ପଶ୍ଚିମବଙ୍ଗ ଗଲେ ଅଗ୍ନିଶମ ବିଭାଗ, ଓଡ୍ରାଫର ୪୦ ଟିମ୍‌

ବାଲେଶ୍ୱର ଅଫିସ, ୨୪।୫-ମହାବାତ୍ୟା ଅମ୍ପନ ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେଠାରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସହଯୋଗର ହାତ ବଢାଇଛି ଓଡିଶା ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଅଗ୍ନିଶମ ବିଭାଗର ୩୦ଟି ଟିମ ଏବଂ ଓଡ୍ରାଫ୍‌ର ୧୦ଟି ୟୁନିଟ୍‌ ଶନିବାର ମଧ୍ୟରାତ୍ରିରେ ପଶ୍ଚିମବଙ୍ଗ ଯାତ୍ରା କରିଛନ୍ତି ା ମୁଖ୍ୟ ଅଗ୍ନିଶମ ଅଧିକାରୀ ତଥା ଓଏଫଡିଆରଏ ନିର୍ଦ୍ଦେଶକ ମହେଶ୍ୱର ସ୍ବାଇଁ ଅଗ୍ନିଶମ ଟିମ୍‌ର ନେତୃତ୍ୱ ନେଉଥିବା ବେଳେ ଡେପୁଟି କମାଣ୍ଡାଣ୍ଟ କାହ୍ନୁଚରଣ ହାଁସଦା ଓଡ୍ରାଫ ୟୁନିଟ୍‌ର ନେତୃତ୍ୱ ନେଉଛନ୍ତି ା
ରାତି ପ୍ରାୟ ଗୋଟାଏ ବେଳେ ସ୍ଥାନୀୟ ଫକୀରମୋହନ ଗୋଲେଇରେ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିବା ସହିତ ଟିମ୍‌ ସଦସ୍ୟମାନଙ୍କୁ ଶୁଭକାମନା ଜଣାଇଥିଲେ ା ଅଗ୍ନିଶମ ବିଭାଗ ଟିମ୍‌ରେ ଫାୟାରମ୍ୟାନ, କର୍ମଚାରୀ ଓ ଅଧିକାରୀମାନଙ୍କୁ ମିଶାଇ ପ୍ରାୟ ୩୫୦ଜଣ ସଦସ୍ୟ ରହିଥିବା ବେଳେ ଓଡ୍ରାଫ ଟିମ୍‌ରେ ପ୍ରାୟ ୨୫୦ଜଣ ସଦସ୍ୟ ରହିଛନ୍ତି ା ପେଟ୍ରୋଲ ଚାଳିତ ଯାନ୍ତ୍ରିକ ସରଞ୍ଜାମ, ଆସ୍କା ଲାଇଟ, ଜେନେରେଟର, ଗଛ ଓ ଇଲେକ୍ଟ୍ରିପୋଲ କଟିଂ ମେଶିନ, ସର୍ଚ୍ଚ ଲାଇଟ ସମେତ ଅନ୍ୟାନ୍ୟ ଅତ୍ୟାଧୁନିକ ଉପକରଣକୁ ସାଙ୍ଗରେ ନେଇ ଏହି ଟିମ ଉଦ୍ଧାର କାର୍ଯ୍ୟରେ ସାମିଲ ହେବେ। ମୁଖ୍ୟତଃ ରାସ୍ତା ସଫା ଏବଂ ପୁନରୁଦ୍ଧାର କାର୍ଯ୍ୟରେ ଏହି ଟିମ ନିୟୋଜିତ ହେବେ ବୋଲି ଜଣାପଡିଛି ା ବିଗତ ଦିନରେ ଓଡିଶାରେ ହୋଇଥିବା ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଅଭିଜ୍ଞତାକୁ ପାଥେୟ କରି ଏହି ଟିମ୍‌ ସଦସ୍ୟମାନେ ସଫଳତାର ସହ ସେମାନଙ୍କ କାର୍ଯ୍ୟଦକ୍ଷତା ପ୍ରମାଣିତ କରିବେ ବୋଲି ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଆଶା ପୋଷଣ କରିଛନ୍ତି ା