ପର୍ଯ୍ୟଟକଙ୍କୁ ଟାଣୁଛି କପିଳାସ ଜୁ’

ଢେଙ୍କାନାଳ ଅଫିସ, ୫।୩ – ପର୍ଯ୍ୟଟନ ବିଭବରେ ଭରପୂର କପିଳାସ। ଗୋଟିଏ ପଟେ ପ୍ରସିଦ୍ଧ ଶୈବକ୍ଷେତ୍ର ଶ୍ରୀଚନ୍ଦ୍ରଶେଖର ଜୀଉ ଏବଂ ଅନ୍ୟପଟେ ଅସରନ୍ତି ବନ୍ୟଜୀବନରେ ଭରା ପ୍ରାକୃତିକ ପରିବେଷ୍ଟନୀ ଏହାକୁ ସମୃଦ୍ଧ କରିଛି। ଶାନ୍ତ ପ୍ରକୃତି କୋଳରେ କିଛି ସମୟ ବିତାଇବାକୁ ଦେଶବିଦେଶରୁ ପର୍ଯ୍ୟଟକ ଧାଇଁ ଆସନ୍ତି ଏଠାକୁ। ଖାସ୍‌ ଏହି କାରଣରୁ କପିଳାସ ପାଦଦେଶରେ ଥିବା ଚିଡ଼ିଆଖାନା ଏବେ ପାଲଟିଛି ଜିଲାର ବେଷ୍ଟ ଟୁରିଷ୍ଟ ଡେଷ୍ଟିନେଶନ। ଏଠାରେ ଥିବା ବନ୍ୟ ଜୀବଜନ୍ତୁ ପର୍ଯ୍ୟଟକଙ୍କ ମନୋରଞ୍ଜନ କରୁଥିବାବେଳେ ଆଦାୟ ହେଉଛି ଲକ୍ଷାଧିକ ଟଙ୍କାର ରାଜସ୍ବ, ଯାହା ଜିଲା ପର୍ଯ୍ୟଟନ ପାଇଁ ଶୁଭସଙ୍କେତ ବୋଲି ଅନେକେ ମତ ଦେଇଛନ୍ତି।


ତଥ୍ୟ ଅନୁଯାୟୀ, ୨୦୧୮-୧୯ ଆର୍ଥତ୍କ ବର୍ଷରେ ୧ ଲକ୍ଷ ୨୦ହଜାର ୮୮୧ ପର୍ଯ୍ୟଟକ ଜୁ’ ବୁଲିଛନ୍ତି। ୬ ଲକ୍ଷ ୫୧ହଜାର ୯୯୫ ଟଙ୍କା ରାଜସ୍ବ ଆଦାୟ ହୋଇଛି। ୨୦୧୮ ଏପ୍ରିଲରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ିଛି। ୨୦୧୮ ଏପ୍ରିଲରେ ୩,୯୮୪, ମେ’ରେ ୩,୯୩୬, ଜୁନ୍‌ରେ ୧୨,୧୬୩, ଜୁଲାଇରେ ୫,୬୦୨, ଅଗଷ୍ଟରେ ୧୮,୯୬୩, ସେପ୍ଟେମ୍ବରରେ ୩,୭୭୭, ଅକ୍ଟୋବରରେ ୬,୩୧୦, ନଭେମ୍ବରରେ ୧୪,୩୯୨, ଡିସେମ୍ବରରେ ୧୬,୭୯୬, ୨୦୧୯ ଜାନୁୟାରୀରେ ୧୫,୭୯୩, ଫେବୃୟାରୀରେ ୯,୬୪୭, ମାର୍ଚ୍ଚରେ ୯,୫୧୮ ପର୍ଯ୍ୟଟକ ଚିଡ଼ିଆଖାନା ପରିଦର୍ଶନ କରିଛନ୍ତି। ସେହିପରି ଗତ ୩ବର୍ଷରେ ରାଜସ୍ବ ପରିମାଣ ମଧ୍ୟ ବଢ଼ିଛି। ୨୦୧୬-୧୭ ଆର୍ଥତ୍କ ବର୍ଷରେ ୮୪,୮୫୭ ଜଣ ପର୍ଯ୍ୟଟକ ଆସିଥିବାବେଳେ ୪ଲକ୍ଷ ୨୪ ହଜାର ୨୮୫ ଟଙ୍କା ରାଜସ୍ବ ଆଦାୟ ହୋଇଥିଲା। ଏହି କ୍ରମରେ ୨୦୧୭-୧୮ରେ ୮୪,୮୫୭ ପର୍ଯ୍ୟଟକଙ୍କଠାରୁ ୪ଲକ୍ଷ ୨୪ ହଜାର ୨୮୫ ଏବଂ ୨୦୧୮-୧୯ରେ ୧,୨୦,୮୮୧ ପର୍ଯ୍ୟଟକଙ୍କଠାରୁ ୬ଲକ୍ଷ ୫୧ହଜାର ୯୯୫ ଟଙ୍କା ରାଜସ୍ବ ଆଦାୟ କରାଯାଇଛି। ୨୦୧୯-୨୦ ବର୍ଷର ସେପ୍ଟେମ୍ବର ସୁଦ୍ଧା ୪୩,୪୯୦ ଜଣ ପର୍ଯ୍ୟଟକ ଜୁ’ ପରିଦର୍ଶନ କରିଥିବା ରେଜିଷ୍ଟରରୁ ଜଣାପଡ଼ିଛି।
୧୯୭୯ ଜାନୁୟାରୀ ୨୬ କପିଳାସ ଇତିହାସରେ ସ୍ମରଣୀୟ ହୋଇ ରହିବ। କାରଣ ଏହି ଦିନ ୫ ହେକ୍ଟର ଜମିରେ ପ୍ରଥମେ ମୃଗବିହାର ଆରମ୍ଭ ହୋଇଥିଲା। ୧୯୮୬ ଏପ୍ରିଲ ୧ରେ ଏହା ମିନି ଜୁ’ର ମାନ୍ୟତା ପାଇଥିଲା। ଏହାପରେ ୧୯୯୫ ଏପ୍ରିଲ୍‌ ୧ରେ ସେଣ୍ଟ୍ରାଲ ଜୁ’ ଅଥରିଟି ଅଫ୍‌ ଇଣ୍ଡିଆ ପକ୍ଷରୁ ଚିଡ଼ିଆଖାନା ମାନ୍ୟତା ଦିଆଯାଇଥିଲା। ଚିଡ଼ିଆଖାନା ୨୬.୬୪ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ୩.୯୪୫ ହେକ୍ଟର ଜମିରେ ତିଆରି ହୋଇଥିବା ପୁଷ୍ପ ଉଦ୍ୟାନ ଏବଂ ବୋଟିଂ ବ୍ୟବସ୍ଥା ପ୍ରମୁଖ ଆକର୍ଷଣ ପାଲଟିଛି। ଏବେ ଏଠାରେ ହାତୀ, ହରିଣ, ଝିଙ୍କ ସମେତ ୨୪୬ଟି ସରୀସୃପ ଏବଂ ପଶୁପକ୍ଷୀ ଅଛନ୍ତି। ସପ୍ତାହର ପ୍ରତି ମଙ୍ଗଳବାର ବ୍ୟତୀତ ଅନ୍ୟ ସବୁଦିନ ଜୁ’ ଖୋଲା ରୁହେ। ଭିତ୍ତିଭୂମିର ବିକାଶ କରାଯିବା ସହିତ ବାଘ, ସିମ୍ପାଞ୍ଜି ଅଣାଗଲେ ଚିଡ଼ିଆଖାନାକୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବ ବୋଲି ପରିବେଶବିତ୍‌ମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରଦ୍ୟୁମ୍ନ ରଥ କୁହନ୍ତି, ଚିଡ଼ିଆଖାନାକୁ ଜିଲା, ରାଜ୍ୟର ପର୍ଯ୍ୟଟକଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନେ ବର୍ଷତମାମ ଆସୁଛନ୍ତି। ଏଠାରେ ଆକ୍ୱାରିୟମ, ବଟରଫ୍ଲାଏ ପାର୍କ, ସ୍ନେକ୍‌ ପାର୍କ କରିବା ସହିତ ବିଦେଶାଗତ ପକ୍ଷୀ ଅଣାଗଲେ ଅଧିକ ଆକର୍ଷଣୀୟ ହେବ। ବିଶ୍ରାମାଗାର, ପାନୀୟ ଜଳର ସୁବନ୍ଦୋବସ୍ତ ସହ ଏହାର ପାରିପାର୍ଶ୍ୱିକ ବିକାଶ କରିବା ଜରୁରୀ ବୋଲି ସେ ମତ ଦେଇଛନ୍ତି। ଏ ନେଇ ଚିଡ଼ିଆଖାନା ଦାୟିତ୍ୱରେ ଥିବା କପିଳାସ ରେଞ୍ଜର ଦର୍ଶନିଆ ଭୋଇ କୁହନ୍ତି, ୩ବର୍ଷ ମଧ୍ୟରେ ଉଭୟ ପର୍ଯ୍ୟଟକ ଏବଂ ରାଜସ୍ବ ପରିମାଣ ବଢ଼ିଛି। ପର୍ଯ୍ୟଟକଙ୍କ ବିଶ୍ରାମ ପାଇଁ ମଣ୍ଡପ ନିର୍ମାଣ କରାଯାଇଛି। ଏହାର ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନତୀକରଣ ଲାଗି ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri