ପର୍ଯ୍ୟଟକଙ୍କୁ ଟାଣୁଛି କପିଳାସ ଜୁ’

ଢେଙ୍କାନାଳ ଅଫିସ, ୫।୩ – ପର୍ଯ୍ୟଟନ ବିଭବରେ ଭରପୂର କପିଳାସ। ଗୋଟିଏ ପଟେ ପ୍ରସିଦ୍ଧ ଶୈବକ୍ଷେତ୍ର ଶ୍ରୀଚନ୍ଦ୍ରଶେଖର ଜୀଉ ଏବଂ ଅନ୍ୟପଟେ ଅସରନ୍ତି ବନ୍ୟଜୀବନରେ ଭରା ପ୍ରାକୃତିକ ପରିବେଷ୍ଟନୀ ଏହାକୁ ସମୃଦ୍ଧ କରିଛି। ଶାନ୍ତ ପ୍ରକୃତି କୋଳରେ କିଛି ସମୟ ବିତାଇବାକୁ ଦେଶବିଦେଶରୁ ପର୍ଯ୍ୟଟକ ଧାଇଁ ଆସନ୍ତି ଏଠାକୁ। ଖାସ୍‌ ଏହି କାରଣରୁ କପିଳାସ ପାଦଦେଶରେ ଥିବା ଚିଡ଼ିଆଖାନା ଏବେ ପାଲଟିଛି ଜିଲାର ବେଷ୍ଟ ଟୁରିଷ୍ଟ ଡେଷ୍ଟିନେଶନ। ଏଠାରେ ଥିବା ବନ୍ୟ ଜୀବଜନ୍ତୁ ପର୍ଯ୍ୟଟକଙ୍କ ମନୋରଞ୍ଜନ କରୁଥିବାବେଳେ ଆଦାୟ ହେଉଛି ଲକ୍ଷାଧିକ ଟଙ୍କାର ରାଜସ୍ବ, ଯାହା ଜିଲା ପର୍ଯ୍ୟଟନ ପାଇଁ ଶୁଭସଙ୍କେତ ବୋଲି ଅନେକେ ମତ ଦେଇଛନ୍ତି।


ତଥ୍ୟ ଅନୁଯାୟୀ, ୨୦୧୮-୧୯ ଆର୍ଥତ୍କ ବର୍ଷରେ ୧ ଲକ୍ଷ ୨୦ହଜାର ୮୮୧ ପର୍ଯ୍ୟଟକ ଜୁ’ ବୁଲିଛନ୍ତି। ୬ ଲକ୍ଷ ୫୧ହଜାର ୯୯୫ ଟଙ୍କା ରାଜସ୍ବ ଆଦାୟ ହୋଇଛି। ୨୦୧୮ ଏପ୍ରିଲରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ିଛି। ୨୦୧୮ ଏପ୍ରିଲରେ ୩,୯୮୪, ମେ’ରେ ୩,୯୩୬, ଜୁନ୍‌ରେ ୧୨,୧୬୩, ଜୁଲାଇରେ ୫,୬୦୨, ଅଗଷ୍ଟରେ ୧୮,୯୬୩, ସେପ୍ଟେମ୍ବରରେ ୩,୭୭୭, ଅକ୍ଟୋବରରେ ୬,୩୧୦, ନଭେମ୍ବରରେ ୧୪,୩୯୨, ଡିସେମ୍ବରରେ ୧୬,୭୯୬, ୨୦୧୯ ଜାନୁୟାରୀରେ ୧୫,୭୯୩, ଫେବୃୟାରୀରେ ୯,୬୪୭, ମାର୍ଚ୍ଚରେ ୯,୫୧୮ ପର୍ଯ୍ୟଟକ ଚିଡ଼ିଆଖାନା ପରିଦର୍ଶନ କରିଛନ୍ତି। ସେହିପରି ଗତ ୩ବର୍ଷରେ ରାଜସ୍ବ ପରିମାଣ ମଧ୍ୟ ବଢ଼ିଛି। ୨୦୧୬-୧୭ ଆର୍ଥତ୍କ ବର୍ଷରେ ୮୪,୮୫୭ ଜଣ ପର୍ଯ୍ୟଟକ ଆସିଥିବାବେଳେ ୪ଲକ୍ଷ ୨୪ ହଜାର ୨୮୫ ଟଙ୍କା ରାଜସ୍ବ ଆଦାୟ ହୋଇଥିଲା। ଏହି କ୍ରମରେ ୨୦୧୭-୧୮ରେ ୮୪,୮୫୭ ପର୍ଯ୍ୟଟକଙ୍କଠାରୁ ୪ଲକ୍ଷ ୨୪ ହଜାର ୨୮୫ ଏବଂ ୨୦୧୮-୧୯ରେ ୧,୨୦,୮୮୧ ପର୍ଯ୍ୟଟକଙ୍କଠାରୁ ୬ଲକ୍ଷ ୫୧ହଜାର ୯୯୫ ଟଙ୍କା ରାଜସ୍ବ ଆଦାୟ କରାଯାଇଛି। ୨୦୧୯-୨୦ ବର୍ଷର ସେପ୍ଟେମ୍ବର ସୁଦ୍ଧା ୪୩,୪୯୦ ଜଣ ପର୍ଯ୍ୟଟକ ଜୁ’ ପରିଦର୍ଶନ କରିଥିବା ରେଜିଷ୍ଟରରୁ ଜଣାପଡ଼ିଛି।
୧୯୭୯ ଜାନୁୟାରୀ ୨୬ କପିଳାସ ଇତିହାସରେ ସ୍ମରଣୀୟ ହୋଇ ରହିବ। କାରଣ ଏହି ଦିନ ୫ ହେକ୍ଟର ଜମିରେ ପ୍ରଥମେ ମୃଗବିହାର ଆରମ୍ଭ ହୋଇଥିଲା। ୧୯୮୬ ଏପ୍ରିଲ ୧ରେ ଏହା ମିନି ଜୁ’ର ମାନ୍ୟତା ପାଇଥିଲା। ଏହାପରେ ୧୯୯୫ ଏପ୍ରିଲ୍‌ ୧ରେ ସେଣ୍ଟ୍ରାଲ ଜୁ’ ଅଥରିଟି ଅଫ୍‌ ଇଣ୍ଡିଆ ପକ୍ଷରୁ ଚିଡ଼ିଆଖାନା ମାନ୍ୟତା ଦିଆଯାଇଥିଲା। ଚିଡ଼ିଆଖାନା ୨୬.୬୪ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ୩.୯୪୫ ହେକ୍ଟର ଜମିରେ ତିଆରି ହୋଇଥିବା ପୁଷ୍ପ ଉଦ୍ୟାନ ଏବଂ ବୋଟିଂ ବ୍ୟବସ୍ଥା ପ୍ରମୁଖ ଆକର୍ଷଣ ପାଲଟିଛି। ଏବେ ଏଠାରେ ହାତୀ, ହରିଣ, ଝିଙ୍କ ସମେତ ୨୪୬ଟି ସରୀସୃପ ଏବଂ ପଶୁପକ୍ଷୀ ଅଛନ୍ତି। ସପ୍ତାହର ପ୍ରତି ମଙ୍ଗଳବାର ବ୍ୟତୀତ ଅନ୍ୟ ସବୁଦିନ ଜୁ’ ଖୋଲା ରୁହେ। ଭିତ୍ତିଭୂମିର ବିକାଶ କରାଯିବା ସହିତ ବାଘ, ସିମ୍ପାଞ୍ଜି ଅଣାଗଲେ ଚିଡ଼ିଆଖାନାକୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବ ବୋଲି ପରିବେଶବିତ୍‌ମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରଦ୍ୟୁମ୍ନ ରଥ କୁହନ୍ତି, ଚିଡ଼ିଆଖାନାକୁ ଜିଲା, ରାଜ୍ୟର ପର୍ଯ୍ୟଟକଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନେ ବର୍ଷତମାମ ଆସୁଛନ୍ତି। ଏଠାରେ ଆକ୍ୱାରିୟମ, ବଟରଫ୍ଲାଏ ପାର୍କ, ସ୍ନେକ୍‌ ପାର୍କ କରିବା ସହିତ ବିଦେଶାଗତ ପକ୍ଷୀ ଅଣାଗଲେ ଅଧିକ ଆକର୍ଷଣୀୟ ହେବ। ବିଶ୍ରାମାଗାର, ପାନୀୟ ଜଳର ସୁବନ୍ଦୋବସ୍ତ ସହ ଏହାର ପାରିପାର୍ଶ୍ୱିକ ବିକାଶ କରିବା ଜରୁରୀ ବୋଲି ସେ ମତ ଦେଇଛନ୍ତି। ଏ ନେଇ ଚିଡ଼ିଆଖାନା ଦାୟିତ୍ୱରେ ଥିବା କପିଳାସ ରେଞ୍ଜର ଦର୍ଶନିଆ ଭୋଇ କୁହନ୍ତି, ୩ବର୍ଷ ମଧ୍ୟରେ ଉଭୟ ପର୍ଯ୍ୟଟକ ଏବଂ ରାଜସ୍ବ ପରିମାଣ ବଢ଼ିଛି। ପର୍ଯ୍ୟଟକଙ୍କ ବିଶ୍ରାମ ପାଇଁ ମଣ୍ଡପ ନିର୍ମାଣ କରାଯାଇଛି। ଏହାର ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନତୀକରଣ ଲାଗି ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri