ନିର୍ମାଣ କାର୍ଯ୍ୟରେ ଅନିୟମିତତା : ଜିଲାପାଳଙ୍କଠାରେ ଗ୍ରାମବାସୀ ଫେରାଦ

ବାରିପଦା ଅଫିସ,୧୩ା୬ : ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକ ଅନ୍ତର୍ଗତ ବଣକାଟୀ ପଞ୍ଚାୟତ ବରଜିଆଣି ଗ୍ରାମରେ ଏକ କାର୍ଯ୍ୟରେ ଅନିୟମିତା ହୋଇଥିବା ନେଇ ଗୁରୁବାର ଗ୍ରାମବାସୀ ଜିଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି। ଏନେଇ ପୂର୍ବରୁ ସେମାନେ ସ୍ଥାନୀୟ ବିଡିଓଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। ବିଡିଓ ଜେଇଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଗ୍ରାମବାସୀ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,ବଣକାଟୀ ପଞ୍ଚାୟତ ଅଧୀନ ବରଜିଆଣି ପିଣ୍ଡାର ସାହି ୫ ନମ୍ବର ୱାର୍ଡକୁ ଏକ ସରକାରୀ କାର୍ଯ୍ୟ ଅନୁମୋଦନ କରାଯାଇଥିଲା। ଏହି କାର୍ଯ୍ୟକୁ ଚଞ୍ଚକତା ପୂର୍ବକ ଅନ୍ୟ ସ୍ଥାନରେ କରାଯାଇଛି। ପୁରୁଣା କାର୍ଯ୍ୟ ଉପରେ ମିଥ୍ୟା ବିଲ୍‌ ଉଠାଣ ହୋଇଛି। ଏ ନେଇ ଯଥାଶୀଘ୍ର ଜିଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତିି। ଆସନ୍ତା ଦୁଇଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ବସନ୍ତ ହାଁସଦା, ଲାଖରାମ କିସ୍କୁ,ଗୋବିନ୍ଦ ମୁର୍ମୁ,ଭୀମ ହେମ୍ବ୍ରମ,ଅଶୋକ ସୋରେନ,ରାମଚନ୍ଦ୍ର କିସ୍କୁ,ସାଲଖାନ ହାଁସଦା, ରାମ ସୋରେନ ପ୍ରମୁଖଙ୍କ ସହ ଶତାଧିକ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…

ରେଙ୍ଗାଲି ଜଳଭଣ୍ଡାରରେ ହାତୀ ଛୁଆର ମୃତ୍ୟୁ

ଦେବଗଡ, ୧୮।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ରେଞ୍ଜର ଠିଆନାଲ ସେକ୍ସନ ଅନ୍ତର୍ଗତ ରେଙ୍ଗାଲି ଜଳଭଣ୍ଡାର (କୁଲସରା ଗ୍ରାମ ନିକଟରେ) ନିକଟରେ ବୁଧବାର ଏକ ବର୍ଷ…

ଶାଶୁଙ୍କ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

୯୮ କେନ୍ଦ୍ରରେ ହେବ ମାଟ୍ରିକ୍‌ ପରୀକ୍ଷା: ଏଥର ପରୀକ୍ଷା ଦେବେ ୧୭,୯୬୭ ଛାତ୍ରୀଛାତ୍ର

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୯ତାରିଖରୁ ହାଇସ୍କୁଲ ସାର୍ଟିଫିକେଟ୍‌(ମାଟ୍ରିକ) ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ପ୍ରତ୍ୟେକ ଦିନ ଗୋଟିଏ ବିଷୟରେ ପରୀକ୍ଷା ହେବ।…

୫ ମିନିଟ୍‌ ବ୍ୟବଧାନ, ଗୋଟିଏ ଗାଡ଼ିରେ ୨ ମିଲକୁ ଯାଇଛି ଧାନ: ପଦାରେ ପଡ଼ିଲା ଧାନ କିଣାବିକା ଫଲ୍ସଏଣ୍ଟ୍ରି

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକା ସମସ୍ୟା ନୂଆ ନୁହେଁ। ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ଏହି ଜିଲାରେ ଏହା ସାଧାରଣରେ ପରିଣତ ହୋଇଛି। ମିଲର୍ସଙ୍କ ଇଚ୍ଛାରେ ଧାନକିଣା…

ପୁଣି ଅଶାନ୍ତ ବରଗଡ଼: ବୁଲିଲା ଛୁରି-ଭୁଜାଲି, ଯୁବକ ଆହତ

ବରଗଡ଼,୧୮ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଅପରାଧୀମାନେ ସକ୍ରିୟ ହୋଇ ପଡିଛନ୍ତି। ଏଠାରେ ଦିନ ଦ୍ବିପ୍ରହରରେ ଭୁଜାଲି ମାଡ, ଛୁରାମାଡ଼ ହେଉଛି। ଗତ କିଛିଦିନ ତଳେ ବରଗ ହାଟପଦାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri