ପନିପରିବା ପାଇଁ ଗଞ୍ଜାମ ଭରସା: କଲରା ୧୦୦, କଞ୍ଚାଲଙ୍କା ୧୧୦

ଦାରିଙ୍ଗବାଡି,୨୬।୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଏବେ ପନିପରିବା ସଙ୍କଟ ବଢିବାରେ ଲାଗିଛି। ପୁର୍ବରୁ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶରୁ ପନିପରିବା ଆସୁଥିବା ବେଳେ ଏବେ ଗଞ୍ଜାମ ଭରସା। ପ୍ରକାଶ ଯେ, ଭୌଗୋଳିକ ସ୍ଥିତିକୁ ଦେଖିଲେ ଦାରିଙ୍ଗବାଡି ଅଞ୍ଚଳରେ ଜଳସେଚିତ ଜମି ମାତ୍ର ୧୦ ପ୍ରତିଶତ ରହିଛି। ଚାରିଆଡେ ଜଙ୍ଗଲ, ବଡ଼ ବଡ଼ ପାହାଡ଼ ରହିଥିବା ବେଳେ ଯେତିକି ବି ଚାଷ ଜମି ରହିଛି। ସେଥିରେ ଜୈବିକ ହଳଦୀ ସମେତ ଡାଲିଜାତୀୟ ଫସଲ କାନ୍ଦୁଲ, ତୈଳ ଜାତୀୟ ଫସଲ ସୋରିଷ, ତିଳା, ସୂର୍ଯ୍ୟମୁଖୀ ଫୁଲ ଓ କ୍ଷୁଦ୍ରଦାନା ଶସ୍ୟ କାଙ୍ଗୁ, କୁଏରୀ, ଜନ୍ନା, ମାଣ୍ଡିଆ ଆଦି ଚାଷ ହେଉଛି ବଳକା କିଛି ଜମିରେ ଜଳ ସୁବିଧା ରହିଛି ସେଠି ପନିପରିବା ଚାଷ କରାଯାଉଛି। କିନ୍ତୁ ଏବେ କିଛି ବର୍ଷ ହେଲା ଅଞ୍ଚଳରେ ମକା ଚାଷ ଜୋରସୋରରେ ଚାଲିଥିବା ଯୋଗୁଁ ଆଉ ପନିପରିବା ଚାଷକୁ ଗୁରୁତ୍ୱ ଦିଆଯାଉନାହିଁ। ଫଳରେ ପନିପରିବା ଚାଷ ଏବେ ଅଞ୍ଚଳରେ ହଜିବାକୁ ବସୁଛି।

ବିଶେଷ କରି ଦାରିଙ୍ଗବାଡି ଅଞ୍ଚଳରେ ଫୁଲ କୋବି, ବନ୍ଧା କୋବି, ବାଇଗଣ ଏବଂ ବିନ ଚାଷ ଅଧିକ ହେଉଥିବାବେଳେ ତାହା ଏବେ ପ୍ରାୟ ହେଉ ନ ଥିବା ଯୋଗୁ ଗଞ୍ଜାମ ଉପରେ ନିର୍ଭର କରିବାକୁ ପଡୁଛି ବୋଲି ପରିବା ବ୍ୟବସାୟୀ ଅମରେନ୍ଦ୍ର ପ୍ରଧାନ, ମିହିର ମଲିକ ପ୍ରମୁଖ କହିଛନ୍ତି। ଏବେ ଗଞ୍ଜାମରୁ ଆସୁଥିବା ପନିପରିବା ମଧ୍ୟରେ ସର୍ବାଧିକ ଦର ମଧ୍ୟରେ ଛୁଇଁ କିଲୋ ୨ ଶହ,କଲରା ୧ ଶହ, ବିନ ୭୦, କଞ୍ଚଲଙ୍କା ୧୧୦, ବାଇଗଣ ୫୦ ଭଳି ଉଚ୍ଚ ଦର ରହିଛି। ଗ୍ରାହକ ଏଥିପାଇଁ ପନିପରିବା କିଣି ଖାଇବା ମୁସ୍କିଲ ହୋଇପଡିଛି ବୋଲି ଗ୍ରାହକ ଦିଲୀପ ସାହୁ କହିଛନ୍ତି। ଏନେଇ ଜଣେ ଚାଷୀ ରମାକାନ୍ତ ପ୍ରଧାନ କୁହନ୍ତି, ଜଳ ସେଚନ ନାହିଁ ଓ ବର୍ଷା ନ ଥିବା କାରଣରୁ ପନିପରିବା ଚାଷ କରିବା ସମ୍ଭବ ହେଉ ନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରଶ୍ମିକା-ବିଜୟଙ୍କ ପଡିବ ହାତଗଣ୍ଠି: ଏହି ଖାସ୍‌ ‘ଥିମ୍‌’ ସହିତ କରିବେ ବିବାହ

ମୁମ୍ବାଇ: ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଆଜି ଉଦୟପୁରରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି କପଲ ସେମାନଙ୍କର ତେଲୁଗୁ ଏବଂ କୋଡାଭା…

କୋରାପୁଟ ପୋଲିସକୁ ବଡ଼ ସଫଳତା: ୨୦୦ କୋଟିର ହାଶିଶ ତେଲ ଜବତ

କୋରାପୁଟ, ୨୬।୨(ଅମିତାଭ ବେହେରା ): କୋରାପୁଟ ପୋଲିସ ଜିଲାରେ ଚାଲୁଥିବା ଏକ ଆନ୍ତରାଜ୍ୟ ହାଶିଶ ତେଲ ତିଆରି କାରଖାନାକୁ ଧ୍ୱଂସ କରି ଐତିହାସିକ ସଫଳତା ହାସଲ କରିଛି।…

ଶାହିନ ଆଫ୍ରିଦିଙ୍କୁ ନେଇ ଶ୍ୱଶୁର ଶାହିଦ ଆଫ୍ରିଦି କ’ଣ କହିଲେ? ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୨: ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦି ICC T20 ବିଶ୍ୱକପ ୨୦୨୬ ସମୟରେ ଖରାପ ଫର୍ମ ଦେଇ ଗତି କରୁଥିଲେ। ତାଙ୍କୁ ଟିମ ଇଣ୍ଡିଆ ବିପକ୍ଷରେ…

ଏହି ଯୋଜନାରେ ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୫୦୦ ଟଙ୍କା , ଜାଣନ୍ତୁ କେଉଁମାନେ ପାଇବେ …

ନୂଆଦିଲ୍ଲୀ,୨୬।୨: କେନ୍ଦ୍ର ସରକାର ଦେଶର ବିଭିନ୍ନ ବର୍ଗ ପାଇଁ ଅନେକ ଯୋଜନା ଚଳାନ୍ତି, ଯାହାର ଲକ୍ଷ୍ୟ ଅର୍ଥନୈତିକ ସୁରକ୍ଷା ଏବଂ ସାମାଜିକ ସଶକ୍ତିକରଣ। ଏହି ଯୋଜନାଗୁଡ଼ିକ ଚାଷୀ,…

ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଏହି ଦିନ ହେବ…

ଭୁବନେଶ୍ୱର,୨୬।୨: ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୫ ଯାଏ ନାମାଙ୍କନ ଦାଖଲ ପ୍ରକ୍ରିୟା ହେବ। ୬ରେ ଯାଞ୍ଚ…

ମୋଦିଙ୍କୁ ଇସ୍ରାଏଲ ସଂସଦର ସର୍ବୋଚ୍ଚ ସମ୍ମାନ: ସତ୍ୟ, ବାସ୍ତବତାକୁ ଆପଣାଇଛି ଭାରତ

ଜେରୁଜେଲମ୍‌,୨୬ା୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶତ ପ୍ରଶଂସାରେ ପୋତି ପକାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ। ମୋଦି କେବଳ ଉତ୍ତମ ବନ୍ଧୁ ନୁହନ୍ତି, ଭାଇଠାରୁ ବି ଅଧିକ। ଭାରତ-ଇସ୍ରାଏଲ…

କର ବା ମର ସ୍ଥିତିରେ ଭାରତ: ହାରିଲେ ଟି-୨୦ ବିଶ୍ୱକପ୍‌ରୁ ହେବ ବିଦା

ଚେନ୍ନାଇ,୨୫ା୨(ପି.ଟି.): ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଦଳ ଗୁରୁବାର ଜିମ୍ବାଓ୍ବେକୁ ଭେଟିବାକୁ ଯାଉଛି। ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ବଡ଼…

ଭାରତର ଚିକେନ-ଅଣ୍ଡାକୁ ବ୍ୟାନ୍‌; ଏହି ଦେଶ ନେଲା ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୬।୨: ସାଉଦି ଆରବ ଭାରତୀୟ କୁକୁଡ଼ା ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଚିନ୍ତାଜନକ ଖବର ଜାରି କରିଛି। ସାଉଦି ଆରବର ଖାଦ୍ୟ ଏବଂ ଔଷଧ ପ୍ରାଧିକରଣ (SFDA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri