Posted inଖେଳ

ପରାଜୟରୁ ବର୍ତ୍ତିଲା ଇଷ୍ଟବେଙ୍ଗଲ

ଲୁଧିଆନା, ୭ା୧୨ (ପି.ଟି.)-ପଞ୍ଜାବ ଏଫ୍‌ସି ବିପକ୍ଷ ଆଇ-ଲିଗ୍‌ ମ୍ୟାଚରେ ଇଷ୍ଟ ବେଙ୍ଗଲ ପରାଜୟରୁ ଅଳ୍ପକେ ବର୍ତ୍ତିଯାଇଛି। ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଏହି ମ୍ୟାଚରେ ଡାନିଲୋ ଅଗଷ୍ଟୋ ୧୩ତମ ମିନିଟ୍‌ରେ ଏକ ଗୋଲ ସ୍କୋର କରି ପଞ୍ଜାବ ଏଫ୍‌ସିକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଦଳ ଏହି ମ୍ୟାଚରେ ବିଜୟ ହାସଲ କରି ୩ ପଏଣ୍ଟ ଅର୍ଜନ କରିବ ବୋଲି ଜଣାପଡ଼ୁଥିଲା। ମାତ୍ର ମ୍ୟାଚ ଶେଷ ହେବାକୁ ଆଉ ଅଳ୍ପ ସମୟ ବାକି ଥିବା ବେଳେ ଅର୍ଥାତ ୮୪ତମ ମିନିଟ୍‌ରେ ଇଷ୍ଟବେଙ୍ଗଲର ଜୁଆନ ମେରା ଏକ ଗୋଲ ସ୍କୋର କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ପଞ୍ଜାବ ଏଫ୍‌ସି ସିଜନର ଓପନିଂ ମ୍ୟାଚରେ ଚର୍ଚ୍ଚିଲ ବ୍ରଦର୍ସଠାରୁ ୦-୩ ଗୋଲରେ ହାରଯାଇଥିଲା। ଫଳରେ କୋଚ୍‌ ୟାନ୍‌ ଲ’ ଶନିବାର ମ୍ୟାଚ ପାଇଁ ଦଳରେ କେତୋଟି ପରିବର୍ତ୍ତନ କରିଥିଲେ। ଭାସ୍କର ରୟଙ୍କ ସ୍ଥାନରେ କିରନ କୁମାର ଲିମ୍ବୁଙ୍କୁ ଗୋଲକିପର ଭାବେ ଦଳରେ ସାମିଲ କରାଯାଇଥିଲା। ବ୍ୟାକ୍‌ ଲାଇନ୍‌ରେ ସସ୍‌ପେଣ୍ଡ ହୋଇଥିବା ଅନଓ୍ବାର ଅଲିଙ୍କ ସ୍ଥାନରେ ସାମୁଏଲ ଶାଦାପଙ୍କୁ ନିଆଯାଇଥିଲା। ପଞ୍ଜାବ ଏଫ୍‌ସି ଅଧିନାୟକ ସଞ୍ଜୁ ପ୍ରଧାନ ତାଙ୍କ ସ୍ଥାନ ବଜାୟ ରଖିଥିଲେ। ବାଲି ଗଗନଦୀପ ଏବଂ ଆସେର ଦିପାଣ୍ଡା ଡିକାଙ୍କ ସହ ସେ ସମ୍ମୁଖ ଭାଗ ସମ୍ଭାଳିଥିଲେ। ଅନ୍ୟପକ୍ଷରେ ରିୟଲ କଶ୍ମୀର ଏଫ୍‌ସି ବିପକ୍ଷରେ ୧-୧ ଗୋଲରେ ଡ୍ର ରଖିଥିବା ଇଷ୍ଟବେଙ୍ଗଲ ଦଳରେ କମଲଜିତ୍‌ଙ୍କ ସ୍ଥାନରେ ସମଦ ଅଲି ମଲିକଙ୍କୁ ଡିଫେନ୍ସରେ ଖେଳାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri