ନୀଳାଚଳ ଇସ୍ପାତରେ ଟିଏମଟି ବାର ଉତ୍ପାଦନ

ଯାଜପୁର ଅଫିସ,୧୫-୬: କଳିଙ୍ଗ ନଗର ସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ (ଏନ୍‌ଆଇଏନ୍‌ଏଲ) ନିଜ ବ୍ରାଣ୍ଡ ଟିଏମଟି ବାର ଏନ୍‌ଆଇଏନ୍‌ଏଲ ସ୍ମାର୍ଟ ଟିଏମ୍‌ଟି ଉତ୍ପାଦନ ଆରମ୍ଭ କରିଛି ା ପ୍ରାରମ୍ଭିକ ପର୍ଯ୍ୟାୟରେ ମାସକୁ ୧୦ ହଜାର ଟନ୍‌ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ଅତିଶୀଘ୍ର ମାର୍କେଟରେ ଲଞ୍ଚ କରିବା ଯୋଜନା ରହିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶଶିଶେଖର ମହାନ୍ତି କହିଛନ୍ତି ଯେ, ନିଜ ଷ୍ଟିଲ ମେଲଟିଙ୍ଗ ଶପ୍‌ରେ ଉତ୍ପାଦିତ ବିଲେଟରୁ କନଭରସନ ମାଧ୍ୟମରେ ଟିଏମ୍‌ଟି ବାର ଉତ୍ପାଦନ କରାଯିବାକୁ ଯୋଜନା ରହିଛି। ଏହା କମ୍ପାନୀର ଉଜ୍ଜ୍ୱଳ ଭବିଷ୍ୟତ ଗଢିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ା ଏନ୍‌ଆଇଏନ୍‌ଏଲ ଅତିଶୀଘ୍ର ପ୍ଲାଣ୍ଟ ପରିସରରେ ଟିଏମଟି ବାର ଏବଂ ୟର ରଡ଼ ମିଲ ମଧ୍ୟ୍ୟ ସ୍ଥାପନ କରିବ। ଯାହାପରେ ଉତ୍ପାଦନରେ ଆସନ୍ତା ସମୟ ରେ ଉନ୍ନତି ହେବ ା ସୁନ୍ଦରଗଡ ଏବଂ କେନ୍ଦୁଝର ଜିଲାରେ ଥିବା ୧୧୦ ମିଲିୟନ ଟନ କ୍ଷମତା ଯୁକ୍ତ ଆଇରନ ଓର ଖଣି ମଧ୍ୟ ଶୀଘ୍ର ଉତ୍ପାଦନକ୍ଷମ ହେବା ସମ୍ଭାବନା ଅଛି ବୋଲି ନିର୍ଦ୍ଦେଶକ ମହାନ୍ତି ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri