Coronavirus virus outbreak and coronaviruses influenza background as dangerous flu strain cases as a pandemic medical health risk concept with disease cells as a 3D render
ଭୁବନେଶ୍ୱର, ୨୮।୪ (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହଁା ହେବାରେ ଲାଗିଛି। ରାଜ୍ୟରେ ଖୋର୍ଦ୍ଧା ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ରାଜଧାନୀ ଭୁବନେଶ୍ୱର ବେକାବୁ ହେବାକୁ ବସିଲାଣି। ଗତ ୨୪ଘଣ୍ଟାରେ ଖୋର୍ଦ୍ଧା ଜିଲାରେ ୧୦୯୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ୭୭୩ଜଣ ସଂକ୍ରମିତ ରହିଛନ୍ତି। ୧୪୦ଜଣ କ୍ୱାରାଣ୍ଟାଇନ୍ ସେଣ୍ଟରର ହୋଇଥିବାବେଳେ ୬୩୨ଜଣ ଲୋକାଲ କେସ୍। ତେବେ ଗତ କିଛିଦିନ ହେବ ହଟ୍ସ୍ପଟ୍ ପାଲଟିଥିବା ପଟିଆରୁ ମଙ୍ଗଳବାର ମଧ୍ୟ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଉକ୍ତ ଅଞ୍ଚଳରୁ ୫୯ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ନୟାପଲ୍ଲୀରୁ ୪୨, ଖଣ୍ଡଗିରିରୁ ୪୧, ଚନ୍ଦ୍ରଶେଖରପୁରରୁ ୩୨, ବରମୁଣ୍ଡାରୁ ୧୮, ବଡଗଡରୁ ୧୩, ଲକ୍ଷ୍ମୀସାଗରରୁ ୧୬, ଜୟଦେବ ବିହାରରୁ ୧୬, ଡୁମୁଡୁମାରୁ ୧୧, ଜାଗମରାରୁ ୧୧, ବିଜେବି ନଗରରୁ ୯, ୟୁନିଟ-୯ରୁ ୨୧, ସୁନ୍ଦରପଦାରୁ ୧୮, ୟୁନିଟ-୬ରୁ ୨୦, ପୁରୁଣା ଭୁବନେଶ୍ୱରରୁ ୨୨, ପୋଖରୀପୁଟରୁ ୧୨, ଶାସ୍ତ୍ରୀ ନଗରରୁ ୧୧, ନିଳାଦ୍ରୀ ବିହାରରୁ ୭, ପଳାଶୁଣୀରୁ ୧୦, ଟଙ୍କପାଣି ରୋଡ୍ରୁ ୧୪, ଶହୀଦ ନଗରରୁ ୧୦, ରସୁଲଗଡରୁ ୭, ପାତ୍ରପଡାରୁ ୮, ଭିଏସ୍ଏସ୍ ନଗରରୁ ୫ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ଘଣ୍ଟାରେ ୩୪୩ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧ହଜାର ୪୦୧ ଥିବାବେଳେ ୩୫ହଜାର ୨୨୭ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୫ହଜାର ୮୯୬ଜଣ ସକ୍ରିୟଙ୍କ ଚିକିତ୍ସା ଜାରି ରହିଛି।