ପଁଚେତ୍‌ରୁ ବ୍ଲକ ତକ୍‌ ଗୁହାରି କରି ନିରାଶ: ଆବାସ ଯୋଜନାରୁ ବଁଚିତ୍‌ ଟିକ ହରିଜନ

ଭବାନୀପାଟଣା/କଲମପୁର,୧୯।୬(ଡି.ଏନ.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ଅସାହାମାନକର ଲାଗି ଭିନେ ଭିନେ ଯୋଜନା ତିଆର କରି ଥଇଥାନ କରୁଛନ୍‌। ଇଥିରଲାଗି ସର୍ଭେ କରି ତାଲିକା ତିଆର କରୁଛନ୍‌। ହେଲେ ସର୍ଭେରେ ଭୁଲ ହେଉ କି ଯୋଜନା କାଯ୍‌କାରୀ କରୁଥିବାର ଅଧ୍‌କାରୀ କରମଚାରୀକଁର ଭୁଲ, ଅନେକ ଜାଗାରେ ସରକାରକଁର ଇ ମହତ୍‌ ଯୋଜନାରୁ ଅନେକ୍‌ ହକ୍‌ଦାର ହିତାଧିକାରୀ ବାଦ୍‌ ପଡ଼ୁଛନ୍‌। କେତେ ଜାଗାରେ ଅନେକ ଗରିବ୍‌ ଦୁଖି ଏସ୍‌ଇସିସି ତାଲିକାରୁ ବାଦପଡ଼ି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କଲମପୁର ବ୍ଲକ ପଣ୍ଡିଗଁା ପଁଚେତ୍‌ ଅଧୀନ ପାତ୍ରବସା ଗଁାରେ।
ସୂଚନା ହିସାବେ ପାତ୍ରବସା ଗଁାର ଟିକ ହରିଜନ(୬୫)। ସେ ପଣ୍ଡିଗଁା ପଁଚେତ୍‌ର ୧୨୦ ନଂ. ବିପିଏଲ୍‌ ହିତାଧିକାରୀ। ସରକାରୀ ନିୟମ ଅନ୍‌ସାରେ ବିପିଏଲ୍‌ ହିତାଧିକାରୀମାନକୁ ଦରକାରୀ ସାମାନ ସଂଗେ ଅବାସ ଯୋଜନାରେ ସାମିଲ କରବାର କଥା। ହେଲେ ଟିକ ହରିଜନ ଝନେ ହକ୍‌ଦାର ହିତାଧିକାରୀ ହେଇ ବି ଆବାସ ଯୋଜନାରୁ ବାଦ୍‌ ପଡ଼ିଛନ୍‌। ଏହେଦେ ସେ କିଡ଼୍‌ନୀ ରୋଗ୍‌ରେ ଆକ୍‌ରଁାତ ଥିଲାବେଲେ ଜୀବନ୍‌ ଯାକ ପେଟ କାଟି ଯାହା ସଁଚିଥିଲେ ସବୁ ଚିକିସତ୍ାରେ ଖରଚ୍‌ କରି ସରବ୍‌ସୁଅଁାତ୍‌ ହେଇଛନ୍‌। ଏନ୍‌ତା ପରିସ୍ଥିତିରେ ଗୁଟେ ବଖରା ଘରେ ପଁାଚ୍‌ ପରାନୀ କୁଟୁମ ମୁଡ଼ ଗୁଁଜିଛନ୍‌। ସରକାରୀ ଯୋଜନାରେ ସେ ଘରଖଁଡ଼େ ପାଏବାର ଲାଗି ପଁଚେତ୍‌ନୁ ବ୍ଲକ ତକ୍‌ ନରଦି ନରଦି ନିହାଲ ହେଇଗଲେନ। ହେଲେ ଆଏଜ୍‌ତକ ସେ ଆବାସ ଯୋଜନାରେ ଘରଖଁଡ଼େ ପାଏବାରୁ ବଁଚିତ୍‌ ହେଇଛନ୍‌। ବାପା ସାଧୁ ହରିଜନ ତାକର ଅମଲରେ ତିନ ବଖରା ଘର ତିଆର କରିଥିଲେ। ସେ ଭଂଗା ଦଦ୍‌ରା ଘର ଭିତରୁ ଟିକ ଗୁଟେ ବଖରାରେ ତାକର କୁଟୁମ ଧରି ବଡ଼ା ଗୁଲଗୁଲା ହେଇ ରହୁଛନ୍‌। ଇଆଡ଼େ ଅନେକ ଥିଲାବାଲା ଆବାସ ଯୋଜନାର ଲାଭ ପାଉଥିଲାବେଲେ ନିହାତି ଗରିବ୍‌ ଟିକ ହରିଜନ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଇଛନ୍‌। ଇ ବାବ୍‌ଦେ କଲମପୁର ବିଡିଓ ହେମସାଗର ଭୋଇକୁଁ ପଚରାଲାରୁ ଯେନ୍‌ ହକ୍‌ଦାର ହିତାଧିକାରୀମାନେ ଏସ୍‌ଇସିସି ତାଲିକାରୁ ବାଦ୍‌ ପଡ଼ିଛନ୍‌, ଆମେ ସର୍ଭେ କରି ସେମାନକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରମୁ ବଲି ସେ କହିଥିଲେ।