Posted inଖେଳ

ପାଞ୍ଚ ଷ୍ଟାଡିୟମରେ ଟେଷ୍ଟ

ଭାରତରେ ଏବେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌କୁ ୫ଟି ଷ୍ଟାଡିୟମରେ ଆୟୋଜନ କରିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚିନ୍ତାକରିବା ଆବଶ୍ୟକ ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ମତ ଦେଇ ଏକ ନୂଆ ବିତର୍କ ଆରମ୍ଭ କରିଛନ୍ତି। କୋହଲିଙ୍କ ମତରେ ଛୋଟ ଛୋଟ ଷ୍ଟାଡିୟମ ଯଥା ରାଞ୍ଚି, ଧର୍ମଶାଳା ପରି ଷ୍ଟାଡିୟମରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ରେ ଦର୍ଶକ ସଂଖ୍ୟା କମ୍‌ ରହୁଥିବାରୁ ଏଠାରେ ମ୍ୟାଚ୍‌ ଆୟୋଜନ କରିବାର କିଛି ଅର୍ଥ ନାହିଁ। ଏଣୁ ଭାରତରେ ବଡ ଷ୍ଟାଡିୟମ୍‌ରେ ଯେଉଁଠାରେ ଅଧିକରୁ ଅଧିକ ଦର୍ଶକ ଆସୁଛନ୍ତି ସେଠାରେ ହିଁ ଟେଷ୍ଟ ମ୍ୟାଚ୍‌ ଆୟୋଜନ କରାଯିବା ଆବଶ୍ୟକ। ମାତ୍ର କୋହଲିଙ୍କର ଏହି ମନ୍ତବ୍ୟକୁ ବିଭିନ୍ନ କାରଣରୁ ବିରୋଧ କରାଯାଉଛି।
ଖେଳୁଥିବା ଦେଶ ମଧ୍ୟରେ ଅଷ୍ଟ୍ରେଲିଆରେ ୫ ଏବଂ ଇଂଲଣ୍ଡର ୭ଟି ଷ୍ଟାଡିୟମ ଅଛି ଯେଉଁଠି କେବଳ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଗସ୍ତ କରୁଥିବା ସମସ୍ତ ଦଳ ଏହିଠାରେ ଟେଷ୍ଟମ୍ୟାଚ୍‌ ଖେଳିବାକୁ ବାଧ୍ୟ ହୋଇଥାନ୍ତି। କୋହଲିଙ୍କ ମତରେ ବିସିସିଆଇ ଏହି ମଡେଲକୁ ଅନୁସରଣ କରିବା ଦରକାର ଏବଂ ଏହି କ୍ରମରେ ଭାରତରେ ମଧ୍ୟ ୫ଟି ଷ୍ଟାଡିୟମରେ ହିଁ ଟେଷ୍ଟ ମ୍ୟାଚ୍‌ ହେବା ଦରକାର।
ମସିହାରେ ଜଗମୋହନ ଡାଲମିଆ ବିସିସିଆଇର ଦାୟିତ୍ୱରେ ଥିବା ବେଳଠାରୁ ହିଁ ୧୦ଟି ଟେଷ୍ଟମ୍ୟାଚ୍‌ ଖେଳାଯାଇ ପାରୁଥିବା ଷ୍ଟାଡିୟମର ସୂଚୀ ତିଆରି ହୋଇଥିଲା ଏବଂ ବିସିିସିଆଇ ଏହି ୧୦ଟି ଷ୍ଟାଡିୟମକୁ ରୋଟେଶନ ପଲିସି ଅନୁଯାୟୀ ଟେଷ୍ଟ ମ୍ୟାଚ୍‌ ପ୍ରଦାନ କରି ଆସୁଥିଲା। ପରେ ଅନୁରାଗ ଠାକୁର ବିସିିସିଆଇର କାଯର୍‌ୟଭାର ହାତକୁ ନେଲାପରେ ସେ ଟେଷ୍ଟ ମ୍ୟାଚ୍‌କୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନେଲେ ଏବଂ ତାଙ୍କର ଚେଷ୍ଟା ଯୋଗଁୁ ହିଁ ରାଞ୍ଚି, ଧର୍ମଶାଳା ପରି ତଥାକଥିତ ଛୋଟ ଷ୍ଟାଡିୟମଗୁଡିକ ମ୍ୟାଚ୍‌ ଆୟୋଜନ କରିବାର ସୁଯୋଗ ପାଇଲେ। ଏବେ ଭାରତରେ ପ୍ରାୟ ୧୫ଟି ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି। ଭାରତ ପରି ଏକ ବିଶାଳ ଦେଶରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଷ୍ଟାଡିୟମ ଥିବାବେଳେ ଏହି ସଂଖ୍ୟା କିଛି ନୁହେଁ। ଦିନକୁ ଦିନ ଟେଷ୍ଟର ଲୋକପ୍ରିୟତା କମି କମି ଆସୁଛି। ଏହି କ୍ରମରେ ଏହାକୁ ଛୋଟ ସହରରେ ଆୟୋଜନ କଲେ ହିଁ ଏହା ଅଧିକ ଲୋକପ୍ରିୟ ହୋଇପାରିବ। ଏବେ ବି ଟେଷ୍ଟମ୍ୟାଚ୍‌ କ୍ରିକେଟର ସବୁଠାରୁ ଜଟିଳ ବୈଷୟିକ ଫର୍ମାଟ ହୋଇ ରହିଛି ଏବଂ ଏହି ଫର୍ମାଟ ହିଁ ଖେଳାଳିଙ୍କର ପ୍ରକୃତ ଶାରୀରିକ ଏବଂ ମାନସିକ ଦକ୍ଷତାର ପରୀକ୍ଷା ନେଇଥାଏ। ପୁଣି ଏକ ଦିବସୀୟ ଅପେକ୍ଷା ଟେଷ୍ଟ ମ୍ୟାଚ୍‌ର ଟିକେଟର ଦାମ କମ୍‌ ହୋଇଥିବାରୁ କଲେଜ ପିଲାମାନେ ମଧ୍ୟ ଏହି ଖେଳ ଦେଖିବାକୁ ଯାଇଥାନ୍ତି। ଏଣୁ ଏହାକୁ କେବଳ କିଛି ସହର ମଧ୍ୟରେ ସୀମିତ ରଖିଲେ କ୍ରିକେଟର ବିକାଶ ହୋଇପାରିବ ନାହିଁ।
ଭାରତରେ ଟିଭିରେ ମ୍ୟାଚ୍‌କୁ ଦେଖବା ଏକ ପରମ୍ପରାରେ ପରିବର୍ତ୍ତନ ହେଲାଣି। ଏହା କେବଳ ସହଜ ସାଧ୍ୟନୁହେଁ ଆରାମ ଦାୟକମଧ୍ୟ। ଭାରତରେ ଟିଭି ଦର୍ଶକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଉଛି। ପୁଣି ଷ୍ଟାଡିୟମକୁ ଯାଇ ଟା୍ରଫିକ୍‌ରେ ଫସିବା, ଅଧିକ ଦାମ ଦେଇ ଷ୍ଟାଡିୟମରେ ଖାଇବା, ପିଇବା ପାଣି ପରି ମୌଳିକ ସୁବିଧା ଷ୍ଟାଡିୟମରେ ନ ପାଇବା ଓ ଶୌଚାଳୟର ଅବସ୍ଥା ମ୍ୟାଚ୍‌ ଆରମ୍ଭର କେଇ ଘଣ୍ଟା ପରେ ଖରାପ ହୋଇଯିବା ଆଦି କାରଣରୁ ଲୋକ ଟେଷ୍ଟ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମକୁ ଯାଉ ନାହାନ୍ତି। ଏ ଦିଗକୁ ଧ୍ୟାନ ନ ଦେଇ କୋହଲି କିଛି ଷ୍ଟାଡିୟମ ମଧ୍ୟରେ ଟେଷ୍ଟକୁ ସୀମିତ ରଖିବାକୁ ପ୍ରସ୍ତାବ ଦେବା ତାଙ୍କର ଅଦୂରଦର୍ଶିତାକୁ ଦର୍ଶାଉଛି।
ଭାରତରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଢାଞ୍ଚାରେ ୫ଟି ଷ୍ଟାଡିୟମରେ ଟେଷ୍ଟ ଖେଳ ହୋଇ ପାରିବ ନାହିଁ । ବରଂ ଅଧିକରୁ ଅଧିକ ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍‌ ଆୟୋଜନ କରିବା ଦରକାର। ଅଧିକ ଦିବାରାତ୍ର ଟେଷ୍ଟ, ଟିକେଟର ଦାମ ହ୍ରାସ କରିବା,କ୍ଲବ୍‌ର ଖେଳାଳିମାନଙ୍କୁ ଏବଂ ସ୍କୁଲ ପିଲାମାନଙ୍କୁ ମାଗଣାରେ ଖେଳ ଦେଖିବାକୁ ସୁଯୋଗ ଦେବା ଦ୍ୱାରା ଟେଷ୍ଟ ମ୍ୟାଚର ଲୋକପ୍ରିୟତା ପୁଣି ବୃଦ୍ଧି ପାଇବ। ସେହିପରି ଷ୍ଟାଡିୟମରେ ପାର୍କିଂ, ଉନ୍ନତ ମାନର ସିଟ୍‌, ସ୍ବଳ୍ପ ମୂଲ୍ୟରେ ଖାଇବାକୁ ପ୍ରଦାନ କରିବା ସହ ଟିକେଟ କିଣା ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ,ପାରଦର୍ଶୀ ଏବଂ ସରଳ କରାଯାଇ ପାରିଲେ ଲୋକ ଟେଷ୍ଟ ଦେଖିବାକୁ ଆସିବେ। ମୋଟ ଉପରେ କେବଳ ୫ଟି ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍‌ ଆୟୋଜନ କରିବାରେ କୋହଲିଙ୍କ ଯୁକ୍ତିରେ ତତ୍ତ୍ୱ ଏବଂ ତର୍କ ଉଭୟର ଅଭାବ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ରୁଦ୍ର ପ୍ରସନ୍ନ ରଥ


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri