Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ପ୍ରାଚୀନ ମନ୍ଦିରର ସହର ଅବନ୍ତିପୁର

ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଅବନ୍ତିପୁରର ବେଶ୍‌ ନାଁ ରହିଛି। ପ୍ରାକୃତିକ ବୈଭବରେ ଭରା ଏହି ପର୍ଯ୍ୟଟନସ୍ଥଳୀରେ ଅନେକ ପ୍ରାଚୀନ ମନ୍ଦିର ଦେଖିବାକୁ ମିଳିଥାଏ। ସେଥିପାଇଁ ଅନେକେ ଏହାକୁ ପ୍ରାଚୀନ ମନ୍ଦିରର ସହର ଅବନ୍ତିପୁର ବୋଲି ବି କହିଥାନ୍ତି। ଖାସ୍‌ କରି ଏଠାକାର ଅବନ୍ତୀଶ୍ୱର ଓ ଅବନ୍ତିସ୍ବାମୀ ମନ୍ଦିର ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ…

ଅବନ୍ତିପୁର ଜମ୍ମୁ ଓ କଶ୍ମୀରର ପୁଲଓ୍ବାମା ଜିଲା ଅନ୍ତର୍ଗତ ଏମିତି ଏକ ପର୍ଯ୍ୟଟନସ୍ଥଳୀ, ଯେଉଁଠାରେ ଅନେକ ପ୍ରାଚୀନ ମନ୍ଦିର ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ଅବନ୍ତୀଶ୍ୱର ଓ ଅବନ୍ତିସ୍ବାମୀ ମନ୍ଦିର ହେଉଛି ସ୍ଥାନୀୟ ଦୁଇଟି ପ୍ରମୁଖ ପ୍ରାଚୀନ ମନ୍ଦିର। ଏହି ଦୁଇଟି ମନ୍ଦିରର ନିର୍ମାଣ ରାଜା ଅବନ୍ତି ବର୍ମନଙ୍କ ଦ୍ୱାରା ନବମ ଶତାବ୍ଦୀ ସମୟରେ କରାଯାଇଥିଲା। ଅବନ୍ତୀଶ୍ୱର ମନ୍ଦିରରେ ଦେବ ଦେବ ମହାଦେବ ପୂଜା ପାଉଥିବାବେଳେ ଅବନ୍ତିସ୍ବାମୀ ମନ୍ଦିରରେ ପ୍ରଭୁ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ।

କେବେ ଓ କେମିତି ଯିବେ
ଅବନ୍ତିପୁର ଯିବା ପାଇଁ ସଡ଼କପଥ, ରେଳପଥ ତଥା ଆକାଶପଥର ବେଶ୍‌ ଭଲ ସୁବିଧା ରହିଛି। ଶ୍ରୀନଗର ଏୟାର୍‌ପୋର୍ଟ ଏଠାକାର ନିକଟତମ ବିମାନବନ୍ଦର ହୋଇଥିବାବେଳେ ଜମ୍ମୁ ତଓ୍ବି ରେଲଓ୍ବେ ଷ୍ଟେଶନ ହେଉଛି ସ୍ଥାନୀୟ ଏକ ପ୍ରମୁଖ ରେଳଷ୍ଟେଶନ, ଯେଉଁଠାକୁ ଦେଶର ବିଭିନ୍ନ ସ୍ଥାନରୁ ଟ୍ରେନ୍‌ ଯା’ଆସ କରିଥାଏ। ତା’ଛଡ଼ା ପର୍ଯ୍ୟଟକ ଚାହିଁଲେ ଏଠାକୁ ସଡ଼କ ମାର୍ଗରେ ମଧ୍ୟ ଯାଇପାରିବେ। କିନ୍ତୁ ଏଥିପାଇଁ ସେମାନଙ୍କୁ ପ୍ରଥମେ ବସ୍‌ରେ ଶ୍ରୀନଗର ଯାଇ ସେଠାରୁ ଅନ୍ୟ ଏକ ବସ୍‌ ଧରି ଅବନ୍ତିପୁର ଯିବାକୁ ହେବ। ସେହିପରି ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ଏଠାକୁ ଯିବା ପାଇଁ ଏପ୍ରିଲ୍‌ରୁ ନଭେମ୍ବର ହେଉଛି ସବୁଠୁ ଭଲ ସମୟ। କାରଣ ନଭେମ୍ବର ମାସ ପରେ ଏଠାରେ ପ୍ରବଳ ଶୀତ ଅନୁଭୂତ ହୋଇଥାଏ। ଏପରିକି ଅନେକ ସମୟରେ ଏଠାରେ ତୁଷାରପାତ ହେଉଥିବାର ବି ଦେଖିବାକୁ ମିଳେ।

କ’ଣ ଦେଖିବେ
ଅବନ୍ତିପୁରରେ ଥିବା ଦୁଇ ପ୍ରମୁଖ ମନ୍ଦିର ଅବନ୍ତୀଶ୍ୱର ଓ ଅବନ୍ତିସ୍ବାମୀ ମନ୍ଦିରର ନିର୍ମାଣଶୈଳୀ ଦେଖିଲେ ପ୍ରାୟତଃ ଏକାଭଳି ଦେଖାଯାଇଥାଏ। ଖାସ୍‌ କରି ଉଭୟ ମନ୍ଦିରର ପ୍ରବେଶ ଦ୍ୱାର ନିକଟସ୍ଥ କାନ୍ଥକୁ ପଥରରେ ଖୋଦେଇ କରି ସେଥିରେ ଏକାପରି ଆକର୍ଷଣୀୟ କଳାକୃତି କରାଯାଇଥିଲା। ବହୁତ ବର୍ଷର ପୁରୁଣା ମନ୍ଦିର ହୋଇଥିବାରୁ ଏବେ ଏହାର ଅନେକ ଅଂଶ ଭାଙ୍ଗିଯାଇଛି। ହେଲେ ଯେଉଁ କଳାକୃତିର ଛାପ ଆଜି ବି ରହିଛି ତାହା ମନେପକାଇ ଦେଉଛି ଅତୀତର ସେହି ସ୍ମୃତିସବୁକୁ। ତା’ଛଡ଼ା ଏହି ମନ୍ଦିରରେ ପୂଜା ପାଉଥିବା ଭଗବାନ ଶିବ ଓ ବିଷ୍ଣୁ ଖୁବ୍‌ ପ୍ରତ୍ୟକ୍ଷ ହୋଇଥିବାରୁ ଏଠାରେ ସବୁବେଳେ ଭକ୍ତଗଣଙ୍କର ଭିଡ଼ ଲାଗି ରହିଥାଏ। ସେହିପରି ଇତିହାସ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ସ୍ଥାନଟି ବି ବହୁତ ଖାସ୍‌ ହୋଇଥାଏ। ତା’ଛଡ଼ା ଏଠାରେ ଥିବା ଅନ୍ୟ ଛୋଟ ବଡ଼ ପ୍ରାଚୀନ ମନ୍ଦିରଗୁଡ଼ିକୁ ବି ପର୍ଯ୍ୟଟକ ବୁଲି ଯାଇ ନିଆରା ଅନୁଭୂତି ସାଉଁଟି ପାରିବେ।

ନିକଟସ୍ଥ ପର୍ଯ୍ୟଟନସ୍ଥଳୀ
ପ୍ରାକୃତିକ ପରିବେଶପୂର୍ଣ୍ଣ ଅବନ୍ତିପୁରରେ ପ୍ରାଚୀନ ମନ୍ଦିରଗୁଡ଼ିକୁ ବୁଲି ଦେଖିବା ସହ ପର୍ଯ୍ୟଟକ ଚାହିଁଲେ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଅନନ୍ତନାଗ, ମାର୍ତ୍ତଣ୍ଡ ସୂର୍ଯ୍ୟ ମନ୍ଦିର, ପଦଗାମ୍‌ପୋରା, ଚାର୍‌ସୋ ଅବନ୍ତିପୋରା ଇତ୍ୟାଦି ଲୋକପ୍ରିୟ ଦର୍ଶନୀୟ ସ୍ଥାନଗୁଡ଼ିକୁ ବି ଦେଖିବାକୁ ଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri