ପାଇକାରୀ ବଜାରରେ ଟମାଟୋ କିଲୋ ୫ ଟଙ୍କା

ନୂଆଦିଲ୍ଲୀ,୨୩।୫: କରୋନା ଯୋଗୁ କୃଷକମାନେ ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ବିଭିନ୍ନ ସମସ୍ୟା ଲାଗି ପାଇକାରୀ ବଜାରରେ ଟମାଟୋର କିଲୋ ପ୍ରତି ଦର ୫ ଟଙ୍କାକୁ ଖସିଛି। ଏହି ସମୟରେ ଟମାଟୋର ପାଇକାରୀ ମୂଲ୍ୟ ୩ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବା ଜଣାପଡିଛି। ଦିଲ୍ଲୀ, ବାଙ୍ଗାଲୋର ଏବଂ ହାଇଦ୍ରାବାଦ ଭଳି ସହରରେ ଏଭଳି ସ୍ଥିତି ସାମ୍ନାକୁ ଆସିଛି। ସରକାରୀ ତଥ୍ୟ ମୁତାବକ ପାଇକାରୀ ବଜାରରେ ଶୁକ୍ରବାର ଏହାର ମୂଲ୍ୟ ପ୍ରାୟ ୪ ଟଙ୍କାରୁ ୧୦ ଟଙ୍କା ମଧ୍ୟରେ ରହିଥିବା ଦେଖାଯାଇଥିଲା। ଗତବର୍ଷ ସମାନ ସମୟରେ ଟମାଟୋର ଖୁଚୁରା ଦର ୩୦ରୁ ୪୦ ଟଙ୍କା ରହିଥିବା ବେଳେ ଏହା ଚଳିତ ବର୍ଷ ୧୦ ଟଙ୍କାକୁ ଖସିଛି। ଦିଲ୍ଲୀର ଆଜାଦପୁର ମଣ୍ଡିରେ ଗତ ବର୍ଷ ୨୨ ମେ’ରେ ଟମାଟୋର ଖୁଚୁରା ମୂଲ୍ୟ ୧୪.୩୦ ଟଙ୍କା ରହିଥିବା ବେଳେ ଏହା ହାଇଦ୍ରାବାଦରେ ୩୦ ଟଙ୍କାରୁ ଊର୍ଦ୍ଧ୍ୱରେ ରହିଥିଲା। କୋଭିଡ୍‌ ଏବଂ ଚାହିଦା ଖସିବା ଯୋଗୁ ଏଭଳି ସ୍ଥିତି ସାମ୍ନାକୁ ଆସିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri