ପରିସଂଖ୍ୟାନ ପ୍ରଣାଳୀରେ ସଂସ୍କାର ସପକ୍ଷରେ ନୀତି ଆୟୋଗ

ନୂଆଦିଲ୍ଲୀ,୨୭-୫: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଭାରତୀୟ ପରିସଂଖ୍ୟାନ ପ୍ରଣାଳୀରେ ସଂସ୍କାର ଏବଂ ଏହାକୁ ଆଧୁନିକ ରୂପ ଦେବା ସପକ୍ଷରେ ମତବ୍ୟକ୍ତ କରିଛନ୍ତି। ଏହାଦ୍ୱାରା ବାସ୍ତବିକ ସମୟର ପରିସଂଖ୍ୟାନ ମିଳିବ ଏବଂ ଏହାର ବ୍ୟବହାର ନୀତି ବିଶ୍ଲେଷଣରେ କରାଯାଇପାରିବ ବୋଲି ସେ କହିଛନ୍ତି। ଦେଶର ପରିସଂଖ୍ୟାନ ପ୍ରଣାଳୀକୁ ଆଧୁନିକ ରୂପ ଦେବା ଲାଗି ନୀତି ଆୟୋଗ ବିଶ୍ୱ ବ୍ୟାଙ୍କ ସହ ସମ୍ପର୍କ ରକ୍ଷା କରୁଛି ବୋଲି କୁମାର କହିଛନ୍ତି। ଦେଶର ପରିସଂଖ୍ୟାନ ପ୍ରଣାଳୀରେ ସୁଧାର, ଏହାକୁ ଆଧୁନିକ ରୂପ ଦେବା ତଥା ବିଶ୍ୱର ପରିସଂଖ୍ୟାନ ପ୍ରଣାଳୀ ସମକକ୍ଷ କରିବାର ଆବଶ୍ୟକତା ରହିଛି ବୋଲି ତାଙ୍କର ମତ ସ୍ପଷ୍ଟ ଥିବା କୁମାର କହିଛନ୍ତି। ସୂଚନାଥାଉ କି, ଆର୍‌ବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ, ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମଙ୍କ ସମେତ ଅନେକ ବିଶେଷଜ୍ଞ ଦେଶରେ ସଂଶୋଧିତ ଆର୍ଥିକ ବୃଦ୍ଧି ହାର ପରିସଂଖ୍ୟାନକୁ ନେଇ ସନ୍ଦେହ ବ୍ୟକ୍ତ କରିଥିଲେ। ଉଭୟ ରାଜନ ଓ ସୁବ୍ରମଣ୍ୟନ କହିଥିଲେ ଯେ, ବର୍ତ୍ତମାନ ଜାରି କରାଯାଇଥିବା ଜିଡିପି ତଥ୍ୟକୁ ନେଇ ସନ୍ଦେହ ଦୂର ହେବା ଆବଶ୍ୟକ। ଏଥିଲାଗି ଏକ କମିଟି ଗଠନ କରାଯିବା ଜରୁରୀ, ଯିଏ କି ଏହା ଉପରେ ତର୍ଜମା କରିପାରିବ। କୁମାର କହିଛନ୍ତି ଯେ, ନିକଟରେ ବିଶ୍ୱ ବ୍ୟାଙ୍କ ପ୍ରତିନିଧିମାନେ ତାଙ୍କୁ ସାକ୍ଷାତ କରିଥିଲେ। ଦେଶରେ ପରିସଂଖ୍ୟାନ ପ୍ରଣାଳୀକୁ ଆଧୁନିକ ରୂପ ଦେବା ନେଇ କିଭଳି ପଦକ୍ଷେପ ନିଆଯାଉଛି ସେମାନେ ଜାଣିବାକୁ ଚାହିଁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri