ପାଏନ୍‌ ଲାଗି ଡହକ୍‌ବିକଲ ବୋର୍ଡ଼ା ଅଂଚଲବାସୀ

ଭବାନୀପାଟଣା, ୧୨ା୫ (ଡି.ଏନ୍‌.ଏ):  ଭବାନୀପାଟଣା ସଦର ବ୍ଲକ ବୋର୍ଡା ମିଲକୀ ଅଂଚଲ ଏହେଦେ ମୁଡ଼ଫଟା ଖରାରେ ସିଝୁଛେ। ୪୬ ଡିଗ୍ରୀ ତାତି ସଂଗେ ଗୁଲଗୁଲିରେ ଲୋକ୍‌ ଡହକ୍‌ବିକଲ ହେଉଛନ୍‌। ଇ ସମିଆରେ ଅଂଚଲର ଗୁରୁଜୁଙ୍ଗ ପଁଚେତର ବାଲିପଦର ଗାଁବାସୀ ପିଇଲା ପାଏନ୍‌ ସମସିଆ ସଂଗେ ଯୁଝୁଛନ୍‌। ଗାଁବାସୀକର ପିଇବା ପାଏନ୍‌ ସୁବିଧା ଲାଗି ୪ଟା ନଲ୍‌ଚୁଆଁ ରହିଛେ। ହେଲେ ସେ ଭିତରୁ ୨ଟା ନଲ୍‌ଚୁଆଁରୁ ବୁଁଦେ ପାଏନ୍‌ ନାଇଁ ବାରବାର। ଗାଁରେ ଥିବାର ଗୁଟେ ବଲି ବଁଧ୍‌ ଖରାରେ ଶୁଖା ପଡ଼ିଛେ। ଲୋକ୍‌, ଗାଈଗୋରୁ, ଚରେ ଚିରଗୁନ ପାଏନ୍‌ ଲାଗି ଡହକ୍‌ବିକଲ ହେଉଛନ୍‌। ଗାଁରେ ଯେନ୍‌ ୨ଟା ନଲ୍‌ଚୁଅଁା ଚଲୁଛେ ଲୋକ୍‌ ସେ ପାଏନ୍‌କେ ଭାଗବଁଟା କରି ଚଲୁଛନ୍‌। ଗଲା ପଁଚେତ୍‌ ନିରବାଚନ ଆର ସାଧାରନ ନିରବାଚନରେ ଗାଁକେ ଅନେକ ନେତା, ମନ୍ତ୍ରୀ ଆସି ଗାଁରେ ପିଇବାର ପାଏନ୍‌ର ସୁବିଧା କରବାକେ ପରତିଶୁରତି ଦେଇ ଯାଇଥିଲେ। ହେଲେ ଭୋଟ ବେଲେ ନେତା, ମନ୍ତ୍ରୀ ଗାଁବାସୀକୁ ଭକୁଆ ଥାବ୍‌ କରୁଛନ୍‌, ଭୋଟ ସଏଲେ କାହାରି ଦେଖାଦରଶନ ନାଇଁମିଲବାର ବଲି ଗାଁର ରାଧା ବେହେରା, ଗନ୍ଧର୍ବୀ ମାଝୀ, ସେବତୀ ମାଝୀ, ନେତ୍ରୀ ପୟାସିଂ, ଚଞ୍ଚଳା ମହାନନ୍ଦ, ଝରଣା ବେହେରା, ଡିଲେଶ୍ୱରୀ ବେହେରା, ପାଟ ବେହେରା ପରମୁଖ ଅଭିଯୋଗ କରିଛନ୍‌। ଯେତେ ଜଲଦି ହେବା ପରଶାସନ ଗାଁକେ ପାଇପ୍‌ ପାଏନ୍‌ ଯୁଗେଇ ଦେବାର ବେବସ୍‌ତା କରବାକେ ସେମାନେ ଦାବି କରିଛନ୍‌। ସେନ୍‌ତା ବୋର୍ଡା ପଁଚେତ ଗୋଈକେଲା, ନୂଆପଡ଼ାରେ ବଡ଼ଭାରି ପିଇଲା ପାଏନ୍‌ ସମସିଆ ଦେଖାଦେଇଛେ। ଗୁରୁଜୁଙ୍ଗ ପଁଚେତର ଗୁରୁଜୁଙଙ୍ଗ, କର୍ଲାପିଟା, ଡୁମୁରିଆ ପଁଚେତର ପୁରୁଣାପଡ଼ା, ମିଡ଼ିଗୁଡ଼ା, ଚିକିଲି, ଲୋହରାଡ଼ାବ୍ରୀ ଗାଁରେ ବି ପିଇଲା ପାଏନ୍‌ ସମସିଆ ସଂଗେ ଲୋକ ଯୁଝୁଛନ୍‌।  ସୂଚନା ଅନ୍‌ସାରେ, ଅଂଚଲର ୧୧ଟା ପଁଚେତ୍‌ର ୧୮୬ଟା ନଲ୍‌ଚୁଆଁ ଅଚଲ ହେଇ ପଡ଼ିରହିଛେ। ସେନ୍‌ତା ୫୮ଟା ନଲ୍‌ଚୁଆଁରୁ ଫ୍ଲୋରାଇଡ ମିଶା ପାଏନ୍‌ ବାହାରବାର ଲାଗି ଲୋକ୍‌ ସେ ପାଏନ୍‌ ବେଭାର ନାଇଁକରବାର। ଇ ସମିଆରେ ଅଚଲ ନଲ୍‌ଚୁଆଁମାନକୁ ଯେତେ ଜଲଦି ହେବା ସଚଲ କରବାର ସଂଗେ ଭିନେ ଭିନେ ପଁଚେତ୍‌ର ଗାଁମାନକୁ ପିଇଲା ପାଏନ୍‌ର ବେବସ୍‌ତା କରବାକେ ଜନ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri