ନୂଆ ମୋଟର ଯାନ ଆଇନ : ଘାରିଲା ଭୟ, ବଢ଼ିଲା ଭିଡ଼

ଭୁବନେଶ୍ୱର, ୬।୯(ବ୍ୟୁରୋ) : ନୂଆ ମୋଟର ଆଇନ-୨୦୧୯ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଛି। ଓଡ଼ିଶାରେ ଚେକିଂ, ବ୍ଲକିଂ ଓ ଗାଡ଼ି ଧରାପଗଡ଼କୁ ଜୋର୍‌ଦାର କରାଯାଇଛି। ଟ୍ରାଫିକ ପୋଲିସ ଓ ଆର୍‌ଟିଓ ପକ୍ଷରୁ କାଗଜପତ୍ର ଯାଞ୍ଚ କଡାକଡି କରାଯିବା ସହ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ନୂଆ ଆଇନରେ ୧୦ଗୁଣା ଅଧିକ ଜରିମାନା ଏବେ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ବୁଧବାର ଭୁବନେଶ୍ୱରରେ ନିୟମ ଉଲ୍ଲଂଘନକାରୀ ଜଣେ ଅଟୋ ଚାଳକଙ୍କ ଉପରେ ବଡ଼ ଧରଣର ଜରିମାନା ହେବାପରେ ସମସ୍ତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସମସ୍ତ କାଗଜପତ୍ର ଠିକ୍‌ କରିବାକୁ ଗାଡ଼ି ଚାଳକ ଓ ମାଲିକ ଲାଗି ପଡିଛନ୍ତି। ଏଥିପାଇଁ ଏବେ ଆର୍‌ଟିଓ, ଡ୍ରାଇଭିଂ ଟ୍ରେନିଂ ସେଣ୍ଟର, ଗାଡ଼ି ବୀମା କାର୍ଯ୍ୟାଳୟ ଆଦି ସ୍ଥାନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ସେହିଭଳି ପଲ୍ୟୁଶନ ସାର୍ଟିଫିକେଟ ପାଇଁ ମଧ୍ୟ ଧାଡ଼ି ଲାଗୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ଆର୍‌ଟିଓରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ସ୍ଲଟ୍‌ ଫାଙ୍କା ନ ଥିବା ଜଣାପଡ଼ିଛି। ଭୁବନେଶ୍ୱର ଆର୍‌ଟିଓ-୧ ପ୍ରଦୀପ ମହାନ୍ତି କହିଛନ୍ତି, ପୂର୍ବରୁ ପ୍ରତିଦିନ ୨ଶହରୁ ଅଧିକ ଲୋକ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରନ୍ତି। ନୂଆ ନିୟମ ଲାଗୁପରଠାରୁ ଏହା ହଠାତ୍‌ ବଢ଼ିଯାଇଛି। ୫ଦିନ ଭିତରେ ରାଜଧାନୀର ଦୁଇ ଆର୍‌ଟିଓରେ ପ୍ରାୟ ୯ ହଜାର ଆବେଦନ ହୋଇଛି। ତେଣୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଆବେଦନ ପାଇଁ ଆଉ ସ୍ଲଟ୍‌ ଫାଙ୍କା ନାହିଁ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରଙ୍କୁ ଅଧିକ ସ୍ଲଟ୍‌ ଦେବାକୁ କହିଥିଲୁ। ତେବେ ମିଳିଥିବା ୭୫ ସ୍ଲଟ୍‌ ମଧ୍ୟ ସବୁ ବୁକ୍‌ ହୋଇଯାଇଛି। ପୁଣି ଲୋକଙ୍କ ଭିଡ଼ ଓ ପ୍ରଶ୍ନକୁ ସାମ୍ନା କରି କାର୍ଯ୍ୟ କରିବା କଷ୍ଟକର ହୋଇପଡୁଛି ବୋଲି ମହାନ୍ତି କହିଛନ୍ତି।
ଅନ୍ୟପକ୍ଷରେ ଗୁରୁବାର ବିଭିନ୍ନ ସ୍ଥାନରେ ଗାଡ଼ମୋଟର ଯାଞ୍ଚ କରାଯାଇଥିଲା। ଭୁବନେଶ୍ୱରରେ ଆଉଜଣେ ଅଟୋ ଚାଳକଙ୍କ ଉପରେ ୨୭ହଜାର ୫ଶହ ଟଙ୍କା ଜରିମାନା କରାଯାଇଥିବା ଜଣାପଡିଛି। ଓଡି୩୩ଡି୨୧୭୧ ନମ୍ବର ବିଶିଷ୍ଟ ଅଟୋ ଧରି ଚାଳକ କବୀନ୍ଦ୍ର ସାହୁ ମଧ୍ୟାହ୍ନ ୧୨ଟାରେ ଯାଉଥିବାବେଳେ ବାଣୀବିହାର ଓଭରବ୍ରିଜ୍‌ ଉପରେ ଆର୍‌ଟିଓ-୧ ପକ୍ଷରୁ ଚାଲିଥିବା ଯାଞ୍ଚରେ ଧରାପଡିଥିଲେ। ୫ ନିୟମ ଖିଲାପ କରିଥିବାରୁ ତାଙ୍କଠାରୁ ୨୭ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ସାଧାରଣ ନିୟମ ଉଲ୍ଲଂଘନ ପାଇଁ ମୋଟର ଯାନ ଆଇ ୧୭୭ ଅନୁଯାୟୀ ୫ଶହ ଟଙ୍କା, ପ୍ରଦୂଷଣ ନିୟମ ଧାରା ୧୯୦(୨)ରେ ୧୦ ହଜାର ଟଙ୍କା, ଗାଡ଼ିର ଫିଟ୍‌ନେସ୍‌ ନ ଥିବାରୁ ଧାରା ୧୯୨ ଅନୁଯାୟୀ ୫ ହଜାର, ବିନା ପରିମିଟରେ ଗାଡି ଚାଲୁଥିବାରୁ ଧାରା ୧୯୨(ଏ)ରେ ୧୦ ହଜାର, ଇନ୍‌ସ୍ୟୁରାନ୍ସ ନ ଥିବାରୁ ଧାରା ୧୯୬ରେ ୨ହଜାର ଟଙ୍କା ଜରିମାନ କରାଯାଇଥିଲା। ସେହିପରି କଳିଙ୍ଗ ହସ୍ପିଟାଲ ଛକରେ ଯାଞ୍ଚବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଏନ୍‌ଫୋରସମେର୍ଣ୍ଟ ଗାଡ଼ି ଧରାପଡିଥିଲା। ଗାଡିରେ ନିୟମ ଉଲ୍ଲଂଘନ କରି ଶ୍ରମିକ ବସାଯାଇଥିଲା। ଗାଡିର କେତେକ କାଗଜପତ୍ର ନ ଥିବାରୁ ୧୫ ହଜାର ଟଙ୍କା ଜରିମାନା କରାଯାଇଥିଲା। ଏମ୍‌ଭି ଆକ୍ଟ ୧୯୨ ଅନୁସାରେ ମାଲଗାଡିରେ ପଛରେ ଶ୍ରମିକ ବସାଇ ନେଉଥିବାରୁ ୫ହଜାର ଟଙ୍କା ଓ ଧାରା ୧୯୨(ଏ) ବିନା ରୋଡ୍‌ ପରିମିଟ୍‌ରେ ଯାଉଥିବାରୁ ୧୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଗାଡିର ମାଲିକ ମିନତି ମହାନ୍ତି ହୋଇଥିବାବେଳେ ଡ୍ରାଇଭର ଶିବ ନାରାୟଣ ପ୍ରଧାନ ଏହି ଜରିମାନା ଦେଇଥିବା ଜଣାପଡିଛି। ସେହିଭଳି କେତେକ ଟ୍ରକ୍‌ଓ କାର୍‌ଠାରୁ ଜରିମାନା ଆଦାୟ କରାଯାଇଥିବାବେଳେ ଏହାକୁ ନେଇ ଗାଡ଼ି ଚାଳକଙ୍କ ମଧ୍ୟରେ ଛନକା ପଶିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri