ନୀଳାଦ୍ରି ନିଳୟ ଯୋଜନା: ଝୁଣ୍ଟିଲା ପ୍ରଶାସନ

ପୁରୀ ଅଫିସ,୯।୩: ପୁରୀ ସହରକୁ ଭିକାରିମୁକ୍ତ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଗତ ୩ ତାରିଖରୁ ଆରମ୍ଭ ହୋଇଛି ନୀଳାଦ୍ରି ନିଳୟ ଯୋଜନା। ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଉଦ୍ଧାର କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଏହାର ଲକ୍ଷ୍ୟ। ସହରର ବିିଭିନ୍ନ ସ୍ଥାନରୁ ଭିକାରିଙ୍କୁ ଉଦ୍ଧାର କରି ନୀଳାଦ୍ରି ନିଳୟ (ଭିକାରି ପୁନର୍ବାସ କେନ୍ଦ୍ର)ରେ ରଖାଯାଉଛି। ହେଲେ ଏହି ମହତ ଯୋଜନା ଆରମ୍ଭର ମାତ୍ର ୫ଦିନରେ ପ୍ରଶାସନ ଝୁଣ୍ଟିଛି। ଏହାର ଦାୟିତ୍ୱ ଯେଉଁମାନଙ୍କ କାନ୍ଧରେ ଦିଆଯାଇଛି ସେମାନଙ୍କ ମଧ୍ୟରୁ କେତେଜଣଙ୍କ ରୁକ୍ଷ ବ୍ୟବହାର ଏହି ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରୀମନ୍ଦିର ପରିସରରୁ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ଭୁଲରେ ଉଠାଇ ଆଣିବା ଏବଂ ତାଙ୍କ ପରିବାର ଲୋକେ ନେବାକୁ ପହଞ୍ଚତ୍ବା ପରେ ୧୦ ହଜାର ଟଙ୍କା ଫାଇନ ମଗାଯିବା ନେଇ ହୋଇଛି ଅଭିଯୋଗ। ଏପରି କି ଏଥିପାଇଁ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମ୍ମୁଖରେ ଜଣେ ଯୁବ ଆଇନଜୀବୀଙ୍କୁ ଦୁର୍ବ୍ୟବହାର କରାଯିବାରୁ ସେ ସର୍ବୋଦୟନଗରସ୍ଥିତ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିବା ଘଟଣା ଏହି ପ୍ରସଙ୍ଗକୁ ଅଧିକ ବିବାଦୀୟ କରିଛି।
ଏହି ଯୋଜନାକୁ ସଫଳ କରିବା ପାଇଁ କେତେକ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ସିଂହଦ୍ୱାର ସମ୍ମୁଖ ଓ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ବୁଝାଶୁଝା କରି ଭିକାରି ପୁନର୍ବାସ କେନ୍ଦ୍ରକୁ ଆଣିଥାନ୍ତି। ଶନିବାର ଶ୍ରୀମନ୍ଦିର ପରିସରରୁ ପୁରୀ ମାର୍କଣ୍ଡେଶ୍ୱର ସାହିର ଦୀନମଣି ମହାନ୍ତି(୮୦)ଙ୍କୁ ଧରି ଏହି କେନ୍ଦ୍ରକୁ ଆଣିଥିଲେ। ସନ୍ଧ୍ୟାରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ମାତ୍ର ନ ପାଇ ସିଂହଦ୍ୱାର ଥାନାକୁ ଯିବା ପରେ କେତେଜଣ ବୃଦ୍ଧାଙ୍କୁ ସ୍ବେଚ୍ଛାସେବୀମାନେ ନେଇଥିବା ଶୁଣିଲେ। ରାତିରେ ଯୋଗାଯୋଗ ପରେ ଦୀନମଣି ଉକ୍ତ କେନ୍ଦ୍ରରେ ଥିବା ଜାଣିବାକୁ ପାଇଲେ। ସକାଳେ ପୁତୁରା ଦେବରାଜ ମହାନ୍ତି ତାଙ୍କୁ ନେବା ପାଇଁ କେନ୍ଦ୍ରରେ ପହଞ୍ଚତ୍ଥିଲେ। କେନ୍ଦ୍ରର ଜଣେ ଯୁବତୀ ଚଢା ଗଳାରେ ୧୦ ହଜାର ଟଙ୍କା ଫାଇନ ଦିଅ, ନ ହେଲେ ପିଉସୀଙ୍କ ସହ ଦେଖା କରିପାରିବ ନାହିଁ ବୋଲି କହିଥିଲେ। ତେଣୁ ସେ ଫେରିଯାଇ ସମ୍ପର୍କୀୟ ଆଇନଜୀବୀ ଚିନ୍ମୟ ଦାଶଙ୍କୁ ଆଣି ଆସିଥିଲେ। ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ସମ୍ପୃକ୍ତା ଯୁବତୀ ଏବଂ ଅନ୍ୟ ଜଣେ ଯୁବକ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ଆଇନଜୀବୀ ଦାଶ ଅଭିଯୋଗ ଆଣି କେନ୍ଦ୍ର ସମ୍ମୁଖରେ ଧାରଣା ଦେଇଥିଲେ। ଖବର ପାଇ ଯୋଜନା ଦାୟିତ୍ୱରେ ଥିବା ଅନ୍ୟ ଅଧିକାରୀ ଏବଂ ସ୍ବେଚ୍ଛାସେବୀ ପହଞ୍ଚତ୍ ଦାଶଙ୍କୁ ବୁଝାଶୁଝା କରିଥିଲେ। ଏଥିସହ ଆବଶ୍ୟକ କାଗଜପତ୍ର କରି ଦେବରାଜଙ୍କ ସାଥୀରେ ତାଙ୍କ ପିଉସୀଙ୍କୁ ଛାଡ଼ିିଥିଲେ।

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଦୀନମଣି
ଦୀନମଣି ଶ୍ରୀମନ୍ଦିର ପରିସରରେ ଭିକ୍ଷାବୃତ୍ତି କରୁଥିବାରୁ ତାଙ୍କୁ ସ୍ବେଚ୍ଛାସେବୀମାନେ ଧରି ଆଣିଥିବା କହୁଥିବାବେଳେ ତାଙ୍କ ପରିବାର କିନ୍ତୁ ଏହାକୁ ଅସ୍ବୀକାର କରିଛନ୍ତି। ପୁତୁରା ଦେବରାଜ କହିଛନ୍ତି, ପିଉସୀ ଦୀନମଣି ସ୍କୁଲ ଶିକ୍ଷୟିତ୍ରୀ ଥିଲେ। ଅବସର ନେବା ପରେ ପ୍ରତିଦିନ ମନ୍ଦିରକୁ ଯାଇ ଫୁଲ ଗୁନ୍ଥିଥାନ୍ତି। ସନ୍ଧ୍ୟାରେ ଘରକୁ ଆସନ୍ତି। ସେ ଏବେ ୧୩ ହଜାର ଟଙ୍କା ପେନ୍‌ସନ ପାଉଛନ୍ତି। ଭିକ୍ଷାବୃତ୍ତି ସେ କରନ୍ତିନି। ସେହିପରି ଦୀନମଣି ମଧ୍ୟ ଭିକ୍ଷାବୃତ୍ତି କରୁଥିବା କଥାକୁ ଅସ୍ବୀକାର କରିଛନ୍ତି। ଶନିବାର ଆନନ୍ଦ ବଜାର ପରିସରରେ ଅବଢା ଖାଉଥିବାବେଳେ ତାଙ୍କ ସମେତ ୫/୬ ଜଣଙ୍କୁ ଧରି ଆଣିଥିଲେ। କାହିଁକି ନେଉଛନ୍ତି, କୁଆଡ଼େ ନେଉଛନ୍ତି ସେ କିଛି ଜାଣି ନ ଥିବା ଦୀନମଣି କହିଛନ୍ତି। ସପ୍ତମ ଶ୍ରେଣୀ ଯାଏ ସେ ପଢିଥିବା ବେଳେ ଦ୍ୱିତୀୟ, ତୃତୀୟ ଶ୍ରେଣୀ ପିଲାଙ୍କୁ ପାଠ ପଢାଉଥିଲେ। ୧୯୯୯ ମସିହାରେ ସେ ଚାକିରିରୁ ଅବସର ନେଇଥିଲେ ବୋଲି ଦୀନମଣି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri