ପହ୍ଲାଘାରୀକୁ ଦଳି ନଷ୍ଟ କଲେ ହାତୀପଲ

ଅମରପାଲି, ୫।୮(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇରେ ହାତୀ ଉପଦ୍ରବ ଦେଖାଦେଇଛି। ସେମାନେ ପହ୍ଲାରେ ଥିବା ଧାନକୁ ଦଳିଚକଟି ନଷ୍ଟ କରିଦେଉଛନ୍ତି। ଚଳିତ ବର୍ଷ ବିଳମ୍ବିତ ବର୍ଷା ଓ ଆବଶ୍ୟକଠାରୁ କମ୍‌ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବିଳମ୍ବିତ ହୋଇଥିଲା । ବିଳମ୍ବରେ ବର୍ଷା ହୋଇଥିଲେ ମଧ୍ୟ ଚାଷୀ ନିଜ ଜମିକୁ କର୍ଷଣକରି ଧାନ ବୁଣିଥିଲା। ପରେ ହଠାତ ବର୍ଷାର ଅଭାବ ହୋଇଯିବା ପରେ ଚାଷୀ ତଳିମଧ୍ୟ ପକାଇ ପାରି ନ ଥିଲା। ବିଳମ୍ବରେ ବର୍ଷା ହେବାରୁ ଚାଷୀ ମଧ୍ୟ ବିଳମ୍ବରେ ତଳି ପକାଇଥିଲା। ଏବେ ବର୍ଷା ହେବା ପରେ ଜମି ହଳ କରି ଧାନ ରୋଇବା ପାଇଁ ପ୍ରସ୍ତୁତ ହେଉଛି। ମାତ୍ର ଏବେ ହାତୀ ପ୍ରାଦୁର୍ଭାବ ଯୋଗୁଁ ଚାଷୀ ହତାଶ ହୋଇପଡିଛି । ଶନିବାର କୋଟସମଲାଇ ଗ୍ରାମକୁ ନିକଟସ୍ଥ ଜଙ୍ଗଲରୁ ଦନ୍ତାହାତୀ ଆସି ବ୍ୟାପକ ଧାନଗଛ ନଷ୍ଟ କରିଛନ୍ତି। ଗ୍ରାମର ଶୁଭାସିନୀ ମନ୍ତ୍ରୀ ଓ ସନ୍ତୋଷ ମେଣ୍ଡଲିଙ୍କ ୮ ଏକର, ଛବି ବନଛୁରଙ୍କର ୧ ଏକର ଓ ପଞ୍ଚାନନ ମନ୍ତ୍ରୀଙ୍କର ୧ଏକର ଜମିରେ ଧାନ ଗଛ ଲଗାଇବା ପାଇଁ ତଳି ପକାଇଥିଲେ । ହାତୀ ଆସି ତଳି ପକାଯାଇଥିବା ସବୁ ଧାନ ଗଛ ଦଳି ଚକଟି ନଷ୍ଟ କରି ଦେଇଛି । ଫଳରେ ଏବେ ଆଉ ଉକ୍ତ ଜମିରେ ଧାନ ଗଛ ଲଗାଇବା ସମ୍ଭବ ହୋଇ ପାରିବ ନାହିଁ । ଚାଷ ବିଳମ୍ବ ହେତୁ ଚାଷୀମାନେ ଆଉ ତଳି ପକାଇ ଧାନ ଗଛ ରୋଇ ପାରିବ ନାହିଁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । କୋଟସମଲାଇରେ ଏକ ଫରେଷ୍ଟ ବିଟ ଥିବା ବେଳେ ସେଠାରେ କାର୍ଯ୍ୟରତ ବନ ବିଭାଗୀୟ କର୍ମଚାରୀ ପ୍ରାୟତଃ ରହୁ ନ ଥିବାରୁ ହାତୀ ଘଉଡାଇବା ସହିତ ବିଭାଗୀୟ ଅଧିକାରୀକୁ ମଧ୍ୟ ଖବର ଦିଆଯାଇ ପାରୁ ନାହିଁ । ଫଳରେ ଲୋକେ ବିଭିନ୍ନ ସମୟରେ କ୍ଷତିପୂରଣ ମଧ୍ୟ ପାଇ ପାରୁ ନାହାନ୍ତି । ଏ ନେଇ ଉଲୁଣ୍ଡା ରେଞ୍ଜ ଅଫିସର ଶିବ ପ୍ରସାଦ ନାଏକଙ୍କୁ ପଚାରିବାରୁ ସେ କହିଲେ ଯେ, ବନବିଭାଗ ପକ୍ଷରୁ ଉକ୍ତ ସ୍ଥାନକୁ ଯାଇ କ୍ଷୟକ୍ଷତିର ଆକଳନ କରାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri