ନୁନୁକାପଶିରେ ଲୋ ଭୋଲଟେଜ୍‌ ସମସ୍ୟା: ସମାଧାନ ନ ହେଲେ ଆନ୍ଦୋଳନ

ବଇଣ୍ଡା,୬।୬(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ଗ୍ରାମରେ ଅଘୋଷିତ ବିଦ୍ୟୁତ୍‌ କାଟ ହେଉଛି। ପୁରୁଣା ଟ୍ରାନ୍ସଫର୍ମରକୁ ହଟାଇ ନୂତନ ଟ୍ରାନ୍ସଫର୍ମର ଲଗାଯାଉ ନ ଥିବା ଯୋଗୁ ଲୋଭୋଲଟେଜ ସମସ୍ୟା ଦେଖାଦେଉଛି। ଫଳରେ ଲୋକେ ଗରମରେ ହନ୍ତସନ୍ତ ହେଉଛନ୍ତି। ଏ ନେଇ ବୁଧବାର ସାହିବାସୀ ବଇଣ୍ଡା ଏନ୍‌ଜେଏନ କନିଷ୍ଠ ଯନ୍ତ୍ରୀ ବିଶ୍ୱରଞ୍ଜନ ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଗ୍ରାମବାସୀ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି, ବଇଣ୍ଡାର ଉକ୍ତ ସ୍ଥାନ ଏକ ପ୍ରମୁଖ ସ୍ଥାନ ହୋଇଥିବାବେଳେ ଏବେ ବିଦ୍ୟୁତ୍‌ ସମସ୍ୟା ଏକ ନିତିଦିନିଆ ସମସ୍ୟା ପାଲଟିଗଲାଣି। ୧୦୦ରୁ ଊର୍ଦ୍ଧ୍ୱ ଉପଭୋକ୍ତା ଥିଲେ ମଧ୍ୟ ସେମାନଙ୍କୁ ସଠିକ ବିଦ୍ୟୁତ୍‌ ଯୋଗାଇ ଦିଆଯାଉ ନାହିଁ। ବାରମ୍ବାର ବିଦ୍ୟୁତ୍‌ କାଟ ସାଙ୍ଗକୁ ଲୋଭୋଲଟେଜ ସମସ୍ୟା ଫଳରେ ଅନେକ ବିଦ୍ୟୁତ୍‌ ଉପକରଣ ପୋଡ଼ିଯାଉଛି। ସାହିରେ ଥିବା ଟ୍ରାନ୍ସଫର୍ମରଟି ବହୁ ପୁରୁଣା ହୋଇଯାଇଥିବେଳେ ପ୍ରତିଦିନ ୪ରୁ୫ ଥର ଫିଉଜ ଉଡ଼ିଯାଉଛି। ଉପଭୋକ୍ତାଙ୍କ ସଂଖ୍ୟା ବଢୁଥିବାବେଳେ ଉଚ୍ଚମାନର ଟ୍ରାନ୍ସଫର୍ମର ଲଗାଯାଉ ନାହିଁ। ଫଳରେ ଅତ୍ୟଧିକ ଲୋଡ ପଡ଼ି ଟ୍ରାନ୍ସଫର୍ମରଟି ଅଚଳ ହୋଇପଡ଼ୁଛି। ଏ ନେଇ ପୂର୍ବରୁ ଏନ୍‌ଜେଏନ ଓ ସେସୁକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ତୁରନ୍ତ ଏହାର ସମାଧାନ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମର ମିଟୁ ସତପଥୀ, ଗିରିଷ ଚନ୍ଦ୍ର ବେହେରା, ରମେଶ ଘିଓ୍ବାଲା, ବୀର ସତପଥୀ, ରାଜେନ୍ଦ୍ର ରାଉତ, ପ୍ରକାଶ ମିଶ୍ର, ଲୁଲୁ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ପଡୋଶୀ ଦେଶରେ ବଡ଼ ଧରଣର ବିସ୍ଫୋରଣ, ଅତିକମରେ ୧୬ ମୃତ

ଇସଲାମାବାଦ,୧୯।୨: ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀରୁ ଏକ ଦୁଃଖଦ ଖବର ଆସିଛି। ଏକ ଆବାସିକ ଅଞ୍ଚଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି।…

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’

ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri