦର୍ଶନ କରିବେ ତା’ ଉପରେ ଧ୍ୟାନ ଦେଉଛୁ।
ଓଡ଼ିଶାର କିଛି କ୍ଲବ କିମ୍ବା ଅନୁଷ୍ଠାନ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ସୃଷ୍ଟି କରୁଛନ୍ତି। ମାତ୍ର ସେମାନଙ୍କୁ ସ୍ବୀକୃତି ମିଳୁ ନ ଥିବା ଅଭିଯୋଗ ହେଉଛି?
ରାଜ୍ୟ ସରକାର ସ୍ବୀକୃତି ଦେବାରେ କିଛି ଅସୁବିଧା ନାହିଁ। ନିର୍ଦ୍ଦିଷ୍ଟ ନିୟମ ଗାଇଡ୍‌ଲାଇନ ଅନୁସାରେ ସବୁ କାର୍ଯ୍ୟ କରାଯାଉଛି। ତା’ ଭିତରେ ଯଦି କିଛି ଆସୁଛି ତେବେ ରାଜ୍ୟ ସରକାର ନିଶ୍ଚିତ ସ୍ବୀକୃତି ଦେବେ, ଏଥିରେ ଦ୍ୱିମତ ନାହିଁ।
ପାରମ୍ପରିକ କ୍ରୀଡ଼ାର ପୁନରୁଦ୍ଧାର ଦିଗରେ କ’ଣ ପଦକ୍ଷେପ ନିଆଯାଉଛି?
ଏବେ ଯାଦବ ମହାସଂଘ ପକ୍ଷରୁ ଲଉଡ଼ି ଖେଳ ପାଇଁ ଆବେଦନ ଆସିଥିଲା। ଆଉଏକ ମହାସଂଘ ପକ୍ଷରୁ ତାଙ୍କ ପାରମ୍ପରିକ କ୍ରୀଡ଼ା ପାଇଁ ମଧ୍ୟ ଆବେଦନ ଆସିଛି। ମୁଁ ସବୁକିଛିକୁ ଦୃଷ୍ଟିରେ ରଖିଛି। ପୁଚିଖେଳ ପାଇଁ ମଧ୍ୟ ଆବେଦନ ଆସିଛି। ତାକୁ କିପରି ଆମ କ୍ରୀଡ଼ା ବିଭାଗରେ ସାମିଲ କରାଯାଇପାରିବ ତାକୁ ଅନୁଧ୍ୟାନ କରାଯାଉଛି।
କ୍ରୀଡ଼ା ମନ୍ତ୍ରୀ ଭାବେ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣଙ୍କର ଅଭିଜ୍ଞତା କିପରି ରହିଛି ?
ମୁଁ ସମ୍ପୂର୍ଣ୍ଣ ଭାବେ ଏକାଡେମୀ ଫିଲ୍ଡରେ ଏବଂ ଇଞ୍ଜିନିୟରିଂ ବ୍ୟାକ୍‌ଗ୍ରାଉଣ୍ଡରେ ଥିଲି। କ୍ରୀଡ଼ା ବିଭାଗ ଉପରେ ମୋର ସେମିତି କିଛି ଧ୍ୟାନ ନ ଥିଲା। ଦାୟିତ୍ୱ ନେବାପରେ ମୁଁ ଧୀରେଧୀରେ ଶିଖୁଛି। ପୂର୍ବରୁ ଯେଉଁମାନେ ଏହି ବିଭାଗର ମନ୍ତ୍ରୀ ଥିଲେ, କିମ୍ବା ଯେଉଁମାନଙ୍କର ଅଭିଜ୍ଞତା ରହିଛି ସେମାନଙ୍କୁ ପଚାରୁଛି ଏବଂ ତାଙ୍କଠାରୁ ଶିଖୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ମା’ ବଡ଼ରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଝାଲିଆଗୋଛାକୁ ହରାଇଲା ହରିଗଡ଼

ଭଞ୍ଜନଗର,୨୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ନୁଆପଲ୍ଲୀଠାରେ ରବିବାରଠାରୁ ଆରମ୍ଭ ହୋଇଛି ମା’ ବଡ଼ରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଉଦ୍‌ଘାଟନୀ ମ୍ୟାଚ୍‌ ଝାଲିଆଗୋଛା ଓ ହରିଗଡ଼ ମଧ୍ୟରେ…

ଆଇପିଏଲ୍‌ ଆରମ୍ଭରୁ ବଡ଼ ବିବାଦ: RCB vs SRH ମ୍ୟାଚ୍‌ରେ ଏମିତି କ’ଣ ହେଲା ଯାହାକୁ ନେଇ ଏବେ ବଢୁଛି ହଙ୍ଗାମା…

ନୂଆଦିଲ୍ଲୀ,୨୯।୩: ଶନିବାରଠାରୁ ଆରମ୍ଭ ହୋଇଥିବା IPL 2026ର ଉଦ୍‌ଘାଟନୀ ମ୍ୟାଚ୍‌ ଯେତିକି ରୋମାଞ୍ଚକର ଥିଲା, ସେତିକି ବିବାଦୀୟ ମଧ୍ୟ ହୋଇପଡ଼ିଛି। RCB ଏବଂ SRH ମଧ୍ୟରେ ଖେଳାଯାଇଥିବା…

ବାଃରେ ପାକିସ୍ତାନ! ନସୀମ ଶାହଙ୍କୁ ଏକ କଠୋର ଦଣ୍ଡ ଦେବାକୁ ପ୍ରସ୍ତୁତ ଦେଶ

ଇସଲାମାବାଦ,୨୯।୩: ପାକିସ୍ତାନରେ, କେବେବି କ’ଣ ଘଟିବ ତାହା କେହି ପୂର୍ବାନୁମାନ କରିପାରିବେ ନାହିଁ। ଦେଶଟି ଅଜବ ନିଷ୍ପତ୍ତି ନେବା ଏବଂ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବାରେ ଲିପ୍ତ ହେବା…

ପଡ଼ିଆରେ ଏମିତି କ’ଣ କଲେ ବିରାଟ ହସ ରୋକି ପାରିଲେନି ଅନୁଷ୍କା, କ୍ୟାମେରାରେ କଏଦ ହେଲା…

ନୂଆଦିଲ୍ଲୀ,୨୯।୩: କ୍ରିକେଟ ପଡ଼ିଆରେ ବିରାଟ କୋହଲିଙ୍କ ଚପଳତା ଏବଂ ଫଇଲ୍ଡିଂ ଦକ୍ଷତାକୁ ପ୍ରାୟତଃ ମାନଦଣ୍ଡ ଭାବରେ ଉଦ୍ଧୃତ କରାଯାଏ; ତଥାପି, IPL 2026 ର ପ୍ରଥମ ମ୍ୟାଚରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri