ପଶୁପାଳନ ବିକାଶ ସହାୟତା ବାଟବଣା

ଧାମନଗର, ୧।୮(ଡି.ଏନ.ଏ.)- ଗାଈ, ଛେଳି, କୁକୁଡ଼ା ପାଳନ ଭଳି ଆନୁଷଙ୍ଗିକ କୃଷି ବିକାଶ ଯୋଜନା ହେଉଥିଲେ ମଧ୍ୟ ଏହାର ରୂପାୟନ ଠିକ୍‌ ଭାବେ ହୋଇପାରୁ ନାହିଁ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତ ଯୋଜନାରେ ଗୃହପାଳିତ ପ୍ରାଣୀଧନଙ୍କ ଲାଗି ଗୁହାଳ ତିଆରି ଲାଗି ଯୋଜନା ହୋଇ ହିତାଧିକାରୀ ଚୟନ ହେବାର ୨ ବର୍ଷ ବିତିଥିଲେ ବି ତାହା ଏଯାଏ କାର୍ଯ୍ୟକାରୀ ହୋଇ ନାହିଁ। ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ପ୍ରସ୍ତୁତ ହିତାଧିକାରୀ ତାଲିକା ଜିଲାସ୍ତରକୁ ପଠାଯାଇଥିବା କୁହାଯାଉଛି। ବର୍ତ୍ତମାନ ଏହି ଯୋଜନାର ଭବିଷ୍ୟତ ରୂପରେଖ ନେଇ ଆଉ କୌଣସି ସୂଚନା ମିଳୁ ନ ଥିବାରୁ ଚାଷୀମାନେ ଦ୍ୱନ୍ଦ୍ୱରେ ରହିଛନ୍ତି।
ଉଲ୍ଲେଖନୀୟ ଯେ, ଗାଈଗୋରୁଙ୍କ ସୁରକ୍ଷା ଲାଗି ଏହି ଯୋଜନାରେ ପ୍ରତ୍ୟେକ ଚାଷୀଙ୍କୁ ଆର୍ଥକ ଅନୁଦାନ ଦେଇ ପକ୍କାଗୁହାଳ ତିଆରି ସକାଶେ ପ୍ରଥମେ ପରିକଳ୍ପନା କରାଯାଇଥିଲା। ଏ ନେଇ ଜିଲା ପ୍ରକଳ୍ପ ଅଧୀନରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ୨୦୧୭ ରେ ପଶୁପାଳକମାନେ ପଲ୍ଲିସଭା ଜରିଆରେ ଆବେଦନ ଆରମ୍ଭ କରିଥିଲେ। ଜିଲା ପ୍ରାଣୀଧନ ବିଭାଗ ତରଫରୁ ସ୍ଥାନୀୟ ଭିଏଏସଙ୍କ ଜରିଆରେ ଘରଘର ବୁଲି ପଲ୍ଲିସଭା କରି ଆବେଦନ ରିପୋର୍ଟକୁ ଯାଞ୍ଚ କରାଯାଇଥିଲା। ଅତିକମରେ ୬ଟି ଗୋରୁଥିବା ଚାଷୀଙ୍କୁ ଘର ମିଳିବ ବୋଲି ସେତେବେଳେ ପ୍ରଚାର କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ସମସ୍ତ ପଶୁପାଳକଙ୍କୁ ଘର ମିଳିବ ବୋଲି କୁହାଯାଇଥିଲା। ତଦନୁଯାୟୀ ଧୂଷୁରୀ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଭିଏଏସ ଡା. ନିରାକାର ଜେନା ତାଙ୍କ ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତରୁ ୪୭୭ ଗୋପାଳକ,୧୩୦ ଛେଳିପାଳକ ଏବଂ ୮୯ କୁକୁଡା ପାଳକଙ୍କୁ ଚିହ୍ନଟ କରି ବ୍ଲକକୁ ରିପୋର୍ଟ ପ୍ରଦାନ କରିଥିଲେ। ଅପରପକ୍ଷେ ଧାମନଗର ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତରୁ ହିତାଧିକାରୀ ଚିହ୍ନଟ କରି ଭିଏଏସ ଡା. ଯୋଗମାୟା ସିଂ ବ୍ଲକକୁ ରିପୋର୍ଟ ପଠାଇଥିଲେ। ବ୍ଲକରେ ଏହି ରିପୋର୍ଟ ଦୀର୍ଘଦିନ ପଡି ରହିବା ଯୋଗୁ ଏ ନେଇ ରାଜନୀତି ଜୋର ଧରିଥିଲା। ଶେଷରେ ଉକ୍ତ ଯୋଜନାରେ ପ୍ରତି ପଞ୍ଚାୟତରୁ ଜଣେ ଲେଖାଏ ହିତାଧିକାରୀ ଚିହ୍ନଟ କରି ଧାମନଗର ବ୍ଲକ ପକ୍ଷରୁ ମୋଟ ୨୮ ଜଣଙ୍କ ନାମ ଜିଲାସ୍ତରକୁ ସୁପାରିସ କରାଯାଇଥିଲା। ଏହାମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଜିଲାରୁ କୌଣସି ରିପୋର୍ଟ ଆସି ନ ଥିବା ବ୍ଲକ ପ୍ରଶାସନ ତରଫରୁ କୁହାଯାଇଛି। ଫଳରେ ଉକ୍ତ ଯୋଜନାର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି।
ଉଲ୍ଲେଖନୀୟ ଯେ, ଭଦ୍ରକ ଜିଲାରେ ଧାମନଗର ବ୍ଲକ ନଦୀ ଅବବାହିକା ତଥା ବନ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ପଶୁପାଳନ ନିମନ୍ତେ ଗୁହାଳ ତିଆରି ଯୋଜନାକୁ ଚାଷୀମାନେ ସ୍ବାଗତ କରିଥିଲେ। ସାଧାରଣତଃ ବନ୍ୟା ପରିସ୍ଥିତିରେ ଲୋକେ ଗୋରୁଙ୍କୁ ଫିଟାଇ ଦେଉଥିବାରୁ ଏମାନଙ୍କ ମଧ୍ୟରୁ ଅନେକ ବନ୍ୟାଜଳରେ ଭାସି ଯାଉଥିଲେ। ଏଣୁ ଗୋସମ୍ପଦ ତଥା ପ୍ରାଣୀଧନଙ୍କ ସୁରକ୍ଷା ଲାଗି ଜିଲା ପ୍ରଶାସନର ଏହି ଯୋଜନା ଉପାଦେୟ ହେବ ବୋଲି ସମସ୍ତେ ଭାବିଥିଲେ। ଏଣୁ ଉକ୍ତ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରା ନ ଗଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଏଠାରେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri