ନୟାଗଡ଼ ଉପକାରାଗାରରୁ ମୁକୁଳିଲେ ବନିତା: ନାବାଳିକା ସମୟରେ ଶୁଣାଣି ହୋଇ ଭୋଗୁଥିଲେ ଆଜୀବନ କାରାଦଣ୍ଡ

ନୟାଗଡ଼ ଅଫିସ,୧୮।୧୨-ନୟାଗଡ଼ ଖୁଣ୍ଟୁବନ୍ଧସ୍ଥିତ ଉପକାରାଗାରରୁ ମଙ୍ଗଳବାର ମୁକୁଳିଛନ୍ତି ବନିତା ସେଠୀ। ବନିତା ନାବାଳିକା ଥିବା ସମୟରେ ଶୁଣାଣି କରାଯାଇ ଆଜୀବନ କାରାଦଣ୍ଡ ଭୋଗ କରିଥିଲେ। ସେହିଭଳି ତାଙ୍କ ସହିତ ତାଙ୍କର ପୁଅ ମଧ୍ୟ ଜେଲରେ ରହି ଆସୁଥିଲେ।
ଘଟଣାରୁ ପ୍ରକାଶ ଯେ, ନୟାଗଡ଼ ଜିଲା ନୂଆଗାଁ ବ୍ଳକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମର ଦୁଃଶାସନ ସେଠୀ ସୁରଟକୁ କାମ କରିବାକୁ ଯାଇଥିବାବେଳେ ସେଠାରେ ବନିତାଙ୍କ ସହିତ ତାଙ୍କର ଦେଖା ହୋଇ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୨୦୧୩ ମସିହାରେ ଉଭୟେ ବିବାହ କରିଥିଲେ। ବିବାହ ପରେ ବନିତାଙ୍କୁ ଦୁଃଶାସନ ଶିଖରଗୋଛା ଗ୍ରାମକୁ ନେଇ ଆସିଥିଲେ। ୨୦୧୫ ମସିହାରେ କୌଣସି କାରଣରୁ ବନିତାଙ୍କ ବଡ଼ଯାଆଙ୍କୁ ହତ୍ୟା କରାଯାଇଥିଲା। ନୂଆଗାଁ ପୋଲିସ ଏହି ଘଟଣାରେ ବନିତା ଓ ତାଙ୍କ ଶାଶୁଙ୍କୁ ୧୩ ନଭେମ୍ବର ୨୦୧୫ରେ ଗିରଫକରି କୋର୍ଟ ଚାଲାଣ କରିଥିଲା। ବନିତାଙ୍କ ଶାଶୁ ଜେଲରୁ ଜାମିନରେ ଆସିଥିଲେ। ହେଲେ ୨୯ ମାର୍ଚ୍ଚ ୨୦୧୭ରେ ନୟାଗଡ଼ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ବଡ଼ ଯାଆଙ୍କୁ ମାରିଦେବା ଘଟଣାରେ ବନିତାଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଥିଲେ। ପରେ ବନିତା ନୟାଗଡ଼ ଉପକାରାଗାରରେ ନିଜର ୩ ବର୍ଷର ପୁଅ ସହିତ ରହି ଆସୁଥିଲେ। ୨୦୧୭ ମସିହା ମେ’ ମାସରେ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡର ସଦସ୍ୟମାନେ କାରାଗାର ପରିଦର୍ଶନ କରୁଥିବା ସମୟରେ ବନିତା ନାବାଳିକା ଥିବା ଜାଣିବାକୁ ପାଇଥିଲେ। ଏହା ପରେ ଜଷ୍ଟିସ ବୋର୍ଡର ସଦସ୍ୟମାନେ ବନିତା ପାଠ ପଢ଼ିଥିବା ସୁରଟ ଅଧୀନ ଅମ୍ବାନଗର ପ୍ରାଥମିକ ବିଦ୍ୟାଳୟରୁ ତାଙ୍କର ସାର୍ଟିଫିକେଟ ସଂଗ୍ରହ କରିଥିଲେ। ସାର୍ଟିଫିକେଟରେ ତାଙ୍କର ଜନ୍ମ ତାରିଖ ୬ ଅଗଷ୍ଟ ୧୯୯୮ ରହିଥିଲା। ଶୁଣାଣି ସମୟରେ ସେ ନାବାଳିକା ଥିଲେ। ଏହା ପରେ ଜଷ୍ଟିସ ବୋର୍ଡ ପକ୍ଷରୁ ୩୦ ଜୁନ୍‌ରେ ଏକ ଖବରଦାତା ସମ୍ମିଳନୀ କରାଯାଇ ବନିତାଙ୍କୁ ମୁକୁଳାଇବା ପାଇଁ ହାଇକୋର୍ଟକୁ ଅନୁରୋଧ କରିଥିଲେ। ଏହା ପରେ ଉକ୍ତ ମାମଲାଟି ପଡ଼ି ରହିଥିଲା। ପରେ ବନିତାଙ୍କ ପକ୍ଷରୁ ଆଇନଜୀବୀ ସନ୍ତୋଷ କୁମାର ସାହୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳବାର ବନିତା ଜେଲରୁ ମୁକୁଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ

ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ...

ସବୁଜ ଆମୋନିଆ ପ୍ଲାଣ୍ଟ ନିର୍ମାଣ ସ୍ଥାନ ଦେଖିଲା ଜିଲା ପ୍ରଶାସନ

ମହାକାଳପଡ଼ା, ୯ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ସ୍ବାଧୀନତା ପରେ ଛୁଞ୍ଚତ୍ କାରଖାନାଟିଏ ନାହିଁ। ୨୪ବର୍ଷ ଶାସନ ବିଜେଡି ଅମଳରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବା ପୂର୍ବରୁ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ଶାହିଦ ଆଫ୍ରିଦି, ରୋହିତ ଏବଂ ବିରାଟଙ୍କ ବିଷୟରେ କହିଲେ ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୯।୧୨: ପୂର୍ବତନ ପାକିସ୍ତାନୀ ଅଧିନାୟକ ଶାହିଦ ଆଫ୍ରିଦି ପୁଣି ଥରେ ଭାରତୀୟ କ୍ରିକେଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏଥର ସେ ଟିମ ଇଣ୍ଡିଆର...

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ମୁନିର

ଇସଲାମାବାଦ,୯।୧୨: ପାକିସ୍ତାନ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF), ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର କହିଛନ୍ତି ଯେ ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ ଏବଂ କାହାକୁ...

ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜ୍‌: ଶାଳ ପତ୍ର ବ୍ୟବହାର ପାଇଁ ସଂକଳ୍ପ

ଦାରିଙ୍ଗବାଡି, ୯/୧୨(ଅରୁଣ ସାହୁ):ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । ଅଞ୍ଚଳରେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପର୍ଯ୍ୟଟନ କ୍ଷେତ୍ରର ପରିବେଶ...

ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳାଙ୍କ ଚାଲିଗଲା ଜୀବନ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିଜନିତ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri