ନେଟ୍‌ ରନରେଟ୍‌ ନିୟମକୁ ଆର୍ଥରଙ୍କ ସମାଲୋଚନା

ଲଡର୍‌ସ,୬।୭- ପାକିସ୍ତାନ କ୍ରିକେଟ୍‌ ଦଳର କୋଚ୍‌ ମିକି ଆର୍ଥର ନେଟ୍‌ ରନରେଟ୍‌ ନିୟମ ବଦଳାଇବା ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ପରାମର୍ଶ ଦେଇଛନ୍ତି। ଏହା ବଦଳରେ ଟୁର୍ନାମେଣ୍ଟରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଫଳାଫଳକୁ ଗୁରୁତ୍ୱ ଦିଆଯାଉ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। କାରଣ ସର୍ଫରାଜ ଅହମ୍ମଦଙ୍କ ନେତୃତ୍ୱାଧୀନ ପାକିସ୍ତାନ ଲିଗ୍‌ ପର୍ଯ୍ୟାୟରେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା, ଯେଉଁମାନେ ସେମିଫାଇନାଲ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ପାକିସ୍ତାନ ଦଳ ୧୧ ପଏଣ୍ଟ ସହ ଅଙ୍କ ତାଲିକାର ୫ମ ସ୍ଥାନରେ ରହି ବିଶ୍ୱକପ୍‌ ଅଭିଯାନ ଶେଷ କରିଛି। ସମାନ ସଂଖ୍ୟକ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ସେମି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଉନ୍ନତ ନେଟ ରନରେଟ୍‌ ଯୋଗୁ ଏଭଳି ହୋଇଛି। ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବା ଲାଗି ନ୍ୟୁଜିଲାଣ୍ଡର ନେଟ୍‌ ରନରେଟ୍‌କୁ ପାକିସ୍ତାନ ପଛରେ ପକାଇବାର ଥିଲା। ଏଥିନେଇ ଦଳକୁ ତା’ର ଅନ୍ତିମ ମ୍ୟାଚ୍‌କୁ ୩୧୧ ରନ୍‌ରେ ଜିତିବାର ଥିଲା। ଏହି ନିୟମକୁ ଆର୍ଥର ସମାଲୋଚନା କରି କହିଛନ୍ତି, ଆଇସିସି ନେଟ୍‌ ରନରେଟ୍‌ ବଦଳରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଫଳାଫଳକୁ ଗୁରୁତ୍ୱ ଦିଆଯାଉ। କାରଣ ହେଡ୍‌ ଟୁ ହେଡ୍‌ ଫଳାଫଳକୁ ଦେଖିଲେ ଆମେ ସେମିଫାଇନାଲ ଖେଳିଥାନ୍ତୁ। ଏହା ଆମ ପାଇଁ ଦୁଃଖଦାୟକ। ଆମେ ପ୍ରଥମ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜଠାରୁ ବୃହତ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲୁ। ଏହା ସତ୍ତ୍ୱେ ଅଷ୍ଟ୍ରେଲିଆକୁ ହରାଇଥିଲେ ଆମେ ସେମିଫାଇନାଲରେ ପ୍ରବେଶ କରିପାରିଥାନ୍ତୁ। ହେଲେ ସେଥିରେ ବିଫଳ ହୋଇଥିଲୁ। ଏହି ପ୍ରକ୍ରିୟା ଦ୍ୱାରା ଗୋଟିଏ ବଡ଼ ପରାଜୟ ପରେ କୌଣସି ଦଳକୁ ଆଉ ଫେରିବାକୁ ସୁଯୋଗ ମିଳୁନାହିଁ। କ୍ୱାଲିଫାଏ କରିଥିବା ସମସ୍ତ ଦଳଙ୍କୁ ଶୁଭେଚ୍ଛା। ସେମାନେ ଭଲ ଖେଳିଛନ୍ତି। ଆଶା କରୁଛୁ, ଭଲ ଖେଳୁଥିବା ଦଳ ଜିତିବ। ଏଥିସହ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଡ୍ରେସିଂ ରୁମ୍‌ରେ ଦଳୀୟ ସଦସ୍ୟଙ୍କ ସହ ପ୍ରଥମେ ବ୍ୟାଟିଂ କରି ସ୍କୋର ବୋର୍ଡରେ ୪୦୦ ରନ୍‌ ଲଗାଇବା ନେଇ ଆଲୋଚନା ହୋଇଥିବା ଆର୍ଥର ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ଭାରତକୁ ଏହି ୫ ପାକିସ୍ତାନୀ ଖେଳାଳିଙ୍କଠାରୁ ରହିବାକୁ ପଡିବ ସତର୍କ, ସୃଷ୍ଟି କରିପାରନ୍ତି ବଡ଼ ବିପଦ!

ନୂଆଦିଲ୍ଲୀ,୧୪।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏବେ, ଏହି ଦୁଇ ଦଳ ଫେବୃଆରୀ ୧୫ରେ…

ରାହୁଲ ଦ୍ରାଭିଡ- ଅନିଲ କୁମ୍ବଲେଙ୍କୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମିଳିଲା ବିଶେଷ ସମ୍ମାନ

ନୂଆଦିଲ୍ଲୀ,୧୪।୨: ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦୁଇ ପୂର୍ବତନ ଭାରତୀୟ ମହାନ ଖେଳାଳି ରାହୁଲ ଦ୍ରାବିଡ ଏବଂ ଅନିଲ କୁମ୍ବଲେଙ୍କୁ ବିଶେଷ ସମ୍ମାନ ମିଳିଛି। ଭେଙ୍କଟେଶ ପ୍ରସାଦଙ୍କ ନେତୃତ୍ୱରେ…

IND vs PAK: ପାକିସ୍ତାନକୁ ଧୂଳି ଚଟାଇବାକୁ ଶ୍ରୀଲଙ୍କା ପହଞ୍ଚିଲା ଟିମ୍‌ ଇଣ୍ଡିଆ, ହେଲା ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ,୧୪।୩: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ବିପକ୍ଷରେ T20 ବିଶ୍ୱକପ 2026 ର ତୃତୀୟ ମ୍ୟାଚ ଖେଳିବା ପାଇଁ ଶ୍ରୀଲଙ୍କାରେ ପହଞ୍ଚିଛି। ଫେବୃଆରୀ…

Ind Vs Pak: ଏହି ଷ୍ଟାର ଭାରତୀୟ ଖେଳାଳିଙ୍କୁ ନେଇ ଭୟ କଲାଣି ପାକିସ୍ତାନ!

ନୂଆଦିଲ୍ଲୀ,୧୪।୨: ଫେବୃଆରୀ ୧୫ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ICC ପୁରୁଷ ଟି୨୦ ବିଶ୍ୱକପ ୨୦୨୬ରେ ହେବାକୁ ଥିବା ହାଇ-ଭୋଲଟେଜ ମ୍ୟାଚ ପୂର୍ବରୁ ପରିବେଶ ଉଷ୍ମ…

ଟିମ୍‌ ଇଣ୍ଡିଆ ପହଞ୍ଚି ନାହିଁ, ହେଲେ ମ୍ୟାଚ୍‌ର ୨ ଦିନ ପୂର୍ବରୁ ଏମିତି କଲା ପାକିସ୍ତାନ  

କଲମ୍ବୋ,୧୩।୨: କ୍ରିକେଟର ଆଉ ଏକ ମହାଲଢ଼େଇ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଆସନ୍ତା ରବିବାର, ୧୫ ଫେବୃଆରୀରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ…

ଶୀତକାଳୀନ ଅଲିମ୍ପିକ୍ସରେ କଣ୍ଡୋମ୍ ସଙ୍କଟ: ମାତ୍ର ୩ ଦିନରେ ଶେଷ ହେଲା ୧୦,୦୦୦ ପ୍ୟାକେଟ୍

ନୂଆଦିଲ୍ଲୀ,୧୩।୨: ଇଟାଲୀରେ ଅନୁଷ୍ଠିତ ୨୦୨୬ ଶୀତକାଳୀନ ଅଲିମ୍ପିକ୍ସରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଖେଳ ଆରମ୍ଭର ମାତ୍ର ୩ ଦିନ ମଧ୍ୟରେ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ…

ପୁଣି ଚାମ୍ପିୟନ ହେବ ଟିମ୍‌ ଇଣ୍ଡିଆ! ୪୩ ବର୍ଷରେ ୩ୟ ଥର ପାଇଁ ଅଦ୍ଭୁତ ସଂଯୋଗ, ବଢ଼ିଲା… 

ନୂଆଦିଲ୍ଲୀ,୧୩।୨: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏବେ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ କ୍ରମାଗତ ଦ୍ୱିତୀୟ ଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri