ପଥର ଶିଳ୍ପକଳାର ନିଖୁଣ କାରିଗର ଭରତ

ବାହାନଗା,୧୨।୩(ଡି.ଏନ.ଏ.)-କୌଳିକ ବୃତ୍ତିକୁ ଆଦରି କାଠକାମ କରୁ କରୁ ସେ ପାଲଟିଗଲେ ଜଣେ ପଥର ଶିଳ୍ପୀ। ପାରମ୍ପରିକ କଳା ସହିତ ନିଜ ସୃଜନଶୀଳତାକୁ ମିଶାଇ ସେ ଆଜି ନଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ବାଲେଶ୍ୱର ଜିଲା ପୋଲିସ୍‌ ଲାଇନ୍‌ ଠାରେ ୧୦ ଫୁଟ ଉଚ୍ଚର ବିଜୁ ପଟ୍ଟନାୟକଙ୍କ ପୂର୍ଣ୍ଣାବାୟବ ମୂର୍ତ୍ତି ନିର୍ମାଣ କରି ସେ ଚର୍ଚ୍ଚାକୁ ଆସିଥିଲେ। କେବଳ ସେତିକି ନୁହେଁ ତାଙ୍କ ନିହାଣମୂନରେ ତିଆରି ପଥର ଶିଳ୍ପକଳା ରାଜ୍ୟ ବାହାରେ ବମ୍ବେ ଆଦି ସ୍ଥାନରେ ଆଦୃତି ଲାଭ କରିଛି। ଏହି ଶିଳ୍ପକଳାକୁ ଜୀବନ୍ତ ରୂପ ଦେଇ ସେ ବହୁ ପୁରସ୍କାର ଓ ସମ୍ମାନ ସାଉଣ୍ଟିବା ସହ ଯୁବପିଢିକୁ ପ୍ରଶିକ୍ଷିତ କରି କଳାକୁ ବଞ୍ଚାଇ ରଖିବା ସକାଶେ ଉଦ୍ୟମ ଜାରି ରଖିଛନ୍ତି।
ଏହି ନିଖୁଣ ପ୍ରତିଭା ସମ୍ପନ୍ନ କଥର ଶିଳ୍ପୀ ହେଲେ ବାଲେଶ୍ୱର ଜିଲା ବାହାନଗା ବ୍ଳକ ର ଗଞ୍ଜିଣା ଗ୍ରାମର ଭରତ ମହାରଣା । ପିଲାଦିନେ ସଂଘର୍ଷମୟ ଜୀବନ ତାଙ୍କୁ ନୂଆ କିଛି କରିବା ଲାଗି ପ୍ରେରଣା ଦେଇଥିଲା। ତାଙ୍କର ନିଜର ବୋଲି କିଛି ଜମିବାଡି ନଥିଲା । ତାଙ୍କ ବାପା ଡୁମା ମହାରଣା ଭିକ୍ଷାବୃତ୍ତିକୁ ଆଦରି ନେଇଥିଲେ। ମା’ ଗୋରା ଦେବୀ ଲୋକଙ୍କ ଘରେ କାମ କରି ପିଲାମାନଙ୍କୁ ପୋଷୁୁଥିଲେ। ପାରିବାରିକ ଅଭାବରୁ ଭରତଙ୍କର ତୃତୀୟ ଶ୍ରେଣୀରୁ ପାଠ ପଢାରେ ଡୋରି ବନ୍ଧା ହେଲା। ସେ ୭ ବର୍ଷର ହୋଇଥିବା ବେଳେ ବାପାଙ୍କ ମୃତ୍ୟୁ ଘଟିଲା। ୩ ବର୍ଷ ପରେ କିଛି ରୋଜଗାର ଆଶାରେ ସେ କଲିକତା ପଳାଇଯାଇଥିଲେ। ସେଠାରେ କାମ କରି୨୧ ବର୍ଷର ହେବାପରେ ଘରକୁ ଫେରିି କୌଳିକ ବୃତ୍ତି କାଠକାମ ଆରମ୍ଭ କରିଥିଲେ। ଅନନ୍ତପୁର ସ୍ଥିତ ଗୋଡବଳଭଦ୍ର ଜୀୟୁ ମନ୍ଦିରର କବାଟରେ ତିଆରି ହୋଇଥିବା ବିଭିନ୍ନ ମୂର୍ତ୍ତି ଓ କାରୁକାର୍ଯ୍ୟ ବାବଦରେ ଲୋକାଙ୍କ ଠାରୁ ଶୁଣି ସେ ବିନା ପ୍ରଶିକ୍ଷଣରେ କାଠରେ ଏଭଳି କାରୁକାର୍ଯ୍ୟ ଆରମ୍ଭ କରିଥିଲେ। ପରେ ବଡବଡ କାରିଗରଙ୍କୁ ସେ ପଛରେ ପକାଇ ସୁନାମ ଅର୍ଜ୍ଜନ କରିଥିଲେ।
ମନରେ ନୂଆ ସାହସ ସଞ୍ଚୟ କରି ନୀଳଗିରି ବଉଳଗଢିଆ ଅଞ୍ଚଳରୁ ଖଡିପଥର କିଣି ସେଥିରେ ନିହାଣ ହାତୁଡିରେ ଛୋଟଛୋଟ ମୂର୍ତ୍ତି ନିର୍ମାଣ ଆରମ୍ଭ କରିଥିଲେ। ଏଥିରେ ସୁନ୍ଦର ମୂର୍ତ୍ତି ତିଆରି କରି ସବୁଠି ଚର୍ଚ୍ଚାକୁ ଆସିଥିଲେ। ଏପରି କି ତାଙ୍କ ତିଆରି ମୂର୍ତ୍ତି ସେତେବେଳେ ଉତ୍କଳିକାରେ ବିକ୍ରି ହୋଇଥିଲା। ସ୍ଥାନୀୟ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନକୁ ନେଇ ସେ ମୂର୍ତ୍ତି ବିକ୍ରି କରି ଚଳୁଥିଲେ। କ୍ରମେ କିଛି ଟଙ୍କା ରୋଜଗାର କରି ଏଠାକାର ଜାତୀୟ ରଜପଥ କଡରେ ୨୦୦୨ରେ ଖଣ୍ଡେ ଜମିକିଣି ଘର କଲେ ା ସେଠାରେ ତାଙ୍କ ମୂର୍ତ୍ତି ତିଆରି କରିବା ଦେଖି ତତ୍କାଳୀନ ଜିଲାପାଳ ଡିଆରଡିଏଙ୍କ ଜରିଆରେ ତାଙ୍କ ଘର ପାଖରେ ଏକ ମୂର୍ତ୍ତି ତିଆରି ପ୍ରଶିକ୍ଷଣ ଶିବିର ପ୍ରତିଷ୍ଠା କରିଥିଲେ। ଭରତ ସେଠାରେ ସବୁ ପିଲାଙ୍କ୍‌ୁ ପ୍ରଶିକ୍ଷଣ ଦେଉଥିଲେ। ଏହାପରେ ସେ ବଡବଡ ମୂର୍ତ୍ତି ନିର୍ମାଣ କରି ବିଭିନ୍ନ ସ୍ଥାନରେ ବିକ୍ରି କରି ରୋଜଗାର କରିଥିଲେ। ଏ ପରିକି ସେ ମାସକୁ ୨୦ ରୁ ୨୫ ହଜାର ଟଙ୍କା ଭଲ ରୋଜଗାର କରିଥିଲେ। କେବଳ ଖଡିପଥରନୁହେଁ ମୁଗୁନିପଥର, ର୍ମାବଲ ପଥରରେ ସେ ମୂର୍ତ୍ତି ର୍ନିମାଣ କରିଆସୁଛନ୍ତି। ଏବେ ମେଶିିିନ ଓ ଗ୍ରାଇଣ୍ଡର ଦ୍ୱାରା ପଥର ମୂର୍ତ୍ତି ତିଆରି କରିବା ସହଜ ହେଉଛି। ଏହି କଳାକୃତିକୁ ଆଧାର କରି ପରିବାର ଚଳାଇବା ସହ ଦୁଇ ପୁଅଙ୍କୁ ପାଠ ପଢାଇ ମଣିଷ କରିପାରିଛନ୍ତି। ୧୯୯୫ ମସିହାରେ ଭରତ ରାଜ୍ୟ ଶିଳ୍ପ ବିଭାଗରୁ ମାନପତ୍ର ପାଇବା ସହିତ ୧୯୯୭ ରେ ତତ୍କାଳୀନ ବାଲେଶ୍ୱର ଜିଲାପାଳ ତାଙ୍କୁ ସମ୍ମାନିତ କରି ମାନପତ୍ର ପ୍ରଦାନ କରିଥିଲେ। ୧୯୯୧ରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଶିଳ୍ପ ବିଭାଗ ପକ୍ଷରୁ ମାନପତ୍ର ପାଇବା ସହ ୧୯୯୨ରେ ଜିଲା ସ୍ତରୀୟ ପ୍ରଦର୍ଶନୀରେ ସମ୍ମାନିତ ହୋଇଥିଲେ। ଭରତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସରକାର ପଥର ଶିଳ୍ପକୁ ବଞ୍ଚାଇ ରଖିବା ଲାଗି ପ୍ରୋତ୍ସାହନ ବ୍ୟବସ୍ଥା କରିବା ଦରକାର। କାରିଗରମାନଙ୍କୁ ଏବେ ପଥର ମିଳୁ ନ ଥିବାରୁ ଯୁବ ପିଢି ଏହି ଶିଳ୍ପ ଉପରୁ ମୁହଁ ଫେରାଇ ନେଊଛନ୍ତି। ଓଡିଶାରେ ପଥର ଥିଲେ ମଧ୍ୟ ଶିଳ୍ପୀମାନେ ବାହାର ରାଜ୍ୟକୁ ଯାଇ ଅଧିକ ଦର ଦେଇ କିଣୁଛନ୍ତି। ସରକାର ଖଣି ବେପାରୀଙ୍କୁ ପଥର ବିକ୍ରି କରିଦେଉଥିବାରୁ ଏଠି ପଥର ଉପରେ ନିର୍ଭର କରୁଥିବା କାରିଗରମାନେ ବୃତ୍ତି ହରାଇବାକୁ ବସିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri