ନୂଆଦିଲ୍ଲୀ,୨୬।୧: ଭାରତ ରବିବାର ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି। ଏହି ଅବସରରେ ରାଜଧାନୀ ଦିଲ୍ଲୀର ରାଜପଥରେ ସେନା ତା’ର ଶକ୍ତି ପ୍ରଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶନ କରାଯାଇଛି। ତେବେ ପରେଡ ସରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଜପଥରେ ଚାଲି ଚାଲି ଯାଇ ହାତ ହଲାଇ ଲୋକଙ୍କ ଅଭିବାଦନ ଗ୍ରହଣ କରିଛନ୍ତି। ମୋଦି ତାଙ୍କ ସୁରକ୍ଷାକର୍ମୀଙ୍କ ସହ ମିଣି ରାଜପଥରେ ଚାଲି ଚାଲି ଯାଉଥିବା ଦେଖାଯାଇଥିଲା। ଏହାପୂର୍ବରୁ ମୋଦି ନବ ନିର୍ମିତ ରାଷ୍ଟ୍ରୀୟ ଓ୍ବାର ମେମୋରିଆଲ ଯାଇ ସେଠାରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।


