ପାଟକୁରା: ବୁଝାମଣାରୁ ଲଢ଼େଇ ଦୁର୍ବଳ; ଆସିବେନି ମୋଦି-ଶାହ, ଭାଜପାକୁ କେବଳ ରାଜ୍ୟ ନେତୃତ୍ୱ ଭରସା

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ରାଜ୍ୟ ରାଜନୀତି ବର୍ତ୍ତମାନ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ କେନ୍ଦ୍ରିତ। ୨୦୧୯ ସାଧାରଣ ନିର୍ବାଚନରେ ୧୪୬ ଆସନ ପାଇଁ ଭୋଟ ହୋଇଥିବାବେଳେ କେବଳ ପାଟକୁରା ଆସନ ଏଥିରୁ ବାଦ୍‌ ପଡିଥିଲା। ଏହି ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ କାରଣରୁ ଏଠାରେ ନିର୍ବାଚନ ଆସନ୍ତା ୨୦ରେ ହେବାକୁ ଯାଉଛି। ଏହି ଗୋଟିଏ ଆସନ ହାତେଇବା ସକାଶେ ଯେମିତି ରାଜ୍ୟ ଯାକର ନେତା ପାଟକୁରାରେ ଏକତ୍ରିତ ହୋଇଯାଇଛନ୍ତି। ବିଜେଡିର ଗଣ୍ଡାଗଣ୍ଡା ନେତା ପଞ୍ଚାୟତଓ୍ବାରି ଦାୟିତ୍ୱ ପାଇ ସେଠାରେ କିଛିଦିନ ହେବ ଡେରା ପକାଇଥିବାବେଳେ ଭାଜପା ନେତାମାନେ ଏବେ ସେହି ଦିଗକୁ ଗଡିବା ଆରମ୍ଭ କରିଛନ୍ତି। ଭାଜପା ଟିକେଟରେ ନିର୍ବାଚନ ଲଢି ପ୍ରଥମଥର ଲାଗି ଏମ୍‌ପି ହୋଇଥିବା ନେତାମାନେ ହିଁ ଦଳର ପ୍ରମୁଖ ଚେହେରା ଭାବେ ସେଠାରେ ପ୍ରଚାର ଚଳାଇଛନ୍ତି। ହେଲେ କଳେବଳେ ଏହି ଆସନ ହାତେଇବା ଲାଗି ବିଜେଡି ପୂରା ଦମ୍‌ରେ ଲାଗିପଡିଛି। ଶାସକ ଦଳର ଜଣେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଗୋଟିଏ ଲେଖା ପଞ୍ଚାୟତ ଦାୟିତ୍ୱରେ ରହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ(ବେଦ ପ୍ରକାଶଙ୍କ ସ୍ତ୍ରୀ) ପାଇଁ ଦୁଇଦିନ ପ୍ରଚାର କରିବେ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଏହି ନିର୍ବାଚନ ପୂର୍ବରୁ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ପ୍ରଚାର କରିବାକୁ ଆସିବାର କୌଣସି କାର୍ଯ୍ୟକ୍ରମ ରଖାଯାଇନାହିଁ। ଫଳରେ ଦୁଇନେତାଙ୍କ ଓଡିଶା ଗସ୍ତ ନ ହେବା ପଛରେ କିଛି ନିର୍ଦ୍ଦିଷ୍ଟ କାରଣ ରହିଥିବା ଚର୍ଚ୍ଚା ଜୋର୍‌ ଧରିବାକୁ ଲାଗିଲାଣି। ଯଦି ପ୍ରଧାନମନ୍ତ୍ରୀ ଏବଂ ଶାହଙ୍କ ମଧ୍ୟରୁ କେହି ହେଲେ ଜଣେ ନ ଆସନ୍ତି ତେବେ ରାଜ୍ୟ ସଭା ଆସନକୁ ନେଇ ବିଜେଡି ଓ ଭାଜପା ମଧ୍ୟରେ ବୁଝାମଣା ହେବା କଥା ଆହୁରି ଜୋର୍‌ ଧରିବ ବୋଲି ଦଳର ଗୋଟିଏ ଗୋଷ୍ଠୀ କହିବା ଆରମ୍ଭ କରିଦେଲେଣି। ସେହିପରି ଏହି ଦୁଇ ନେତାଙ୍କ ଗସ୍ତ କାର୍ଯ୍ୟକ୍ରମ ନ ଥିବା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମାଲୋଚନା କରିଛନ୍ତି। ନିରଞ୍ଜନ କହିଛନ୍ତି, ଭାଜପା ପାଟକୁରାରେ ସମ୍ପୂର୍ଣ୍ଣଭାବେ ବିଜେଡି ନିକଟରେ ଆତ୍ମସମର୍ପଣ କରିଛି। ରାଜ୍ୟ ସଭା ଆସନ ବୁଝାମଣା ଏହାର ଉଦାହରଣ। ରାଜ୍ୟ ସଭା ଆସନ ବୁଝାମଣା କଥାକୁ ଏ ପର୍ଯ୍ୟନ୍ତ ଭାଜପା ନେତାମାନେ ବୁଝିପାରି ନାହାନ୍ତି। ଏତେସବୁ ପରେ ପ୍ରଧାନମନ୍ତ୍ରୀ ଏବଂ ଶାହଙ୍କ ଆସିବା କଥା କାହିଁକି ଆଲୋଚନା ହେବ ବୋଲି ସେ କହିଛନ୍ତି।
ପାଟକୁରା ନିର୍ବାଚନ ଲାଗି ବିଜେଡି ଓ ଭାଜପା ମଧ୍ୟରେ ବୁଝାମଣା ସରିଛି ନା ଲଢ଼େଇ ହେଉଛି ସେକଥା ବୁଝିବା କଷ୍ଟକର ବ୍ୟାପାର ବୋଲି ରାଜନୈତିକ ମହଲରେ ଆଲୋଚନା ହେବାରେ ଲାଗିଛି। ସମୀକ୍ଷକଙ୍କ ମତରେ ବୁଝାମଣାରୁ ଲଢ଼େଇ ଦୁର୍ବଳ ସ୍ତରକୁ ଚାଲିଗଲାଣି।
ଅନ୍ୟପଟେ ପାଟକୁରା ଦାୟିତ୍ୱ ବଣ୍ଟନ କଥା ଆସିଲେ ରାଜ୍ୟ ସଭା ଆସନକୁ ନେଇ ବିଜେଡି ଓ ଭାଜପା ମଧ୍ୟରେ ହୋଇଥିବା ବୁଝାମଣା କଥା ଉଠାଇ ଗୈରିକ ଦଳର କେତେଜଣ ନେତା ଛିଗୁଲେଇବା ଆରମ୍ଭ କରିଦେଇଛନ୍ତି। ସେପଟେ ବିଜେଡିର କେତେଜଣ ନେତା ମଧ୍ୟ ରାଜ୍ୟ ସଭା ଆସନ ବୁଝାମଣା କଥାକୁ ନେଇ ଭିତରେ ଭିତରେ ପ୍ରବଳ ଅସନ୍ତୁଷ୍ଟ ଅଛନ୍ତି। ତେବେ ବିଜେଡି ପକ୍ଷରୁ ଯେପରି ନେତାମାନଙ୍କ ମଧ୍ୟରେ ପାଟକୁରାର ସମସ୍ତ ପଞ୍ଚାୟତ ବାଣ୍ଟି ଦିଆଯାଇଛି, ଭାଜପା କ୍ଷେତ୍ରରେ ସେପରି ଦେଖିବାକୁ ମିଳୁନାହିଁ। ଭାଜପାର କେତେଜଣ ବିଧାୟକ ପ୍ରଚାର କରିବା ପାଇଁ ଯାଉଥିଲେ ସୁଦ୍ଧା ବିଜେଡି ଭଳି ଏହି ଆସନକୁ ଗୁରୁତ୍ୱ ସହ ନେଇ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁନାହିଁ। ରାଜ୍ୟରେ ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇବା ପରେ ଭାଜପା ନେତାମାନଙ୍କ ଲାଗି ପାଟକୁରା ଆସନ ହାତେଇବା ଏକ ସ୍ବାଭିମାନର ପ୍ରସଙ୍ଗ ପାଲଟିଛି। ସେପଟେ ହିଞ୍ଜିଳି ଏବଂ ବିଜେପୁର ବିଧାନସଭା ଆସନରୁ ଲଢି ମୁଖ୍ୟମନ୍ତ୍ରୀ ଉଭୟ ନିର୍ବାଚନମଣ୍ଡଳୀରେ ବିଜୟ ହୋଇଥିଲେ। ନିକଟରେ ବିଜେପୁର ଆସନରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାପରେ ଏହି ଆସନରେ ଖୁବ୍‌ଶୀଘ୍ର ଉପନିର୍ବାଚନ ହେବ। ତେଣୁ ପାଟକୁରା ନିର୍ବାଚନ ଫଳାଫଳର ପ୍ରଭାବ ନିଶ୍ଚିତଭାବେ ବିଜେପୁର ଉପନିର୍ବାଚନ ଉପରେ ପଡିବ ବୋଲି ଚର୍ଚ୍ଚା ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଓ ଶାହଙ୍କ ଗସ୍ତ ନେଇ ପଚାରିବାରୁ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଏହି ଆସନ ଲାଗି ଉଭୟେ ଆସିବାଭଳି କାର୍ଯ୍ୟକ୍ରମ ନାହିଁ। ଏଠି ଓଡିଶାର କର୍ମୀ ଓ ନେତାମାନେ ମିଶିକି ନିର୍ବାଚନ ଲଢିବୁ ବୋଲି ସେ କହିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ପାଟକୁରା ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଧର୍ମେନ୍ଦ୍ର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ୧୮ଟି ସ୍ଥାନରେ ରୋଡ୍‌ ଶୋ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଦଳର ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ଏହି ଦୁଇ ଦଳର ଲଢେଇ ମଧ୍ୟରେ କଂଗ୍ରେସର କାର୍ଯ୍ୟଧାରା ନେଇ ସେମିତି କିଛି ଜଣାପଡୁନାହିଁ। ଅନ୍ୟପଟେ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ବିଧାୟକ ଏବଂ ନେତାମାନଙ୍କ ମଧ୍ୟରେ ବ୍ଲକଓ୍ବାରି ଦାୟିତ୍ୱ ବଣ୍ଟନ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri