ନୂଆ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ ମୁଦ୍ରାସ୍ପୀତି, ଜିଡିପି

ନୂଆଦିଲ୍ଲୀ,୨୩-୫: ଗୁରୁବାର ଦେଶର ସାଧାରଣ ନିର୍ବାଚନ ଫଳାଫଳ ଆସୁଛି। କେନ୍ଦ୍ରରେ ଏନ୍‌ଡିଏ ସରକାର ପୁଣି ଥରେ କ୍ଷମତାକୁ ଫେରିବା ନେଇ ଏକଜିଟ୍‌ ପୋଲ୍‌ କହି ସାରିଛି। ଏପରି ସ୍ଥିତିରେ ଦେଶବାସୀଙ୍କ ମନରେ ଉତ୍କଣ୍ଠା ଭରି ରହିଥିବା ବେଳେ ନିର୍ବାଚନ ଫଳାଫଳର ପ୍ରକୃତ ରୂପ କଣ ରହିବ ତାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। କେନ୍ଦ୍ରରେ ସରକାର କିଏ ବି ଗଢୁ, ମାତ୍ର ନୂଆ ସରକାରଙ୍କ ସାମ୍ନାରେ ମୁଦ୍ରାସ୍ଫୀତି ଏବଂ ଜିଡିପି ଭଳି ଅନ୍ୟ କେତେକ ପ୍ରସଙ୍ଗ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହେବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ମୋଦି ସରକାର ପୁଣି ଥରେ ଶାସନ କ୍ଷମତାକୁ ଫେରିବ ବୋଲି ରବିବାର ପ୍ରକାଶିତ ଏକଜିଟ ପୋଲ୍‌ କହିଥିବା ବେଳେ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳଗୁଡିକ ମଧ୍ୟ ଶାସନ ଡୋର ସମ୍ଭାଳିବେ ବୋଲି କହୁଛନ୍ତି। ମାତ୍ର ଯାହାବି ହେଉ ଅର୍ଥନୀତି ସାମ୍ନାରେ ଆସୁଥିବା ଆହ୍ବାନକୁ ନୂଆ ସରକାରଙ୍କୁ ସାମ୍ନା କରିବାକୁ ହେବ।
ମୋଦି ସରକାରଙ୍କୁ ୨୦୧୪-୧୯ ସମୟ ମଧ୍ୟରେ ମୁଦ୍ରାସ୍ଫୀତି ଦୃଷ୍ଟିକୋଣରୁ ବିଶେଷ ଅସୁବିଧା ସାମ୍ନା କରିବାକୁ ପଡି ନାହିଁ। ଏହି ସମୟରେ ଇନ୍ଧନ ହେଉ କିମ୍ବା ଖାଦ୍ୟ ସାମଗ୍ରୀ ଦରଦାମ ନିୟନ୍ତ୍ରଣରେ ରହିଥିଲା। ମାତ୍ର ନୂଆ ସରକାରଙ୍କ କ୍ଷେତ୍ରରେ ଏଭଳି ସ୍ଥିତି ଦେଖିବାକୁ ମିଳିବ ନାହିଁ। ଦରଦାମରେ ବୃଦ୍ଧି ପରିଲକ୍ଷିତ ହେଉଥିବା ଜଣାପଡିଛି। ପଶ୍ଚିମ ଏସିଆର ଦେଶଗୁଡିକର ସ୍ଥିତିରେ ପରିବର୍ତ୍ତନ ଆସିବା ଯୋଗୁ ତେଲ ଦର ବଢିବାର ସମ୍ଭାବନା ରହିଛି। ସେହିଭଳି ଖାଦ୍ୟ ସାମଗ୍ରୀ ଦରଦାମ ଅନେକ ଦିନ ଧରି ନିୟନ୍ତ୍ରଣରେ ରହିବା ପରେ ଦରବୃଦ୍ଧି ଘଟିଥିବା ସାମ୍ନାକୁ ଆସିଛି।

ଚାହିଦା ହ୍ରାସ ଚିନ୍ତା ବଢାଇବ
ଚାହିଦାରେ ହ୍ରାସ ଫଳରେ ଅର୍ଥନୀତି ଉପରେ ପ୍ରଭାବ ପଡିବାର ବିଶେଷ ସମ୍ଭାବନା ରହିଛି। ଏହା ନୂଆ ସରକାରଙ୍କ ଲାଗି ଚିନ୍ତା ବଢାଇବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଏଫ୍‌ଏମ୍‌ସିଜି ଏବଂ ଯାତ୍ରୀବାହି ଯାନ କ୍ଷେତ୍ରରେ ଚାହିଦା ହ୍ରାସ ହେବା ଯୋଗୁ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡିଛି। ବ୍ଲୁମବର୍ଗ ରିପୋର୍ଟ ମୁତାବକ ୨୦୧୮ର ଶେଷ ତିନି ମାସରେ ଏଫ୍‌ଏମ୍‌ସିଜି କ୍ଷେତ୍ର ଅଭିବୃଦ୍ଧି ହାର ୧୬% ରହିଥିବା ବେଳେ ଚଳିତ ବର୍ଷ ପ୍ରଥମ ତିନି ମାସରେ ଏହା ୧୩.୬%କୁ ହ୍ରାସ ଘଟିଛି। ଗ୍ରାମାଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ବିକ୍ରି ହ୍ରାସ ଘଟିଥିବା ସାମ୍ନାକୁ ଆସିଛି।

ଜିଡିପିରେ ହ୍ରାସ
ଚଳିତ ମାସରେ ଜିଡିପିର ନୂଆ ଆକଳନ ଜାରି ହେବ। ତୃତୀୟ ତ୍ରୈମାସର ଅଭିବୃଦ୍ଧି ଆକଳନ ୬.୬% ରହିଥିବା ବେଳେ ଚତୁର୍ଥ ତ୍ରୈମାସରେ ଏହା ହ୍ରାସ ଘଟିବ ବୋଲି ଅନୁମାନ କରାଯାଉଛି। ଘରୋଇ ବଜାରରେ ଆର୍ଥତ୍କ ମାନ୍ଦାବସ୍ଥା ରହିଥିବା ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ରିପୋର୍ଟରେ ସ୍ବୀକାର କରିଛି। ଘରୋଇ ବଜାରରେ ଚାହିଦା କମିବା ଯୋଗୁ ବଜାର ଏହାଦ୍ୱାରା ପ୍ରଭାବିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଚାହିଦାରେ ଏହି ଶିଥିଳତା ଚଳିତ ଆର୍ଥତ୍କ ବର୍ଷରେ ରହିବ ବୋଲି ଆକଳନ କରାଯାଇଛି। ଏହାବାଦ ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି) ଏବଂ ଏଚ୍‌ଏଫ୍‌ସି କ୍ଷେତ୍ରରେ ନଗଦ ସଙ୍କଟ ଜିଡିପି ଅଭିବୃଦ୍ଧି ଉପରେ ପ୍ରଭାବ ପକାଉଛି।

ପ୍ରଭାବିତ ମାନୁଫାକଚରିଂ
ଦେଶର ମାନୁଫାକଚରିଂ ଶିଳ୍ପ ମଧ୍ୟ ପ୍ରଭାବିତ ସ୍ଥିତିରେ ରହିଛି। ମାର୍ଚ୍ଚରେ ଔଦ୍ୟୋଗିକ ଉତ୍ପାଦନ ୨୧ ମାସର ସର୍ବନିମ୍ନ (-)୦.୧ ସ୍ତରକୁ ଖସି ଆସିଥିଲା।

ନିଯୁକ୍ତି ସଙ୍କଟ
ଆଗାମୀ ସରକାର ନୂଆ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ମଧ୍ୟ ଆହ୍ବାନର ସାମ୍ନା କରିବେ। ପ୍ରଭାବିତ ଅର୍ଥନୀତି ଯୋଗୁ ନିଯୁକ୍ତି ଯୋଗାଣ ଧାରା ଏବେ ଉନ୍ନତ ସ୍ଥିତିରେ ନାହିଁ। ନିଯୁକ୍ତି ସୃଷ୍ଟି ଏନ୍‌ଡିଏ ସରକାରଙ୍କ ଲାଗି ଏକ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ବୃହତ୍ତ ପରିମାଣର ଚାକିରି ସୃଷ୍ଟି କରିବାକୁ ସରକାର କହିଥିବା ବେଳେ ଏହା କରିବାକୁ ସକ୍ଷମ ହୋଇ ନାହାନ୍ତି। ଏହାକୁ ନେଇ ବିରୋଧି ଦଳଗୁଡିକ ସରକାରଙ୍କୁ ଅନେକ ସମୟରେ ଟାର୍ଗେଟ କରୁଛନ୍ତି।

ଟିକସ ସଂଗ୍ରହ ବୃଦ୍ଧି
ରାଜସ୍ବ ବୃଦ୍ଧି ସରକାରଙ୍କ ଲାଗି ଏକ ପ୍ରାଥମିକତା ହେବ। ଉଭୟ କଂଗ୍ରେସ ଏବଂ ବିଜେପି ପ୍ରତ୍ୟକ୍ଷ ଆୟ ସହାୟତା ଦେବାକୁ ଘୋଷଣା କରିଥିବାରୁ ଏହାକୁ ପୂରଣ କରିବା ଲାଗି ଟିକସ ସଂଗ୍ରହ ଉନ୍ନତ ହେବା ଆବଶ୍ୟକ। ଶିଥିଳ ଆର୍ଥତ୍କ ସ୍ଥିତି, ଜିଏସ୍‌ଟି ସୁଧାରକୁ ସରକାରଙ୍କୁ ଟିକସ ସଂଗ୍ରହ କ୍ଷେତ୍ରରେ ସଂଘର୍ଷ କରିବାକୁ ପଡୁଛି। ଟିକସ ସଂଗ୍ରହ ଉନ୍ନତ ହେଲେ ସରକାର ପ୍ରତିଶ୍ରୁତି ରକ୍ଷା କରିବା ସହ ନଗଦ ଅର୍ଥ ଲୋକଙ୍କୁ ଦେଇ ପାରିବେ। ଏହା ବାବ ପୁଞ୍ଜି ପ୍ରତ୍ୟାହାର ଏବଂ ସ୍ପେକ୍ଟ୍ରମ ବିକ୍ରରୁ ସରକାର ଅର୍ଥ ସଂଗ୍ରହ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri