ନୀଳମଣି କଲେଜରେ ଛାତ୍ର ଅଶାନ୍ତି

ରୂପ୍‌ସା, ୨୨ା୯(ଡ଼ି ଏନ ଏ)-ବାଲେଶ୍ୱର ସଦର ବ୍ଲକ ଅଧୀନ ରୂପ୍‌ସା ନୀଳମଣି ମହାବିଦ୍ୟାଳୟରେ ଶନିବାର ଛାତ୍ର ଅଶାନ୍ତି ଦେଖାଦେଇଛି। ମହାବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ଛାତ୍ରୀଛାତ୍ରଙ୍କ ଦାବି ପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବାରୁ ତାଲା ବନ୍ଦ ଆନ୍ଦୋଳନ ହୋଇଛି ା ଛାତ୍ରୀଛାତ୍ର କଲେଜର ମୁଖ୍ୟ ଫାଟକ ଭିତରପଟୁ ତାଲା ପକାଇ ତୁରନ୍ତ ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସ୍ଲୋଗାନ ଦେଇଛନ୍ତି। ରୂପ୍‌ସା ଥାନାଧିକାରୀ ସୁଚନ୍ଦ୍ର ମହାଳିକ ଓ ଏଏସ୍‌ଆଇ ନରହରି ମହାଳିକ ପ୍ରମୁଖ ପହଞ୍ଚି ବୁଝାଶୁଝା କରିଥିଲେ ା ଗଭର୍ନିଂବଡିର ସଭାପତି ବରଦା ପ୍ରସନ୍ନ ପଟ୍ଟନାୟକ ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଛାତ୍ରୀଛାତ୍ରଙ୍କୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ଛାତ୍ରୀଛାତ୍ରଙ୍କ ଅଭିଯୋଗ ଅନୁଯାୟୀ ଓଡିଆ, ଗଣିତ ଓ ଉବ୍ଦିଦ ବିଜ୍ଞାନ ବିଭାଗରେ ମାତ୍ର ଜଣେ ଲେଖାଏ ଅଧ୍ୟାପକ ଥିବା ବେଳେ ୨ଟି ଲେଖାଏ ପଦବୀ ଫାଙ୍କା ପଡିଛି। ପ୍ରାଣୀବିଜ୍ଞାନ ଓ ଉଦ୍ଭିଦବିଜ୍ଞାନରେ ଡେମୋନ୍‌ଷ୍ଟ୍ରେଟର ନାହାନ୍ତି। ଓମେନ୍ସ ହଷ୍ଟେଲକୁ କାର୍ଯ୍ୟକାରୀ କରାଯାଉନାହିଁ। ଛାତ୍ରୀଛାତ୍ରଙ୍କ ପାଇଁ ଥିବା କମନରୁମ ମରାମତି ହେଉନାହିଁ। ନୂତନ ସାଇକେଲ ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଉନାହିଁ। ଛାତ୍ରୀଛାତ୍ରଙ୍କଠାରୁ ଡେଭେଲପମେଣ୍ଟ ଫି’ ଆଦାୟ କରାଯାଉଥିଲେ ହେଁ କୌଣସି ଶ୍ରେଣୀଗୃହକୁ ଜେନେରେଟର ସଂଯୋଗ ନ ଥିବାରୁ ବିଦ୍ୟୁତ କାଟ ବେଳେ ହଇରାଣ ହେବାକୁ ପଡୁଛି। ଅନ୍ୟ ବିଭାଗରେ ମଧ୍ୟ ଆବଶ୍ୟକ ଅଧ୍ୟାପକ ନ ଥିବାରୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ା ଏହି ସମସ୍ୟାର ସମାଧାନ ପାଇଁ ଛାତ୍ରୀଛାତ୍ର ବହୁବାର ଅଧ୍ୟକ୍ଷ ଓ ଗଭଣ୍ଣର୍ିଂ ବଡି ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର କଲେଜ ଭିତ୍ତିଭୂମିର ବିକାଶ ସହ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ନିର୍ମାଣ ଦିଗରେ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବକୁ ବିରୋଧ କରି ତାଲା ବନ୍ଦ ଆନ୍ଦୋଳନ କରାଯାଇଥିଲା। ଏଥର ଯଦି କର୍ତ୍ତୃପକ୍ଷଙ୍କ ଚେତା ନ ପଶେ ପୁଣି ଜୋରଦାର ଆନ୍ଦୋଳନ ହେବ ବୋଲି ଛାତ୍ରୀଛାତ୍ର ଚେତାବନୀ ଦେଇଛନ୍ତି।