ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ରକ୍ଷାବନ୍ଧନ ଉତ୍ସବ

ରୂପ୍‌ସା, ୧୭ା୮(ଡି.ଏନ୍‌.ଏ.)-ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଦିଗରେ ସରକାର ଯତ୍ନବାନ ହେବାର ସମୟ ଆସିଛି। ବିରଳ ଓ ବିଲୁପ୍ତପ୍ରାୟ ଏହି କଙ୍କଡ଼ାର ସୁରକ୍ଷା ଓ ତା ସମ୍ପର୍କରେ ଗବେଷଣା ପାଇଁ ବାଲେଶ୍ୱରରେ ଏକ ଗବେଷଣାଗାର ପ୍ରତିଷ୍ଠା ଜରୁରୀ ବୋଲି ରକ୍ଷାବନ୍ଧନ ଉତ୍ସବରେ ଉପସ୍ଥିତ ଗବେଷକ ଓ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସାର୍ଥା ବାଂଶୀ ବଜାରରେ ଗୁରୁବାର ନୀଳରକ୍ତ କଙ୍କଡ଼ାର ସୁରକ୍ଷାର ସଚେତନତା ପାଇଁ ତୃତୀୟ ବାର୍ଷିକ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଏଫ୍‌ଏମ୍‌ ବିଶ୍ୱବିଦ୍ୟାଳୟ ଜୈବ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ମୁଖ୍ୟ ପ୍ରଫେସର ବିଷ୍ଣପ୍ରସାଦ ଦାସ ଯୋଗଦେଇ ବାଲେଶ୍ୱରରେ ଗବେଷଣାଗାର ପ୍ରତିଷ୍ଠା ହେଲେ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଓ ଗବେଷଣା କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ବାଂଶୀ ୟୁଥ୍‌ କମିଟି ସଭାପତି ବରୁଣ କୁମାର ସାହୁ ଏହି ଉତ୍ସବରେ ପୌରୋହିତ୍ୟ କରିଥିଲେ। ମୁଖ୍ୟବକ୍ତା ଅମର୍ଦ୍ଦା ସିଦ୍ଧେଶ୍ୱର ମହାବିଦ୍ୟାଳୟର ପ୍ରାଧ୍ୟାପକ ଓ ଗୋବିନ୍ଦଚନ୍ଦ୍ର ବିଶ୍ୱାଳ, ସମ୍ମାନନୀୟ ଅତିଥି ଭାବେ ଆସୋସିଏଶନ ଫର୍‌ ବାୟୋଡାଇଭର୍ସିଟି କଞ୍ଜରଭେଶନର ନିର୍ଦ୍ଦେଶକ ଓ. ସିଦ୍ଧାର୍ଥ ପତି, ହର୍ସ କ୍ରାବ ଫାଉଣ୍ଡେଶନର ନିର୍ଦ୍ଦେଶକ ସୁଧାକର ସେଠୀ, ନୀଳରକ୍ତ କଙ୍କଡ଼ା ସୁରକ୍ଷାର ଗୁରୁତ୍ୱ ଓ ଆବଶ୍ୟକତା ସମ୍ପର୍କରେ ଭଲ ଭାବେ ହୃଦବୋଧ କରିଥିବା କହିଥିଲେ। ହର୍ସ କ୍ରାବ ଫୋରମ ଅନ୍ତର୍ଗତ ଜିଲାର ପ୍ରମୁଖ ସଙ୍ଗଠନ ଏବିସି, ବାଲେଶ୍ୱର କଳାକେନ୍ଦ୍ର, ଇଣ୍ଡୋସ୍ବିଡିସ୍‌ ରୁମାଟୋଲଜି ଫାଉଣ୍ଡେଶନ, ଯୁବ ବିକାଶ, ଦଶଧ୍ୱଳୀର ଫୁଲ, ଅମର ଯବାନ ସଙ୍ଗଠନ ଓ ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର କର୍ମକର୍ତ୍ତା ଯୋଗଦେଇ ସାର୍ଥାରେ ଜନସାଧାରଣ ଓ ପରସ୍ପର ମଧ୍ୟରେ ରକ୍ଷାବନ୍ଧନ ଉତ୍ସବ ପାଳନ କରି ନୀଳରକ୍ତ କଙ୍କଡ଼ା ସୁରକ୍ଷା ଦିଗରେ ଶପଥ ନେଇଥିଲେ। ଏହି ଅବସରରେ ସମୁଦ୍ର ନିକଟ ସାର୍ଥା ମୁହାଣକୁ ଅତିଥିମାନେ ଯାଇ ବହୁ ମୃତ ନୀଳରକ୍ତ କଙ୍କଡ଼ା ଉଦ୍ଧାର କରିଥିଲେ। ଶେଷରେ ୟୁଥ୍‌ କମିଟି ସମ୍ପାଦକ କମଳାକାନ୍ତ ମଣ୍ଡଳ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri