Posted inଖେଳ

ପାକ୍‌ ପୂର୍ବତନ ଅଧିନାୟିକା ସାନା ମୀରଙ୍କ ଅବସର

କରାଚି,୨୫।୪(ପି.ଟି.): ପାକିସ୍ତାନ ପୂର୍ବତନ ମହିଳା ଦଳ ଅଧିନାୟିକା ସାନା ମୀର ଅବସର ନେଇଛନ୍ତି। ଶନିବାର ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ବୋଲି ଘୋଷଣା କରିଛନ୍ତି। ଫଳରେ ଦୀର୍ଘ ୧୫ ବର୍ଷର ସଫଳ କ୍ୟାରିୟରର ଅନ୍ତ ଘଟିଛି। କ୍ୟାରିୟରରେ ୩୪ ବର୍ଷୀୟ ସାନା ୨୨୬ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଏଥିମଧ୍ୟରୁ ସେ ୧୩୭ଟି ମ୍ୟାଚ୍‌ର ନେତୃତ୍ୱ ନେଇଥିଲେ। ୨୦୦୯ରୁ ୨୦୧୭ ମଧ୍ୟରେ ସେ ପାକିସ୍ତାନ ମହିଳା ଦଳର ନେତୃତ୍ୱ ନେଇଥିଲେ। ଏବେ ଅବସର ନେବାର ପ୍ରକୃତ ସମୟ। କ୍ରିକେଟ ଓ ପାକିସ୍ତାନ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଆସିଛି। ପାକିସ୍ତାନ ପାଇଁ ଖେଳିବା ଓ ନେତୃତ୍ୱ ନେବା ସମ୍ମାନର ବଷୟ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ସପୋର୍ଟ ଷ୍ଟାଫ୍‌, ଖେଳାଳି, ଗ୍ରାଉଣ୍ଡ ଷ୍ଟାଫ୍‌ ଓ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୋର ସଫଳ କ୍ୟାରିୟର ପଛରେ ଏମାନଙ୍କର ହାତ ରହିଛି ବୋଲି ସେ କହିଛନ୍ତି। ନିଜ ପରିବାର, ପ୍ରଶଂସକ, ମେଣ୍ଟର ଓ ଅନ୍ୟମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।
ଜଣେ ଅଫ୍‌ ସ୍ପିନର ଭାବେ ସାନା ଦିନିକିଆରେ ୧୨୦ଟି ମ୍ୟାଚ୍‌ ଖେଳି ୨୪.୨୭ ହାରରେ ଦଳ ପାଇଁ ସର୍ବାଧିକ ୧୫୧ଟି ଉଇକେଟ ହାସଲ କରିଛନ୍ତି। ସେହିପରି ସେ ୧୦୬ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳି ୮୯ ଉଇକେଟ ହାସଲ କରିଛନ୍ତି। ତେବେ ଅନ୍ୟତମ ପାକ୍‌ ମହିଳା ବୋଲର ୯୮ ଉଇକେଟ ନେଇ ଆଗରେ ରହିଛନ୍ତି। ସେ ମଧ୍ୟ ଦିନିକିଆରେ ପାକିସ୍ତାନର ତୃତୀୟ ସର୍ବାଧିକ ରନ୍‌ ସ୍କୋର ସାବ୍ୟସ୍ତ ହୋଇଛନ୍ତି। ସେ ଦିନିକିଆରେ ୧, ୬୩୦ ରନ ସଂଗ୍ରହ କରିଛନ୍ତି। ଦିନିକିଆରେ ୧୦୦୦ ରନ ସଂଗ୍ରହ କରିବା ସହ ୧୦୦ ଉଇକେଟ ନେଇ ସେ ଏକ ବିରଳ ସଫଳତା ଅର୍ଜନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଓ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସଫଳ କ୍ୟାରିୟର ପାଇଁ ପିସିବି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଓ୍ବାସିମ ଖାନ୍‌ ମଧ୍ୟ ସାନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri