ପରିତ୍ୟକ୍ତ କୂଅରୁ ଅଜଗର ଉଦ୍ଧାର

ଅମରପାଲି, ୧୯।୭ (ଡି.ଏନ.ଏ.)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ରେଞ୍ଜ ଅନ୍ତର୍ଗତ ସୁବଳୟାରେ ନଦୀପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ କୂଅରୁ ବନବିଭାଗ ଏକ ଅଜଗରକୁ ଉଦ୍ଧାର କରିଛି। ଅପରାହ୍ନ ୧ଟା ବେଳେ କେତେକ ଯୁବକ ଅଜଗରଟି କୂଅରେ ଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବିଭାଗୀୟ ଅଧିକାରୀ ଏସିଏଫ ଅଜିତ ବିଶି, ବନପାଳ ପ୍ରସନ୍ନ ନାୟକ ଓ ଅନ୍ୟାନ୍ୟ କର୍ମଚାରୀ ଘଟଣାସ୍ଥଳକୁ ଯାଇ ଅଜଗରକୁ ଉଦ୍ଧାର କରିଥିଲେ। ଅଜଗରର ଲମ୍ବ ପ୍ରାୟ ୫ ଫୁଟ ୫ ଇଞ୍ଚ । ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଅଜଗରକୁ ଜଙ୍ଗଲରେ ଛାଡି ଦିଆଯାଇଥିବା ଏସିଏଫ ଅଜିତ ବିଶି ପ୍ରକାଶ କରିଛନ୍ତି ।