ପନିର ୬୫

ଆବଶ୍ୟକ ସାମଗ୍ରୀ: ୨୦୦ ଗ୍ରାମ୍‌ ପନିର୍‌, ମଇଦା ୨.୫ ବଡ ଚାମଚ, କର୍ନ ଫ୍ଲୋର୍‌ ୩ ବଡ ଚାମଚ, ଚାଉଳ ଗୁଣ୍ଡ ଏକ ବଡ ଚାମଚ, ଅଦା ରସୁଣ ପେଷ୍ଟ ୩ ବଡ ଚାମଚ, ଚାଟ୍‌ ମସଲା ଅଧା ବଡ ଚାମଚ, ଲାଲ୍‌ ଲଙ୍କା ପାଉଡର୍‌ ଏକ ଚାମଚ, ଧନିଆ ପାଉଡର୍‌ ଏକ ଚାମଚ, ତେଲ, ଛୋଟ ଛୋଟ କଟା ହୋଇଥିବା ଗୋଟିଏ ପିଆଜ, ଭୁର୍ସୁଙ୍ଗ ପତ୍ର ଦୁଇ ପାଖୁଡା, ଦହି ଦେଢ ଚାମଚ, ପାଣି, ଲୁଣ ସ୍ବାଦାନୁସାରେ।

ପ୍ରସ୍ତୁତି ପ୍ରଣାଳୀ: ପନିର୍‌କୁ ଛୋଟ ଛୋଟ କ୍ୟୁବ୍‌ କାଟି ଦିଅନ୍ତୁ। ଗୋଟାଏ ପାତ୍ରରେ କର୍ନ ଫ୍ଲୋର୍‌, ଚାଉଳ ଗୁଣ୍ଡ, ଅଦା ରସୁଣ ପେଷ୍ଟ, ସବୁ ମସଲା ଗୁଣ୍ଡ, ଲୁଣ ଏବଂ ଦରକାର ଅନୁଯାୟୀ ପାଣି ଦେଇ ଭଲ ଭାବେ ଗୋଲାଇ ଦିଅନ୍ତୁ। ସେଥିରେ କଟା ପନିର୍‌ ପକାଇ ଗୋଳାନ୍ତୁ ଯେପରି ପେଷ୍ଟ ପନିର ଖଣ୍ଡଗୁଡିକରେ ଭଲ ଭାବେ ଲାଗିବ। ଚୁଲାରେ ଏକ କଡେଇ ବସାଇ ତେଲ ଗରମ କରନ୍ତୁ। ସେଥିରେ ପନିର୍‌କୁ ଲାଲ୍‌ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଅନ୍ୟ ଏକ କଡେଇରେ ଅଳ୍ପ ତେଲ ଗରମ କରି ସେଥିରେ କଟା ପିଆଜ, ଭୁର୍ସୁଙ୍ଗ ପତ୍ର ପକାଇ ଲାଲ୍‌ ହେବା ପର୍ଯ୍ୟନ୍ତ ଭାଜିବା ପରେ ଦହି, ଲଙ୍କା ଗୁଣ୍ଡ, ଲୁଣ ପକାଇ ଅଳ୍ପ ସମୟ ମିଶାଇ ଦିଅନ୍ତୁ। ସେଥିରେ ଛଣା ଯାଇଥିବା ପନିର୍‌କୁ ପକାଇ ୨ ମିନିଟ୍‌ ପର୍ଯ୍ୟନ୍ତ ଗୋଳାଇବା ପରେ ଚୁଲା ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପନିର୍‌ ୬୫। ଏହାକୁ ଗରମ ଗରମ ସର୍ଭ କରନ୍ତୁ।