ପାଉଁଶ ପ୍ରଦୂଷଣ

ଜିଲାରେ କୋଇଲାକୁ ଜାଳେଣି ଭାବେ ବ୍ୟବହାର କରୁଥିବା ଅନେକ ଶିଳ୍ପାନୁଷ୍ଠାନ ରହିଛି। ଏହି ଶିଳ୍ପାନୁଷ୍ଠାନରୁ ପ୍ରତିଦିନ ରାସାୟନିକ ମିଶ୍ରିତ ଶହ ଶହ ଟନ ପାଉଁଶ (ଫ୍ଲାଏଆଶ୍‌) ବାହାରୁଛି। ସେହି ପାଉଁଶ ଏବେ ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ ବୋଝ ପାଲଟିଥିବା ବେଳେ ଜିଲାବାସୀ ପ୍ରଦୂଷଣର ବିଷବଳୟ ଭିତରେ ଘାଣ୍ଟି ହେଉଛନ୍ତି। ଶିଳ୍ପାନୁଷ୍ଠାନଗୁଡ଼ିକ କାରଖାନାରୁ ନିର୍ଗତ ପାଉଁଶକୁ ଶତପ୍ରତିଶତ ଉପଯୋଗ କରିବାରେ ସକ୍ଷମ ହୋଇନାହାନ୍ତି। ଏଥିପାଇଁ ପ୍ରାୟ ୮୦ରୁ ୯୦ ପ୍ରତିଶତ ପାଉଁଶକୁ ନିଜସ ଆଶ୍‌ପଣ୍ଡଗୁଡ଼ିକରେ ଠୁଳ କରୁଛନ୍ତି। ବାକି ୧୦ରୁ ୨୦ ପ୍ରତିଶତ ପାଉଁଶକୁ ପ୍ରତିଦିନ ଉପଯୋଗ ପାଇଁ ପରିବହନ ସଂସ୍ଥା ଜରିଆରେ ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପ, ଖାଲୁଆ ଜମି ଓ ଇଟା କାରଖାନାଗୁଡ଼ିକୁ ପଠାଉଛନ୍ତି। ପାଉଁଶ ଉପଯୋଗର ଏତାଦୃଶ ନିୟମିତ ପ୍ରକ୍ରିିୟା ଯୋଗୁ ପ୍ରଦୂଷଣ ମାତ୍ରା ବଢ଼ି ଚାଲିଛି। ନଦୀ, ନାଳ ଓ ଚାଷଜମି କ୍ଷତିଗ୍ରସ୍ତ ହେଉଛି। ଜୀବଜଗତ ଓ ଜଳଚର ପ୍ରାଣୀ ରୋଗଗ୍ରସ୍ତ ହେଉଛନ୍ତି। ଏପରି କି ପାଉଁଶ ପଡ଼ୁଥିବା ସ୍ଥାନରେ ସବୁଜିମା ସୃଷ୍ଟିର ଆଶା ମଉଳି ଯାଉଛି। କମ୍ପାନୀଗୁଡ଼ିକର ଏତାଦୃଶ ପାଉଁଶ ଉପଯୋଗ ବ୍ୟବସ୍ଥା ଦ୍ୱାରା କିଛି ପରିବହନ ସଂସ୍ଥା ଲାଭାନ୍ବିତ ହେଉଛନ୍ତି। ମାତ୍ର ସାଧାରଣ ଲୋକେ ପାଉଁଶ ସଂସ୍ପର୍ଶରେ ଆସିି ବିଭିନ୍ନ ପ୍ରକାର ଶ୍ୱାସ ଓ ଚର୍ମଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିପାଇଁ ବିଭିନ୍ନ ସମୟରେ ଜନଅସନ୍ତୋଷ ସୃଷ୍ଟି ହେଉଛି। ଲୋକେ ବେଆଇନ ପାଉଁଶ ପରିବହନକୁ ବିରୋଧ କରି ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଉଛନ୍ତି। ୨ବର୍ଷ ତଳର କଥା। ଏକ ଶିଳ୍ପାନୁଷ୍ଠାନର ପାଉଁଶ ପୋଖରୀ ଭାଙ୍ଗିଯିବା ଓ ଚାଷଜମି କ୍ଷତିଗ୍ରସ୍ତ ହେବାକୁ ନେଇ ଝାରସୁଗୁଡ଼ାରେ କାତିକେଲା ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏବେ ଅନ୍ୟ ଏକ ଶିଳ୍ପାନୁଷ୍ଠାନର ପାଉଁଶ ପୋଖରୀ ନିର୍ମାଣକୁ ନେଇ ଲଖନପୁର ବ୍ଲକ ତିଲିଆ ମୌଜା ଅନ୍ତର୍ଗତ ସଂସରାଟିକିରା ଗ୍ରାମବାସୀ ବିରୋଧ କରିଆସୁଛନ୍ତି। ଗଁାର ଏକ ସ୍ବୟଂ ସହାୟିକା ଗୋଷ୍ଠୀ ପାଉଁଶ ପ୍ରଦୂଷଣଜନିତ ସମସ୍ୟାକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଛି। ପୂର୍ବରୁ ଜନବସତି ଅଞ୍ଚଳରେ ବେଆଇନ ପାଉଁଶ ପକାଯିବାକୁ ନେଇ ଝାରସୁଗୁଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ବ୍ୟାପକ ଜନଅସନ୍ତୋଷ ଦେଖିବାକୁ ମିଳିଥିଲା। ଏବେ ପାଉଁଶ ଚାଲାଣ ଯୋଗୁ ବ୍ରଜରାଜନଗର ପୌରାଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଛି। ଅଞ୍ଚଳବାସୀ ଜନବସତି ସ୍ଥାନରେ ବେଆଇନ ପାଉଁଶ ପକାଯିବାକୁ ନେଇ ବାରମ୍ବାର ବିରୋଧ କରିଆସୁଛନ୍ତି। ତଥାପି ଜିଲାର ବିଭିନ୍ନ ସ୍ଥାନକୁ ପାଉଁଶ ପରିବହନ କାର୍ଯ୍ୟ ଜାରି ରହିଛି। ଜିଲାରେ ଥିବା ନିର୍ଦ୍ଦିଷ୍ଟ କେତେକ ଶିଳ୍ପାନୁଷ୍ଠାନରୁ ଦୈନନ୍ଦିନ ହଜାର ହଜାର ଟନ୍‌ ପାଉଁଶ ବର୍ଜ୍ୟ ବାହାରୁଛି। ଅଥଚ ଏହାର ଅଧିକ ଉପଯୋଗ ପାଇଁ ଜିଲାରେ ଆବଶ୍ୟକତା ଅନୁଯାୟୀ ସିମେଣ୍ଟ ଓ ଆଶ୍‌ବ୍ରିକ୍ସ (ଇଟା) କାରଖାନା ପ୍ରତିଷ୍ଠା ହୋଇପାରିନାହିଁ। ପାଉଁଶ ଉପଯୋଗୀଭିତ୍ତିକ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରାଯାଇପାରିଲେ କିଛି ମାତ୍ରାରେ ପାଉଁଶ ପ୍ରଦୂଷଣଜନିତ ସମସ୍ୟା ହ୍ରାସ ପାଇପାରନ୍ତା ଓ ବେକାର ଯୁବତୀଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଅଞ୍ଚଳବାସୀ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri