ପଞ୍ଚାୟତ ସମିତିର ବିଭିନ୍ନ ସମସ୍ୟା, ସଭ୍ୟାସଭ୍ୟଙ୍କୁ ଅଣଦେଖା ନେଇ ଦାବିପତ୍ର

କୋରେଇ,୧୪ା୮(ସ୍ବ.ପ୍ର.)- ଓଡ଼ିଶା ରାଜ୍ୟ ପଞ୍ଚାୟତ ସମିତି ସଭ୍ୟାସଭ୍ୟ ମହାସଙ୍ଘ କୋରେଇ ଶାଖା ପକ୍ଷରୁ ବୁଧବାର ପଞ୍ଚାୟତ ସମିତିର ବିଭିନ୍ନ ସମସ୍ୟା ଓ ସଭ୍ୟାସଭ୍ୟଙ୍କୁ ଅଣଦେଖା ନେଇ କୋରେଇ ବିଡିଓଙ୍କୁ ୮ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏ ସଂକ୍ରାନ୍ତରେ ଆସନ୍ତା ୧୬ ତାରିଖରେ ଜିଲାପାଳ ଓ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସଙ୍ଘ ସଭାପତି ପ୍ରମୋଦ କୁମାର ସାହୁ ସୂଚନା ଦେଇଛନ୍ତି। ପଞ୍ଚାୟତ ରାଜ ବିଧି ଅନୁଯାୟୀ ପ୍ରତି ୨ ମାସରେ ସମିତି ବୈଠକ ହେବା କଥା କିନ୍ତୁ କୋରାଇ ବ୍ଲକରେ ୧୦ ମାସ ହେବ ବୈଠକ ହୋଇ ନାହିଁ ା ପଞ୍ଚାୟତ ସମିତିରେ ପାରିତ ସଙ୍କଳ୍ପର ନକଲ ପ୍ରତ୍ୟକ ସଭ୍ୟଙ୍କୁ ୧୫ ଦିନ ମଧ୍ୟରେ ଅବଗତ ଓ ସଂଶୋଧନ ନିମନ୍ତେ ପ୍ରେରଣ କରାଯାଉ ନାହିଁ ା ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମଗୁଡିକ ସମ୍ପୃକ୍ତ ବିଭାଗର ଅଧିକାରୀ ପ୍ରଦାନ ନ କରିବା, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ବୈଠକକୁ ଠିକଭାବେ ନ ଡାକିବା, ପଞ୍ଚାୟତ ସମିତି ଗଠନର ୨ ବର୍ଷ ୬ମାସ ବିତିଥିଲେ ମଧ୍ୟ ଅଦ୍ୟାବଧି ସ୍ଥାୟୀ କମିଟି ଗଠନ ହୋଇ ନାହଁି। ଏପରିକି ପଞ୍ଚାୟତ ସମିତିର ବିନା ଅନୁମୋଦନ ଓ ଅଗୋଚରରେ ପଞ୍ଚାୟତ ସମିତିରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟହେବା, ୨୦୧୯-୨୦ ଫନୀ ବାତ୍ୟା ପ୍ରକଳ୍ପଗୁଡିକ ଚୟନ ସମିତିରେ ଆଲୋଚନା କରା ନ ଯାଇ ପାରିତ ବେହା, ବ୍ଲକ ପରିସରରେ କମନରୁମ ନ ହେବା ଆଦି ବିଭିନ୍ନ ଦାବି ସମ୍ଭଳିତ ଦାବିପ୍ରତ ସଂଘ ପକ୍ଷରୁ ପ୍ରଦାନ କରାଯାଇଛି। ସଭପତି ସାହୁଙ୍କ ସମତେ ଉପଦେଷ୍ଟା କୁଳମଣୀ ଦାସ, ଅନିଲ କୁମାର ମହାପାତ୍ର, ସେକ ଜହର ଅଲ୍ଲୀ, ଅଶୋକ ବାରିକ, ମନ୍ମଥ ଜେନା, ନୀଳମାଧବ ଚକ୍ର, ତିଳୋତମା ସେଠୀ, ନିଳାଦ୍ରୀ ଭୁଷର ସାହୁ, ଜୟନ୍ତୀ ସାହୁ, ମମତାରାଣୀ ଘଡାଇ, ଭାନୁପ୍ରଭା କରଣ, ମଧୁସୂଦନ ସାହୁ, କ୍ଷୀରୋଦ ଦାସ, ତିଳୋତମା ସାହୁ, ଗଭିନ ଦଳାଇ, ପ୍ରତିମା ରାଉତ, ସଜୁଲତା ଖଟୁଆ, ଉମାକାନ୍ତ ବେହେରା, ନିତ୍ୟାନନ୍ଦ ସାହୁ, ବଟକୃଷ୍ଣ ମଳିକ, ନିର୍ମଳା ବେହେରା, ମାଣିକ ଦାସ, ଅମିତା ସାହୁ, ରାଧାରାଣୀ ପାତ୍ର, ପାର୍ବତୀ ବେହେରା ପ୍ରମୁଖ ଆନ୍ଦୋଳନରେ ଯୋଗଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ନାବାଳିକା ବଳାତ୍କାର, ଗର୍ଭପାତ ମାମଲା: ମିଳିଲା ନବଜାତକ

ଯାଜପୁରରୋଡ଼, ୧୭ା୨(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ…

ପୋଲିସ ଫାଣ୍ଡି ନିକଟରୁ ସୁନା ଚେନ୍ ଲୁଟିନେଲେ ଲୁଟେରା, ପୋଲିସକୁ ଖୋଲା ଚାଲେଞ୍ଜ!

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ପୋଲିସ ବିଟ୍ ହାଉସ ନିକଟରୁ ଜଣେ ବ୍ୟକ୍ତିଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ଏକ ବାଇକରେ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ନବଜାତ ଶିଶୁପୁତ୍ରଙ୍କୁ ବିଲରେ ଫିଙ୍ଗିଦେଲେ, କୁକୁର ଟାଣି ଟାଣି ନେବାବେଳେ…

ଜେନାପୁର,୧୪।୨(ଅଶୋକ ଦାସ): ଯାଜପୁର ଜିଲାରେ ଏକ ଅମାନୁଷିକ ଘଟଣା ଘଟିଛି। ଏଠାରେ ଏକ ବିଲରୁ ମୃତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ…

ନଗ୍ନ ଭିଡିଓ ଜାଲରେ ଫସାଇ ଲୁଟିଥିଲେ ଲକ୍ଷାଧିକ ଟଙ୍କା: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି…

ଧର୍ମଶାଳା,୧୪ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପୋବଳ ଗାଁର ମୁଖ୍ୟ ସାଇବର ଠକେଇର ଅଭିଯୁକ୍ତ ସରୋଜ ଜେନାଙ୍କୁ କଟକ ସାଇବର ପୋଲିସ…

ସର୍ଟ ସର୍କିଟ ଯୋଗୁଁ ଚଳନ୍ତା କାରରେ ଲାଗିଗଲା ନିଆଁ, ଡ୍ରାଇଭର ଦୌଡି ଯାଇ…

ଧର୍ମଶାଳା,୧୩।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଷୋହଳ ନମ୍ବର ଜାତୀୟ ରାଜପଥର ସଙ୍କାରିଢିଅ ଫ୍ଲାଏ ଓଭର ବ୍ରିଜ ଉପରେ ଦୁର୍ଘଟଣା । ଏକ…

ଓଭରବ୍ରିଜ୍‌ ଉପରୁ ଖସିଲା ଆଖୁ ବୋଝେଇ ଟ୍ରକ୍‌, ଗାଡ଼ି ତଳେ କେହି ଫସିରହିଥିବା ସନ୍ଦେହ

ଧର୍ମଶାଳା,୧୨।୨(ଶିବ ପ୍ରସାଦ ମହାନ୍ତି ): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଆର୍‌ଟିଓ କାର୍ଯ୍ୟାଳୟ ନିକଟରେ ଓଭରବ୍ରିଜ୍‌ ଉପରୁ ଏକ ଆଖୁ ବୋଝେଇ ଟ୍ରକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri