ନିଶା ସେବନ କରୁଥିଲେ ସ୍ତ୍ରୀ, ରାଗିଯାଇ ହତ୍ୟା କରିଥିଲେ ସ୍ବାମୀ, ବ୍ୟବଚ୍ଛେଦ ରିପୋର୍ଟରେ ବଡ଼ ଖୁଲାସା

ଦେବଗଡ,୧୩।୩(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଥାନା ବ୍ରାହ୍ମଣୀମାଳ ଗ୍ରାମରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ବ୍ୟବଚ୍ଛେଦ ତଥ୍ୟ ଆସିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସ୍ପଷ୍ଟ କରିଛି। ହତ୍ୟାକାଣ୍ଡରେ ମୃତ ମହିଳାଙ୍କ ସ୍ବାମୀ ସମ୍ପୃକ୍ତ ଥିବା ଜଣାପଡିବାରୁ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ମାତ୍ର ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତ ଜାନୁୟାରୀ ୨୩ ତାରିଖ ରାତି ବ୍ରାହ୍ମଣୀମାଳ ଗ୍ରାମର ଜଗ ରଣାଙ୍କ ସ୍ତ୍ରୀ ରେବତୀ ରଣା (୩୫)ଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଦେବଗଡ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରହିଥିଲା। ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ମହିଳା ବିଭିନ୍ନ ସମୟରେ ନିଶା ସେବନ କରୁଥିଲେ । ଏଥିପାଇଁ ଘରର ଚାଉଳ, ଡାଲି ଆଦି ବିକ୍ରି କରୁଥିବାରୁ ସ୍ବାମୀ, ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହେଉଥିଲା । ଏହି କ୍ରମରେ ଗତ ଜାନୁୟାରୀ ୨୩ ତାରିଖ ରାତିରେ ମୃତ ମହିଳା ରେବତୀ ମଦ୍ୟପାନ କରି ଘରେ ନିଶାସକ୍ତ ଅବସ୍ଥାରେ ଥିବା ସମୟରେ ସ୍ବାମୀ ଜଗ ରଣା ଘରକୁ ଆସି ଖାଇବାକୁ ମାଗିଥିଲେ । ମାତ୍ର ସ୍ତ୍ରୀ ରେବତୀ ଖାଇବାକୁ ଦେବା ପାଇଁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚ୍‌ସା ହୋଇଥିଲା । ସ୍ତ୍ରୀର ଏଭଳି ବ୍ୟବହାରରେ ଉତ୍‌କ୍ଷିପ୍ତ ହୋଇ ଜଗ ଏକ ବାଡି ସାହାଯ୍ୟରେ ମାଡ ମାରିବାସହ ରେବତୀଙ୍କ ଛାତିରେ ଏକ ପଥର କଚାଡି ଦେଇଥିଲେ । ଫଳରେ ରେବତୀଙ୍କ ମୃତ୍ୟୁ ହୋଇଥିବାବେଳେ ନିଶା ପାଇଁ ସେ ଅଚେତ ହୋଇ ପଡିଥିବା ଜଗ ଅନୁମାନ କରିଥିଲେ । କିନ୍ତୁ ଦୀର୍ଘ ସମୟ ଧରି ନଉଠିବାରୁ ମୃତ୍ୟୁ ଆଶଙ୍କା କରି ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମାତ୍ର ନିଶା ସେବନ କରି ତଳେ ପଡିଯିବାରୁ ରେବତୀଙ୍କର ମୃତ୍ୟୁ ଘଟିଥିବା ପୋଲିସ ସମ୍ମୁଖରେ ତାଙ୍କ ସ୍ବାମୀ ଜଗ ପ୍ରକାଶ କରିଥିଲେ । କିନ୍ତୁ ରେବତୀଙ୍କ ଛାତିରେ ମାଡ ମରାଯାଇଥିବା ଏବଂ ଏଥିଯୋଗୁ ତାଙ୍କର ୩ଟି ପଞ୍ଜରା ହାଡ ଭାଙ୍ଗିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିଲା । ଫଳରେ ପୋଲିସ ପୂର୍ବରୁ ହୋଇଥିବା ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାରେ ରୂପାନ୍ତରିତ କରି ତଦନ୍ତ ଚଳାଇଥିଲା । ତଦନ୍ତ ସମୟରେ ଜଗ ନିଜେ ସ୍ତ୍ରୀ ରେବତୀଙ୍କ ଛାତି ଉପରେ ପଥର କଚାଡି ତାଙ୍କୁ ହତ୍ୟା କରିଥିବା ପୋଲିସ ସମ୍ମୁଖରେ ସ୍ବୀକାର ଥିଲେ । ଫଳରେ ଦେବଗଡ ଥାନା ପୋଲିସ ଆଜି ହତ୍ୟା ଅଭିଯୋଗରେ ଗିରଫ କରି ତାଙ୍କୁ କୋର୍ଟଚାଲାଣ କରିଥିଲା ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ତେଲ ଉପରେ ବଡ଼ ୟୁ-ଟର୍ନ ନେଲା ଆମେରିକା: ଭାରତ ପରେ ଏବେ ସମସ୍ତଙ୍କୁ…ବିଶ୍ୱରେ ଚହଳ

ଓ୍ବାଶିଂଟନ,୧୩।୩: ଆମେରିକା ବର୍ତ୍ତମାନ ପର୍ଯ୍ୟନ୍ତ ବଜାରରେ ରୁଷୀୟ ତୈଳ ପ୍ରବେଶକୁ ଅବରୋଧ କରିବାକୁ ପ୍ରତିଶ୍ରୁତି ଦେଇଥିଲା, ଏବେ ଅନ୍ୟ ଦେଶମାନଙ୍କୁ ରୁଷୀୟ ତୈଳ କ୍ରୟ କରିବାକୁ ଅନୁରୋଧ…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ବେଧଡକ୍ ଚାଲିଛି ନିଶା କାରବାର: ପୋଲିସ-ଅବକାରୀ ଚୁପ୍, ଅଣ୍ଟା ଭିଡ଼ିଲେ ମହିଳା

ଅତାବିରା,୧୩।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେଧଡକ୍ ଚାଲିଛି ନିଶା କାରବାର । ସବୁ ଜାଣି ଅଜଣା ଭଳି ଚୁପ୍…

ସାବଧାନ! ରାଜଧାନୀରେ ଏହି ସବୁ ସ୍ଥାନରେ ଲାଗିଲା ବୋଲାର୍ଡସ, ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ

ଭୁବନେଶ୍ୱର,୧୩।୩(ତ୍ରିନାଥ ମହାନ୍ତି): ପୂର୍ବରୁ ଅମାନିଆମାନେ ବିଭିନ୍ନ ଛକରେ ରାସ୍ତାର ବାମ ପାର୍ଶ୍ୱରେ ଗାଡ଼ି ରଖୁଥିଲେ। ଫଳରେ ଆମ୍ବୁଲାନ୍ସ ଏବଂ ଅନ୍ୟ ଜରୁରିକାଳୀନ ସେବା ଯୋଗାଉଥିବା ଗାଡ଼ି ସହଜରେ…

ବଢୁଛି ତାପମାତ୍ରା, ଦେଖାନାହିଁ ଜଳଛତ୍ର

ଲୋଇସିଂହା,୧୩।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଅଞ୍ଚଳରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି ା ଅସ୍ବାଭାବିକ ତାପମାତ୍ରା ବୃଦ୍ଧି ନେଇ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଲାଣି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri