ନିଶା କାରବାର ଲିଙ୍କରେ ୨ ମହିଳା ଏଜେଣ୍ଟ: ଏସ୍‌ଟିଏଫ୍‌ ଲିଷ୍ଟରେ ସଞ୍ଜୁ, ପାକୁ ଓ କାକା

ଖୋର୍ଦ୍ଧା ଅଫିସ,୧୮ା୭: କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟାର୍ଗେଟରେ ଏବେ ନିଶା ମାଫିଆ। ବ୍ରାଉନ୍‌ସୁଗାର କାରବାରର ମାଷ୍ଟରମାଇଣ୍ଡ୍‌ ତଥା ଖୋର୍ଦ୍ଧା ପଥରଖଣି ଉପତ୍ୟକାରେ ରାଜ୍‌ କରୁଥିବା ସୁଧାଂଶୁ ପରିଡ଼ା ଓରଫ ଛୋଟା ଆତ୍ମସମର୍ପଣ କରି ଏବେ ଜେଲ୍‌ରେ ଅଛନ୍ତି। ତାଙ୍କର ୩ ସହଯୋଗୀଙ୍କୁ ଏସ୍‌ଟିଏଫ୍‌ ଗିରଫ କରିବା ସହ ୩୫ଲକ୍ଷ ଟଙ୍କାର ବ୍ରାଉନସୁଗାର, ଗୋଟିଏ ବନ୍ଧୁକ, ଦୁଇଟି ଗୁଳି ଓ ଗାଡ଼ି ଆଦି ଜବତ କରିଛି। ସହଯୋଗୀ ଧରାପଡ଼ିବା ପରେ ଛୋଟା ସାମ୍ରାଜ୍ୟକୁ ବଡ଼ ଶକ୍ତ ଧକ୍କା ଲାଗିଛି। ତେବେ ସହଯୋଗୀଙ୍କଠାରୁ ଏସ୍‌ଟିଏଫ୍‌ ନିଶା ସାମ୍ରାଜ୍ୟ ସମ୍ପର୍କରେ ବହୁକିଛି ତଥ୍ୟ ପାଇଛି। ଏସବୁ ଆଧାରରେ ଛୋଟା ଲିଙ୍କ୍‌ରେ ଥିବା ମହିଳା ଏଜେଣ୍ଟ ଓ ଅନ୍ୟ ସହଯୋଗୀଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି। ତେବେ ଏସ୍‌ଟିଏଫ୍‌ ପ୍ରସ୍ତୁତ କରିଥିବା ତାଲିକାରେ ରୁପା ଓ ମିନା ନାମ୍ନୀ ଦୁଇଜଣ ମହିଳା ଏଜେଣ୍ଟଙ୍କ ନାମ ଥିବାବେଳେ ହିଟ୍‌ ଲିଷ୍ଟ୍‌ରେ ସଞ୍ଜୁ, ପାକୁ ଓ କାକାଙ୍କ ନାଁ ରହିଛି। ଏମାନେ କିଏ ତାହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ନାନା ଚର୍ଚ୍ଚା ଚାଲିଛି। ତେବେ ଛୋଟାଙ୍କ ଡ୍ରାଇଭରଠାରୁ ଏସ୍‌ଟିଏଫ୍‌ ତଥ୍ୟ ଯୋଗାଡ କରି ରିମାଣ୍ଡରେ ନେବାକୁ ପ୍ରୟାସ କରୁଛି। ଏଭଳିସ୍ଥଳେ ଛୋଟା ଜାମିନରେ ଯିବେ ବୋଲି ଯେଉଁ କେତେଜଣ ରାଜନେତା ଉଦ୍ୟମ ଚଳାଇଥିଲେ ତାହା ଫସର ଫାଟିବାକୁ ବସିଛି।
ଭାଙ୍ଗିବ ଦୋକାନ ଓ ୩୨ ବଖରା ଅର୍ଦ୍ଧନିର୍ମିତ ଘର
ଖୋର୍ଦ୍ଧା ତହସିଲ ପାଚେରିକୁ ଲାଗି ଛୋଟା କରିଥିବା ଦୁଇଟି ଦୋକାନ ଭଙ୍ଗାଯିବ। ଗୁରୁଜଙ୍ଗ ଜବରଦସ୍ତପୁର ଦ୍ୱାରିକାନଗରର ଛୋଟାଙ୍କ ଘର ପଛ ପାଖରେ ଥିବା ୩୨ ବଖରା ଘର ଉଚ୍ଛେଦ ହେବ। ଗତ ୧୫ ତାରିଖରେ ଛୋଟାଙ୍କ ଆଡ୍ଡାସ୍ଥଳ ଦ୍ୱାରିକାନଗରସ୍ଥିତ କୋଟିଏ ଟଙ୍କାର ୧୪ ବଖରା ଘରକୁ ପ୍ରଶାସନ ମାଟିରେ ମିଶାଇ ଦେଇଥିଲେ ମଧ୍ୟ ୩୨ ବଖରା ଅର୍ଦ୍ଧ ନିର୍ମିତ ଘର ବାଦ୍‌ ପଡିଥିଲା। ଖୋର୍ଦ୍ଧା ଆରଆଇ କବିରାଜ ସେଠୀ କୁହନ୍ତି, ଅର୍ଦ୍ଧ ନିର୍ମିତ ଘର ସମ୍ପର୍କରେ ଜିଲାପାଳ ସୀତାଂଶୁ କୁମାର ରାଉତ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ଭଙ୍ଗାଯିବାକୁ ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri