ପଥର ବୋଝେଇ ଟ୍ରକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ: ରୋଗୀଙ୍କ ସମେତ ୪ ଆହତ

ସୋର, ୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ଅଧୀନ ୧୬ନମ୍ବର ଜାତୀୟ ରାଜପଥ ବରଫକଳ ଛକଠାରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମ୍ବୁଲାନ୍ସ ମଧ୍ୟରେ ଥିବା ରୋଗୀଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି।
ସୋମବାର ରାତି ପ୍ରାୟ ୨ଟା ବେଳେ ଏକ ଆମ୍ବୁଲାନ୍ସ(ନଂ.ଡବ୍ଲ୍ୟୁବି୩୧ଏ-୦୨୧୭) ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରୁ ରୋଗୀ ଡିସ୍‌ଚାର୍ଜ ନେଇ ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଫେରୁଥିଲା। ସୋର ବରଫକଳ ଛକଠାରେ ଏକ ପଥର ବୋଝେଇ ଟ୍ରକ୍‌ (ନଂ. ଓଆର୍‌୦୯ଇ-୦୭୪୪)ର ପଛପଟକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚତ୍ ଉଦ୍ଧାର କରି ଆମ୍ବୁଲାନ୍ସ ଓ ଦମକଳବାହିନୀ ଗାଡ଼ି ଦ୍ୱାରା ଆହତମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। ପରେ ସେମାନଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଆହତମାନେ ହେଲେ ରୋଗୀ ବାସୁ ମଣ୍ଡଳ, ସାଥିରେ ଥିବା ନିମାଇଁ ମୁନିଆ, ଚନ୍ଦନ ମଣ୍ଡଳ, ଶ୍ରୀମନ୍ତ ଦାସମହାପାତ୍ର। ସୋର ପୋଲିସ ଆମ୍ବୁଲାନ୍ସ ଓ ଟ୍ରକ୍‌କୁ ଜବତ କରଛି।