ପାଉଁଶ ପ୍ରଦୂଷଣ

ଜିଲାରେ କୋଇଲାକୁ ଜାଳେଣି ଭାବେ ବ୍ୟବହାର କରୁଥିବା ଅନେକ ଶିଳ୍ପାନୁଷ୍ଠାନ ରହିଛି। ଏହି ଶିଳ୍ପାନୁଷ୍ଠାନରୁ ପ୍ରତିଦିନ ରାସାୟନିକ ମିଶ୍ରିତ ଶହ ଶହ ଟନ ପାଉଁଶ (ଫ୍ଲାଏଆଶ୍‌) ବାହାରୁଛି। ସେହି ପାଉଁଶ ଏବେ ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ ବୋଝ ପାଲଟିଥିବା ବେଳେ ଜିଲାବାସୀ ପ୍ରଦୂଷଣର ବିଷବଳୟ ଭିତରେ ଘାଣ୍ଟି ହେଉଛନ୍ତି। ଶିଳ୍ପାନୁଷ୍ଠାନଗୁଡ଼ିକ କାରଖାନାରୁ ନିର୍ଗତ ପାଉଁଶକୁ ଶତପ୍ରତିଶତ ଉପଯୋଗ କରିବାରେ ସକ୍ଷମ ହୋଇନାହାନ୍ତି। ଏଥିପାଇଁ ପ୍ରାୟ ୮୦ରୁ ୯୦ ପ୍ରତିଶତ ପାଉଁଶକୁ ନିଜସ ଆଶ୍‌ପଣ୍ଡଗୁଡ଼ିକରେ ଠୁଳ କରୁଛନ୍ତି। ବାକି ୧୦ରୁ ୨୦ ପ୍ରତିଶତ ପାଉଁଶକୁ ପ୍ରତିଦିନ ଉପଯୋଗ ପାଇଁ ପରିବହନ ସଂସ୍ଥା ଜରିଆରେ ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପ, ଖାଲୁଆ ଜମି ଓ ଇଟା କାରଖାନାଗୁଡ଼ିକୁ ପଠାଉଛନ୍ତି। ପାଉଁଶ ଉପଯୋଗର ଏତାଦୃଶ ନିୟମିତ ପ୍ରକ୍ରିିୟା ଯୋଗୁ ପ୍ରଦୂଷଣ ମାତ୍ରା ବଢ଼ି ଚାଲିଛି। ନଦୀ, ନାଳ ଓ ଚାଷଜମି କ୍ଷତିଗ୍ରସ୍ତ ହେଉଛି। ଜୀବଜଗତ ଓ ଜଳଚର ପ୍ରାଣୀ ରୋଗଗ୍ରସ୍ତ ହେଉଛନ୍ତି। ଏପରି କି ପାଉଁଶ ପଡ଼ୁଥିବା ସ୍ଥାନରେ ସବୁଜିମା ସୃଷ୍ଟିର ଆଶା ମଉଳି ଯାଉଛି। କମ୍ପାନୀଗୁଡ଼ିକର ଏତାଦୃଶ ପାଉଁଶ ଉପଯୋଗ ବ୍ୟବସ୍ଥା ଦ୍ୱାରା କିଛି ପରିବହନ ସଂସ୍ଥା ଲାଭାନ୍ବିତ ହେଉଛନ୍ତି। ମାତ୍ର ସାଧାରଣ ଲୋକେ ପାଉଁଶ ସଂସ୍ପର୍ଶରେ ଆସିି ବିଭିନ୍ନ ପ୍ରକାର ଶ୍ୱାସ ଓ ଚର୍ମଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିପାଇଁ ବିଭିନ୍ନ ସମୟରେ ଜନଅସନ୍ତୋଷ ସୃଷ୍ଟି ହେଉଛି। ଲୋକେ ବେଆଇନ ପାଉଁଶ ପରିବହନକୁ ବିରୋଧ କରି ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଉଛନ୍ତି। ୨ବର୍ଷ ତଳର କଥା। ଏକ ଶିଳ୍ପାନୁଷ୍ଠାନର ପାଉଁଶ ପୋଖରୀ ଭାଙ୍ଗିଯିବା ଓ ଚାଷଜମି କ୍ଷତିଗ୍ରସ୍ତ ହେବାକୁ ନେଇ ଝାରସୁଗୁଡ଼ାରେ କାତିକେଲା ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏବେ ଅନ୍ୟ ଏକ ଶିଳ୍ପାନୁଷ୍ଠାନର ପାଉଁଶ ପୋଖରୀ ନିର୍ମାଣକୁ ନେଇ ଲଖନପୁର ବ୍ଲକ ତିଲିଆ ମୌଜା ଅନ୍ତର୍ଗତ ସଂସରାଟିକିରା ଗ୍ରାମବାସୀ ବିରୋଧ କରିଆସୁଛନ୍ତି। ଗଁାର ଏକ ସ୍ବୟଂ ସହାୟିକା ଗୋଷ୍ଠୀ ପାଉଁଶ ପ୍ରଦୂଷଣଜନିତ ସମସ୍ୟାକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଛି। ପୂର୍ବରୁ ଜନବସତି ଅଞ୍ଚଳରେ ବେଆଇନ ପାଉଁଶ ପକାଯିବାକୁ ନେଇ ଝାରସୁଗୁଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ବ୍ୟାପକ ଜନଅସନ୍ତୋଷ ଦେଖିବାକୁ ମିଳିଥିଲା। ଏବେ ପାଉଁଶ ଚାଲାଣ ଯୋଗୁ ବ୍ରଜରାଜନଗର ପୌରାଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଛି। ଅଞ୍ଚଳବାସୀ ଜନବସତି ସ୍ଥାନରେ ବେଆଇନ ପାଉଁଶ ପକାଯିବାକୁ ନେଇ ବାରମ୍ବାର ବିରୋଧ କରିଆସୁଛନ୍ତି। ତଥାପି ଜିଲାର ବିଭିନ୍ନ ସ୍ଥାନକୁ ପାଉଁଶ ପରିବହନ କାର୍ଯ୍ୟ ଜାରି ରହିଛି। ଜିଲାରେ ଥିବା ନିର୍ଦ୍ଦିଷ୍ଟ କେତେକ ଶିଳ୍ପାନୁଷ୍ଠାନରୁ ଦୈନନ୍ଦିନ ହଜାର ହଜାର ଟନ୍‌ ପାଉଁଶ ବର୍ଜ୍ୟ ବାହାରୁଛି। ଅଥଚ ଏହାର ଅଧିକ ଉପଯୋଗ ପାଇଁ ଜିଲାରେ ଆବଶ୍ୟକତା ଅନୁଯାୟୀ ସିମେଣ୍ଟ ଓ ଆଶ୍‌ବ୍ରିକ୍ସ (ଇଟା) କାରଖାନା ପ୍ରତିଷ୍ଠା ହୋଇପାରିନାହିଁ। ପାଉଁଶ ଉପଯୋଗୀଭିତ୍ତିକ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରାଯାଇପାରିଲେ କିଛି ମାତ୍ରାରେ ପାଉଁଶ ପ୍ରଦୂଷଣଜନିତ ସମସ୍ୟା ହ୍ରାସ ପାଇପାରନ୍ତା ଓ ବେକାର ଯୁବତୀଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଅଞ୍ଚଳବାସୀ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri