ନୂଆ ପ୍ରତିଭା ଶୁଭଶ୍ରୀ ବଡ଼ମାଳୀ

ବଇଣ୍ଡା,୧୮।୨ – ଆଗ୍ରହ ଥିଲେ ସୁଯୋଗ ଆପଣାଛାଏ ଆସେ। ଆଉ ଉକ୍ତ ସୁଯୋଗର ସଦୁପୋଯୋଗ କିପରି ସଫଳତାର ମାର୍ଗ ପ୍ରଶସ୍ତ କରିଥାଏ ତାହାର ଉଦାହରଣ ହେଲେ ଓଡ଼ିଶା ବଲ୍‌ ବ୍ୟାଡ୍‌ମିଣ୍ଟନ ଦଳରେ ସ୍ଥାନ ପାଇଥିବା ନୂଆ ପ୍ରତିଭା ଶୁଭଶ୍ରୀ ବଡ଼ମାଳୀ। ଅନୁଗୋଳ ଜିଲା କିଶୋରନଗର ବ୍ଲକ ସଦରମହକୁମାର ଶୁଭଶ୍ରୀ ମାତ୍ର କେଇ ବର୍ଷ ମଧ୍ୟରେ ଏହି କ୍ରୀଡ଼ା କ୍ଷେତ୍ରରେ ଦକ୍ଷତାର ପରିଚୟ ଦେଇ ଓଡ଼ିଶା ଦରବାରରେ ନିଜକୁ ପହଞ୍ଚାଇ ପାରିଛନ୍ତି। ଜଣେ ମହିଳା କ୍ରୀଡ଼ାବିତ୍‌ ଭାବେ ବଲ୍‌ ବ୍ୟାଡମିଣ୍ଟନକୁ ସେ ନିଜ କ୍ୟାରିୟର କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିବାକୁ ବହୁ ସ୍ବପ୍ନ ଦେଖିଥିବା ପ୍ରକାଶ କରିଛନ୍ତି।
ଶୁଭଶ୍ରୀଙ୍କ କହିବା ଅନୁଯାୟୀ, ପିଲାବେଳୁ ତାଙ୍କର କ୍ରୀଡ଼ା ପ୍ରତି ବହୁ ଆଗ୍ରହ ଥିଲା। କିଶୋରନଗର କଲେଜରେ ଯୁକ୍ତ ୨ ପଢୁଥିବାବେଳେ ଥରେ କଲେଜରେ ବଲ୍‌ ବ୍ୟାଡମିଣ୍ଟନ ମ୍ୟାଚ ଦେଖି ତାହା ଖେଳିବାକୁ ଇଚ୍ଛା ଜାଗ୍ରତ ହୋଇଥିଲା। ତେବେ ଏକ ଟୁର୍ନାମେଣ୍ଟରେ ଭାଗ ନେବାକୁ ତାଙ୍କୁ ସୁଯୋଗ ମିଳିବା ପରଠାରୁ ସେ ଆଉ ପଛକୁ ଫେରି ନାହାନ୍ତି। ଧଉରାପାଲି ଗ୍ରାମର ଗୁରୁ ବନମାଳୀ ସାହୁଙ୍କଠାରୁ ପ୍ରଶିକ୍ଷଣ ପାଇ ସେ ପ୍ରଥମେ ଜିଲା ଓ ପରେ ବିଭିନ୍ନ ରାଜ୍ୟରେ ବଲ ବ୍ୟାଡ୍‌ମିଣ୍ଟନ ଖେଳି ସୁନାମ ଅର୍ଜନ କରିଛନ୍ତି। ଏହାପରେ ୨୦୧୯ରେ ତାଙ୍କୁ ଓଡ଼ିଶା ଟିମ୍‌ରେ ସାମିଲ କରାଯାଇଥିଲା। ଆଗାମୀ ଦିନରେ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବଲ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଖେଳିବା ପାଇଁ ତାଙ୍କୁ ମନୋନୀତ ମଧ୍ୟ କରାଯାଇଛି। ବାପା ପ୍ରଦୀପ ବଡ଼ମାଳୀ, ମା’ ପୁଷ୍ପାଞ୍ଜଳୀ ବଡ଼ମାଳୀ ଏବଂ ଦୁଇ ଭାଇଙ୍କ ଉତ୍ସାହ ଯୋଗୁ ସେ ଆଜି ଜଣେ ମହିଳା କ୍ରୀଡ଼ାବିତ୍‌ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତେବେ ଖେଳରେ ହାର୍‌ଜିତ ଲାଗି ରହିଥାଏ। ହାରିଥିବା ବ୍ୟକ୍ତି ଦିନେ ନା ଦିନେ ସଫଳତା ହାସଲ କରିପାରିଥାଏ। ତେଣୁ ଯୁବକ୍ରୀଡ଼ା ବିତ୍‌ମାନେ କଠିନ ପରିଶ୍ରମ କରିବା ସହ ହାର୍‌ଜିତକୁ ଭୟ ନ କରି ପ୍ରତିଟି ସୁଯୋଗର ସଦୁପୋଯୋଗ କରିବା ଦିଗରେ ଉଦ୍ୟମ ଜାରି ରଖିବା ଉଚିତ ବୋଲି ଶୁଭଶ୍ରୀ ପ୍ରକାଶ କରିଛନ୍ତି। ଯୁକ୍ତ ୩ ପରେ ରାଜନୀତି ବିଜ୍ଞାନରେ ପିଜି କରୁଥିବା ଶୁଭଶ୍ରୀ ଆଗକୁ ବିଭିନ୍ନ ରାଜ୍ୟରେ ବଲ୍‌ ବ୍ୟାଡ୍‌ମିଣ୍ଟନ ଖେଳି ନିଜ ଅଞ୍ଚଳ ତଥା ରାଜ୍ୟର ନାମ ରଖିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ

ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri