ପଲ୍ୟୁଶନ ଟେଷ୍ଟିଂ ସେଣ୍ଟରରେ ଲାଗିବ ରେଟ୍‌ ଚାର୍ଟ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ନୂଆ ମୋଟର ଯାନ ଆଇନ ଅନୁଯାୟୀ ଲୋକଙ୍କୁ କିଭଳି ସେମାନଙ୍କ ଗାଡ଼ି ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବାକୁ ସୁବିଧା ଯୋଗାଇ ଦିଆଯାଇପାରିବ ସେନେଇ ମଙ୍ଗଳବାର ପରିବହନ ବିଭାଗ ସଚିବ ଜି. ଶ୍ରୀନିବାସ ଏବଂ ପରିବହନ କମିଶନର ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ) ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପଟେ ବୈଠକ ପରେ ଜି. ଶ୍ରୀନିବାସ କହିଛନ୍ତି ଯେ, ଅଧିକ ପଲ୍ୟୁଶନ ଟେଷ୍ଟିଂ ସେଣ୍ଟର ଖୋଲାଯିବ। ସେହିପରି ପଲ୍ୟୁଶନ ଟେଷ୍ଟିଂ ସେଣ୍ଟରରେ ରେଟ୍‌ ଚାର୍ଟ ଲଗାଯିବ। ଅନ୍ୟପକ୍ଷରେ ପରିବହନ କାର୍ଯ୍ୟାଳୟରେ ଅଧିକ କ୍ୟାମ୍ପ ଖୋଲାଯିବ। ବହୁସଂଖ୍ୟାରେ ଆବେଦନକୁ ଦୃଷ୍ଟିରେ ରଖି ଦୈନିକ ଲର୍ନିଂ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ସଂଖ୍ୟା ବୃଦ୍ଧି କରାଯାଇଛି। ଯେଉଁମାନେ ଲାଇସେନ୍ସ କରାଇବା ଲାଗି ଦଲାଲି କରିବେ ସେମାନଙ୍କୁ ଦଣ୍ଡ ଦିଆଯିବ। ଏହାସହ ଆର୍‌ଟିଓ କାର୍ଯ୍ୟାଳୟରେ ଇନସ୍ୟୁରାନ୍ସ ଅଧିକାରୀଙ୍କୁ ରଖାଯିବ ବୋଲି ସେ କହିଛନ୍ତି।
ଅନ୍ୟ ଜଣେ ପରିବହନ ଅଧିକାରୀଙ୍କ କହିବାନୁଯାୟୀ, ଭୁବନେଶ୍ୱର ଆରଟିଓରେ ଦୈନିକ ୧୫୦ ଲର୍ନିଂ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଉଥିଲା। ଏବେ ସେହି ସଂଖ୍ୟା ୩ଶହକୁ ବୃଦ୍ଧି କରାଯାଇଛି। ଆଜିଠାରୁ ଦୁଇଜଣ ଲେଖା ଇନସ୍ୟୁରାନ୍ସ କର୍ମଚାରୀଙ୍କୁ ଆରଟିଓରେ ବସାଇବାର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରେ ଅଧିକ ସଂଖ୍ୟାରେ ଲୋକ ରହିଥିବାରୁ ଏଠାରେ ଅଧିକ ଭିଡ଼ ରହୁଛି। ସେହିଭଳି ବ୍ରହ୍ମପୁର, ବାଲେଶ୍ୱର, କଟକ ଆଦି କେତୋଟି ସ୍ଥାନରେ ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି।
ଅନ୍ୟପକ୍ଷରେ ପରିବହନ ସଚିବ ଜି. ଶ୍ରୀନିବାସ ପୋଲିସ ଡିଜି ବିଜୟ କୁମାର ଶର୍ମା ଏବଂ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଚିଠି ଲେଖି ପୋଲିସ କର୍ମଚାରୀଙ୍କ ବ୍ୟବହାର ସମ୍ପର୍କରେ ସୂଚନା ଦେଇଛନ୍ତି। ପରିବହନ ସଚିବ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ଗାଡ଼ି ଚାଳକମାନଙ୍କୁ ଅଯଥାରେ ହଇରାଣ ନ କରିବା ପାଇଁ ଏସ୍‌ପି ଏବଂ ଡିସିପିଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରାଯାଉ। ସଂଶୋଧିତ ମୋଟର ଯାନ ଆଇନ-୨୦୧୯ ଲାଗୁ କରିବାବେଳେ ଲୋକଙ୍କୁ ପୋଲିସ ହଇରାଣ କରିବାର ବହୁ ଘଟଣା ସାମ୍ନାକୁ ଆସିଛି। ଟ୍ରାଫିକ ନିୟମର ପ୍ରାବଧାନ ଅନୁଯାୟୀ ଦାୟିତ୍ୱରେ ଥିବା କୌଣସି ପୋଲିସ ଅଧିକାରୀ ଯଦି ଭୁଲ୍‌ କରନ୍ତି ତେବେ ସେମାନଙ୍କଠାରୁ ଦୁଇଗୁଣା ଜରିମାନା ଆଦାୟ କରାଯିବ। ଏ ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶ ସମସ୍ତ ଏସ୍‌ପି ଏବଂ ଡିସିପିଙ୍କୁ ଜଣାଇବା ପାଇଁ ଡିଜିଙ୍କୁ ପରିବହନ ସଚିବ ଅନୁରୋଧ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?