ନିଷ୍କାସନ ପଥ ବନ୍ଦ : ବିଦ୍ୟାଳୟ ପରିସରରେ ବର୍ଷା ପାଣି

ଖଣ୍ଡପଡା,୨୬।୧୦(ସ୍ବ.ପ୍ର.): ଗତ ୩ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧବ ବିଦ୍ୟାପୀଠ ପରିସରରେ ବର୍ଷାପାଣି ଜମି ରହି ଲହଡି ମାରୁଥିବା ପରିଲକ୍ଷିତ ହୋଇଛି। ବିଦ୍ୟାଳୟ ପୂର୍ବ ପାର୍ଶ୍ୱ ମାଳବନ୍ଧରେ ଥିବା ଏକ ସ୍ଲୁଇସ ଗେଟ ମଧ୍ୟ ଦେଇ ବର୍ଷା ପାଣି ନିଷ୍କାସନ ହେବାର ବ୍ୟବସ୍ଥା ରହିଥିବା ବେଳେ ଉକ୍ତ ପଥ ବନ୍ଦ ରହିଥିବାରୁ ବିଦ୍ୟାଳୟ ପ୍ରତି ସମସ୍ୟା ସୃଷ୍ଟିି କରିଛି ।
ମହାନଦୀ ଓ କମେଇ ନଦୀରେ ଜଳ ପତ୍ତନ ବୃଦ୍ଧି ଘଟିଲେ ଏହି ବନ୍ୟା ଜଳ ବିଦ୍ୟାଳୟ ପାର୍ଶ୍ୱରେ ଥିବା ପଲଟନ ପଡିଆ ଦେଇ ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିଥାଏ। ନଦୀର ଜଳ ପତ୍ତନ କମିଲେ ପୁନର୍ବାର ଉଦ୍‌ବୃତ୍ତ ଜଳ ସେହି ବାଟଦେଇ ନିଷ୍କାସିତ ହୋଇଥାଏ। ଅପରପକ୍ଷେ ବର୍ଷା ଦିନେ ବିଦ୍ୟାଳୟ ପରିସରରେ ଜମି ରହିଥିବା ବର୍ଷା ଜଳ ଉକ୍ତ ସ୍ଲୁଇସ ଗେଟ ଦେଇ ନିଷ୍କାସିତ ହୋଇଥାଏ। ତେବେ ମାଳବନ୍ଧ ତଳେ ଥିବା ସ୍ଲୁଇସ ଗେଟଟି ବନ୍ଦ ହୋଇ ରହିଯାଇଥିବାରୁ ବିଦ୍ୟାଳୟ ପରିସରରେ ପାଣି ଜମି ରହିଛି। ପିଲାମାନେ ଉକ୍ତ ବର୍ଷାପାଣି ମଧ୍ୟରେ ପଶି ପାଠ ପଢିବାକୁ ଯାଉଛନ୍ତି। ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ ଚାହିଁଥିଲେ ଉକ୍ତ ସ୍ଲୁଇସ ଗେଟକୁ ସଫାକରି ପାଣି ନିଷ୍କାସନ କରିବାର ବ୍ୟବସ୍ଥା କରିପାରିଥାନ୍ତେ। ମାତ୍ର କର୍ତ୍ତୃପକ୍ଷଙ୍କ ଉଦାସୀନତା ଏ ଦିଗରେ ସମସ୍ୟା ସୃଷ୍ଟି କରିଛି । ଏ ସମ୍ପର୍କରେ କଣ୍ଟିଲୋ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଶଙ୍କର ଦଳେଇଙ୍କୁ ପଚାରିବାରେ ତୁରନ୍ତ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି। ଅପରପକ୍ଷେ ବର୍ଷା ଯୋଗୁ ଧାନ, ଆଖୁ ଓ ପନିପରିବା ଫସଲ ଉଜୁଡି ଯିବାର ଆଶଙ୍କା ପ୍ରକାଶ ପାଇଛି। ଖାଲୁଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। ଶୁକ୍ରବାର ସକାଳେ ପାଗ ଶୁଖିଲା ରହିଥିଲେ ହେଁ ମଧ୍ୟାହ୍ନରୁ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ବିଦ୍ୟୁତ୍‌ କାଟ ଜନ ଜୀବନକୁ ବିଶେଷ ଭାବେ ପ୍ରଭାବିତ କରୁଥିବା ବେଳେ ତଳିଆ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ବ୍ୟକ୍ତିଙ୍କ ଘରେ ବର୍ଷା ପାଣି ପଶି ଜମି ରହିଛି। ଅଧିକାଂଶ ସ୍ଥାନରେ ବର୍ଷା ଜଳ ନିଷ୍କାସନ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ପାଣି ଘେରରେ ଅନେକ ପରିବାର ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ବିଶେଷ କରି କଚ୍ଚାଘରେ ରହୁଥିବା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଯୋଗୁ ପନିପରିବା ଫସଲ ଉଜୁଡି ଯିବାର ଆଶଙ୍କା ପ୍ରକାଶ ପାଇଛି। ଏକର ଏକର ଧାନ ଜମିରେ ବର୍ଷା ପାଣି ଲହଡି ଭାଙ୍ଗୁଛି। ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଖଣ୍ଡପଡା ଅଞ୍ଚଳ ଦେଇ ପ୍ରବାହିତ କୁସୁମୀ, କୁଆଁରିଆ, ଆମ୍ବନାଳ, ସୁନାମୁହିଁ, ଲୁଣିଝରା ଓ ଡ଼ାହୁକା ନଦୀରେ ଜଳପତନ ବୃଦ୍ଧି ପାଇଛି। ଖଣ୍ଡପଡା ସହର ସମେତ ଖଳିସାହି, ମର୍ଦ୍ଦରାଜପୁର, ବାହାଡା, ବନମାଳୀପୁର, ବେଣାଗାଡିଆ ଓ ଆଖପାଖ ଅଞ୍ଚଳରେ ନାଳପାଣି ମୁଖ୍ୟ ରାସ୍ତା ଉପରେ ପ୍ରବାହିତ ହେଉଛି। ବର୍ଷାର ପ୍ରଭାବରେ ଖଣ୍ଡପଡା- କଣ୍ଟିଲୋ, ଖଳିସାହି-ଆଡକଟା ଓ ଖଣ୍ଡପଡା-ଇଟାମାଟି ରାସ୍ତାର ଏକାଧିକ ସ୍ଥାନରେ ରାସ୍ତା ଧୋଇ ହୋଇଯାଇ ବିପଦସଙ୍କୁଳ ହୋଇପଡିଛି। ଖଣ୍ଡପଡା ବ୍ଳକ ଅଧୀନ ୨୨ଟି ପଞ୍ଚାୟତରେ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଝାଟିମାଟି ଚାଳ ଓ ଟାଇଲଛପର ଘର ମାଟିରେ ମିଶିଛି। ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି ଆନୁଷଙ୍ଗିକ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ତହସିଲ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri