ନୃତ୍ୟାଶା ସମ୍ମାନ ୨୦୨୬: ପଦ୍ମଶ୍ରୀ ଗୁରୁ ଦୁର୍ଗାଚରଣ ରଣବୀର ସମ୍ମାନୀତ

ଭୁବନେଶ୍ୱର,୧୭।୮: ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ପ୍ରଚାର, ପ୍ରସାର ଏବଂ ଏହାର ଅମୂଲ ପରମ୍ପରାର ସୁରକ୍ଷା ପାଇଁ ନିରନ୍ତର କାର୍ଯ୍ୟରତ ଅନୁଷ୍ଠାନ ‘ନୃତ୍ୟାଶା’ ପକ୍ଷରୁ ଆୟୋଜିତ ଅଷ୍ଟମ ନୃତ୍ୟାଶା ସମ୍ମାନ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଓଡ଼ିଶୀ ନୃତଗୁରୁ , ପଦ୍ମଶ୍ରୀ ଗୁରୁ ଦୁର୍ଗାଚରଣ ରଣବୀରଙ୍କୁ ନୃତ୍ୟାଶା ସମ୍ମାନରେ ସମ୍ମାନୀତ କରାଯାଇଛି। ତାଙ୍କର ଦୀର୍ଘଦିନର ନୃତ୍ୟ ସାଧନା, ଶିକ୍ଷାଦାନ ଏବଂ ଓ ନୃ୍ୟତର ବିକାଶ ଓ ପ୍ରସାର ପାଇଁ ଅବଦାନକୁ ସ୍ବୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି। ସନ୍ଧ୍ୟାରେ ଅନୁଷ୍ଠିତ ଏହି ଭବ୍ୟ ସାଂସ୍କୃତିକ ସମାରୋହର ଶୁଭାରମ୍ଭ ଶ୍ରୀ ଜଗନ୍ନାଥ ପ୍ରଧାନ, ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ, ଗୁରୁ ଶ୍ରୀ ଧନେଶ୍ୱର ସ୍ବାଇଁ, ଶ୍ରୀ ବିଶ୍ୱଜିତ ଦାଶ ଏବଂ ଶ୍ରୀ ବିସ୍ମୟ ସାହୁଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନରେ ହୋଇଥିଲା। ଏହି ଅବସରରେ ଅତିଥିମାନେ ଓଡ଼ିଶାର ସମୃଦ୍ଧ ନୃତ୍ୟ, ସଙ୍ଗୀତ ଓ ଲୋକକଳା ପରମ୍ପରାର ସୁରକ୍ଷା ଓ ନୂତନ ପିଢି ମଧ୍ୟରେ ଏହାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ।
‘ନୃତ୍ୟାଶା’ର ପ୍ରତିଷ୍ଠାତା ଗୁରୁ ପ୍ରିୟଦର୍ଶିନୀ ପ୍ରଧାନ ସ୍ବଗତ ଅଭିଭାଷଣ ପ୍ରଦାନ କରି ଅନୁଷ୍ଠାନର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ଓ ନୃତ୍ୟର ପ୍ରଚାର ଓ ସୁରକ୍ଷା ପାଇଁ ନୃତ୍ୟାଶାର ପ୍ରୟାସ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ।
ସମାରୋହର ଅନ୍ୟତମ ଆକର୍ଷଣ ଥିଲା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀପୁଣ୍ୟା ମହାନ୍ତିଙ୍କ ସମେତ ବହୁ କଳାକାରଙ୍କ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ। ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟ ପରମ୍ପରା ସହିତ ଓଡ଼ିଶାର ବିଭିନ୍ନ ଲୋକ ଓ ଆଦିବାସୀ କଳାରୂପକୁ ଗୋଟିଏ ମଞ୍ଚରେ ପ୍ରଦର୍ଶିତ କରି ଏହି ସମାରୋହ ରାଜ୍ୟର ବିବିଧମୟ ସାଂସ୍କୃତିକ ଐତିହର ଏକ ଅନନ୍ୟ ପ୍ରତିଛବି ପ୍ରଦାନ କରିଥିଲା।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ, ୨ ଟ୍ରଲର ସହ ୫ କ୍ୱିଣ୍ଟାଲ ମାଛ ଜବତ କରି…

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଉପକୂଳବର୍ତ୍ତୀ ସମୁଦ୍ର ଅଞ୍ଚଳରେ ପୁଣିଥରେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ଆନ୍ଧ୍ର ପ୍ରଦେଶର…

ବିପଦ ସଙ୍କେତ ଟପିଲା ସାଳନ୍ଦୀ, ତଳେ ବୈତରଣୀ: ଜିଲାର ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୧୭।୮ (ସନାତନ ରାଉତ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀ ବିପଦ ସଙ୍କେତ ତଳେ…

ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଧର୍ମଶାଳାରେ ବିଧାୟକ….

ଧର୍ମଶାଳା,୧୭ା୮(ଶିବ ପ୍ରସାଦ ମହାନ୍ତି): ରାଜ୍ୟର କେତେକ ଜିଲାରେ ପୁନର୍ବାର ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି । ଏହାକୁ…

ବ୍ରିଜ୍‌ତଳୁ ମିଳିଲା ଯୁବକଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ବରଗଡ଼,୧୭ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ବ୍ରିଜତଳୁ ସୋମବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣକ ହେଲେ, ସ୍ଥାନୀୟ…

ବାଲେଶ୍ବରରୁ ୧୮୦ କି.ମି. ଦୂରରେ ରହିଛି ଅବପାତ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି

ଭୁବନେଶ୍ବର,୧୭ା୮: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଅବପାତ ବାଂଲାଦେଶର ସାତଖିରାଠାରୁ ପ୍ରାୟ ୮୦ କିମି ପଶ୍ଚିମ-ଦକ୍ଷିଣପଶ୍ଚିମ, ପଶ୍ଚିମବଙ୍ଗର ବାଙ୍କୁଡ଼ାଠାରୁ ୧୬୦ କିମି…

ତେଜୁଛି ବନ୍ୟା ରାଜନୀତି; ‘ଇନ୍ଦ୍ରଙ୍କ ସହ କଥା ହେଉଥିଲେ କି ନବୀନ’, ପଚାରିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର,୧୭ା୮: ରାଜ୍ୟର ଅନେକ ସ୍ଥାନରେ ଲଗାଣ ବର୍ଷା ସାଙ୍ଗକୁ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ସହରାଞ୍ଚଳରେ କୃତ୍ରିମ…

ବକେୟା ବିଲ୍ ପୈଠ କଲାନି ପଞ୍ଚାୟତ; ବିଦ୍ୟୁତ କାଟିଲା ବିଭାଗ, ରାଶନ ହିତାଧିକାରୀ ହନ୍ତସନ୍ତ

ମୋହନା,୧୭ା୮( ମନ୍ମଥ ମିଶ୍ର ): ବିଦ୍ୟୁତ ବକେୟା ପାଇଁ ପଞ୍ଚାୟତର ବିଦ୍ୟୁତ ସଂଯୋଗ କାଟିଲା ବିଦ୍ୟୁତ ବିଭାଗ । ଆଉ ବିଦ୍ୟୁତ ନଥିବାରୁ ଠପ୍‌ ହୋଇଗଲା ରାଶନ…

ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ ପରିମାଣ, ପୁଣି ଖୋଲିଲା ୫ ଗେଟ୍‌, ଜଳସ୍ତର ରହିଛି…

ସମ୍ବଲପୁର,୧୭ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri