ପାଇନାନ୍ସ କର୍ମଚାରୀ କହି ଲୁଟୁଥିଲେ ଟଙ୍କା: ଗ୍ରାମବାସୀଙ୍କ ହାତରେ ଧରାପଡ଼ି ମାଡ଼ ଖାଇଲେ ଯୁବକ

ବଇଣ୍ଡା,୫।୮(ଡି.ଏନ.ଏ.)-ଅନୁଗୋଳ ଜିଲା ହଣ୍ଡପା ଥାନା ଗରୁଡ଼ ଗ୍ରାମରେ ଜଣେ ଅଟୋ ମାଲିକଙ୍କଠାରୁ ବଇଣ୍ଡା ଅଞ୍ଚଳର ୨ଜଣ ଯୁବକ ଟଙ୍କା ଲୁଟୁଥିବାବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ି ଜଣେ ଯୁବକ ମାଡ଼ଖାଇଛନ୍ତି। ଅନ୍ୟ ଜଣେ ଯୁବକ ଫେରାର ହୋଇଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି। ଘଟଣାରୁ ଜଣାପଡ଼ିଛି, ବଇଣ୍ଡା ଅଞ୍ଚଳର ୪ ଜଣ ଯୁବକ ୨ଟି ବାଇକ ଯୋଗେ ୪ ମାସ ହେବ ବିଭିନ୍ନ ଗ୍ରାମକୁ ଯାଇ ଫାଇନାନ୍ସ ଜରିଆରେ କିଣିଥିବା ଅଟୋ ମାଲିକଙ୍କୁ ଫାଇନାନ୍ସ କର୍ମଚାରୀ ବୋଲି କହି ଜୋରଜବରଦସ୍ତ ଟଙ୍କା ମାଗୁଛନ୍ତି। ଯିଏ ଟଙ୍କା ନ ଦିଅନ୍ତି ତାଙ୍କଠାରୁ ଜୋରଜବରଦସ୍ତ ଟଙ୍କା ଛଡ଼ାଇ ଆଣିବାସହ ଗାଡ଼ି ଚାବି ନେଇ ଆସୁଛନ୍ତି। ସୋମବାର ଗରୁଡ଼ ଗ୍ରାମର ଜଣେ ଅଟୋ ମାଲିକ ତାଙ୍କ ଅଟୋରେ ହଣ୍ଡପାରୁ ଗରୁଡ଼ ଅଭିମୁଖେ ଯାଉଥିବାବେଳେ ବଇଣ୍ଡା ଗ୍ରାମର ଉକ୍ତ ଯୁବକ ଓ ତାଙ୍କର ଜଣେ ସହଯୋଗୀ ବାଇକ ଯୋଗେ ଉକ୍ତ ଅଟୋକୁ ପିଛା କରିଥିଲେ। ଗରୁଡ଼ ଗ୍ରାମରେ ଅଟୋକୁ ଅଟକାଇ ଅଟୋ ମାଲିକଙ୍କୁ ମାସିକିଆ କିସ୍ତି ଟଙ୍କା ମାଗିଥିଲେ। ହେଲେ ଅଟୋ ମାଲିକ ବ୍ୟାଙ୍କରେ ଟଙ୍କା ଜମା କରିଛନ୍ତି ବୋଲି କହିବାପରେ ଉକ୍ତ ଯୁବକ ଦ୍ୱୟ ତାଙ୍କ ଗାଡ଼ିରୁ ଚାବି ଛଡ଼ାଇ ନେଇଥିଲେ। ପରେ ଅଟୋ ମାଲିକ ଉକ୍ତ ଯୁବକଙ୍କୁ ୫୫୦ ଟଙ୍କା ଦେବା ପରେ ଉଭୟ ଚାବି ଫେରାଇ ଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡି ହେବା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଜଣେ ଯୁବକଙ୍କୁ କାବୁ କରି ଗ୍ରାମମଣ୍ଡପକୁ ନେଇଥିଲେ। ସେଠାରେ ସମ୍ପୃକ୍ତ ଯୁବକ ଜଣକ ଫାଇନାନ୍ସ କର୍ମଚାରୀ ପରିଚୟ ଓ ରସିଦ୍‌ ଦେଇ ନ ପାରିବାରୁ ଗ୍ରାମବାସୀ ତାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ। ଏଥିସହ ସେ ପୂର୍ବରୁ ଉକ୍ତ ଅଟୋ ମାଲିକଙ୍କ ପତ୍ନୀଙ୍କଠାରୁ ୪ ହଜାର ଟଙ୍କା ଠକି ନେଇଥିବା ସ୍ବୀକାର କରିବାସହ ଭୁଲ ମାଗିବାପରେ ଗ୍ରାମବାସୀ ତାଙ୍କୁ ଛାଡ଼ି ଦେଇଥିଲେ। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଆଇଆଇସି ଲବ ବୋଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri